ସ୍ପେଶାଲ

ଶନିବାର କାହିଁକି କରାଯାଏ ହନୁମାନଙ୍କ ପୂଜା, ଜାଣନ୍ତୁ ଏହା ପଛରେ ଥିବା କାରଣ

ଶନିଦେବ ହେଉଛନ୍ତି ନ୍ୟାୟର ଦେବତା। ସମସ୍ତେ ପ୍ରାୟ ଶନିଦେବଙ୍କୁ ଭୟ କରିଥାନ୍ତି। ଏମିତି କୁହନ୍ତି ଯେ ଶନିଦେବଙ୍କ ସମୟରେ ଅନେକ ସମସ୍ୟା ଦେଖାଯାଏ। ତେଣୁ ତାଙ୍କ କୋପ ଦୃଷ୍ଟିରୁ ରକ୍ଷା ପାଇବା ପାଇଁ ଲୋକମାନେ ହନୁମାନଙ୍କ ଆଶ୍ରୟ ନେଇଥାନ୍ତି। କୁହାଯାଏ ଯେ ହନୁମାନଙ୍କ ଆଶିର୍ବାଦ ଦ୍ୱାରା ଶନିଙ୍କ ଖରାପ ଦୃଷ୍ଟିରୁ ମୁକ୍ତି ମିଳିଥାଏ। ଏମିତିରେ କୁହାଯାଏ ଶନିଦୋଷରୁ ମୁକ୍ତି ପାଇଁ ହନୁମାନଙ୍କ ଭକ୍ତ ହୋଇଥିବା ଆବଶ୍ୟକ। ତେବେ ଏହା ପଛରେ କାରଣ କଣ? କଣ ପାଇଁ କେବଳ ହନୁମାନଙ୍କୁ ପୂଜା କଲେ ଶନିଙ୍କ କୋପ ଦୃଷ୍ଟି ପଡ଼ିନଥାଏ।

କୁହାଯାଏ ଯେ ଶନିଙ୍କ କୋପ ଦୃଷ୍ଟି ଯଦି କାହା ଉପରେ ପଡ଼େ ତେବେ ତାର ଅବସ୍ଥା ଖରାପ ହେବା ସୁନିଶ୍ଚିତ। ଶନିଦେବ ଯଦି କାହାକୁ ସିଧା ନଜରରେ ଦେଖିଦେବେ ତେବେ ସେହି ଜିନିଷ ଭସ୍ମ ହୋଇଯାଏ। ମନାଯାଏ ଯେ ଶନିଦେବଙ୍କୁ ପ୍ରସନ୍ନ କରିବା ଖୁବ କଷ୍ଟ । ତେବେ ଶନିଦେବଙ୍କ ସମଷଷ୍ଠୀ ସବୁଠୁ ଭଲ ଯୋଗ ମନାଯାଏ। ଯଦି ଆପଣଙ୍କ ଜାତକରେ ଶନିଦେବ ଖରାପ ସ୍ଥିତିରେ ଅଛନ୍ତି ତେବେ ଆପଣ ଶନିଦେବ ଙ୍କ ସହ ବଜରଙ୍ଗବଲୀଙ୍କ ପୂଜା କରିବା ଉଚିତ। ମନାଯାଏ ଯେ ବଜରଙ୍ଗବଲୀଙ୍କ ପୂଜା କରିବା ଦ୍ୱାରା ଶନିଦେବ ଖୁସି ହୋଇଥାନ୍ତି।

ଶନିଦେବ ବ୍ୟକ୍ତିଙ୍କୁ ଭଲ କାମ ପାଇଁ ଭଲ ଫଳ ଓ ଖରାପ କାମ ପାଇଁ ଖରାପ ଫଳ ଦିଅନ୍ତି। ଅନ୍ୟାୟ କରୁଥିବା ଲୋକଙ୍କୁ ସେ ସହିପାରନ୍ତି ନାହିଁ। ଏହାସହ ଯେଉଁମାନେ ଅନ୍ୟ ଲୋକମାନଙ୍କୁ ଶୋଷଣ କରନ୍ତି ସେମାନଙ୍କ ପାଇଁ ଖରାପ କାମ କରନ୍ତି। ତେବେ ଶନିଦେବଙ୍କ ପ୍ରକୋପରୁ ସେ ବଞ୍ଚନ୍ତି ନାହିଁ। ଶନିଙ୍କ କୋପ ଦୃଷ୍ଟି ପଡ଼ିଲେ ବ୍ୟକ୍ତି ନର୍କ ଜୀବନ ଅତିବାହିତ କରେ। ଏହି ସମୟରେ ବ୍ୟକ୍ତିଙ୍କୁ ହନୁମାନଙ୍କ ଆଶ୍ରୟ ନେବା ଆବଶ୍ୟକ।

ଏକଦା ହନୁମାନଙ୍କୁ ଶନିଦେବ ବଚନ ଦେଇଥିଲେ ଯେ ସେ କୌଣସି ହନୁମାନ ଭକ୍ତଙ୍କୁ ସମସ୍ୟାରେ ପକାଇବେ ନାହିଁ। କିନ୍ତୁ ଏହି ଶପଥ ସେଖୁସିରେ ନୁହେଁ ବରଂ ଭୟରେ ନେଇଥିଲେ। ଏହା ପଛରେ ଏକ ପୌରାଣିକ କଥା ମଧ୍ୟ ରହିଛି। କଥା ଅନୁସାରେ ଏକଦା ହନୁମାନ ରାମଭକ୍ତିରେ ଲୀନ ଥିଲେ। ସେହି ସମୟରେ ଶନିଦେବ ହନୁମାନଙ୍କ ଭକ୍ତିରେ ବିଘ୍ନ ପକାଇଥିଲେ। ଶନିଦେବଙ୍କୁ ନିଜ ଶକ୍ତି ଉପରେ ଗର୍ବ ଥିଲା। ପରେ ହନୁମାନ ତାଙ୍କ ଏହି ଗୁଣ ପାଇଁ ରାଗିଯାଇଥିଲେ।

ଶନିଦେବ ଅନେକ ସମୟ ଧରି ହନ ୁମାନଙ୍କ ଧ୍ୟାନ ଭଙ୍ଗ କରିବାକୁ ଚାହୁଁଥିଲେ। କିନ୍ତୁ ସଫଳ ହୋଇନଥିଲେ। ବହୁତ ସମୟ ପରେ ହନୁମାନ ନିଜ ଆଖି ଖୋଲିଲା ପରେ ବିନମ୍ରତା ସହ ଶନିଦେବଙ୍କୁ ଦେଖିଲେ। ପରେ ତାଙ୍କୁ ଏପରି କରିବାର କାରଣ ପଚାରିଲେ। ଏହି କଥା ଶୁଣିବା ପରେ ଶନିଦେବ ଆହୁରି ରାଗିଗଲେ। ଆଉ କହିଲେ ଆଜି ମୁଁ ତମ ରାଶିରେ ପ୍ରବେଶ କରିବାକୁ ଯାଉଛି। ମୋ ପ୍ରବେଶରେ ସମସ୍ତେ ଭୟ କରନ୍ତି। ଯଦି ରୋକିବାକୁ ଚାହୁଁଛ ତେବେ ରୋକିନିଅ। କିନ୍ତୁ ଏହାପରେ ବି ହନୁମାନ ଶନିଙ୍କ ଆଗରେ ବିନମ୍ରତା ପ୍ରଦର୍ଶନ କଲେ।

Photo credit: News Track

ପରେ କିନ୍ତୁ ଶନିଦେବ ବିକ୍ରାଳ ରୂପ ଧାରଣ କରିଥିଲେ। ହନୁମାନ ଏହା ଦେଖି ରାଗିଯାଇ ତାଙ୍କ ଲାଞ୍ଜରେ ଶନିଦେବଙ୍କୁ ଘେରିନେଲେ। ତାଙ୍କୁ ନିଜ ଲାଞ୍ଜରେ ବାନ୍ଧିନେଲେ । ଏହାପରେ ଶନିଦେବଙ୍କ ଅବସ୍ଥା ଖରାପ ହେବାକୁ ଲାଗିଲା। ନିଜ ସାହାଯ୍ୟ ପାଇଁ ଅନେକ ଦେବଦେବୀଙ୍କୁ ଡାକିଲେ। କିନ୍ତୁ କେହି ବି ଶୁଣିଲେନି। ଶେଷରେ ହନୁମାନଙ୍କୁ କ୍ଷମା ମାଗିଲେ। ଏବଂ କହିଲେ ଭବିଷ୍ୟରେ ସେ ହନୁମାନଙ୍କ ଛାୟାରୁ ମଧ୍ୟ ଦରେଇ ରହିବେ। ଏହାପରେ ହନୁମାନ କହିଲେ ଯେ ସେ କେବଳ ତାଙ୍କ ଛାୟା ନୁହେଁ ବରଂ ତାଙ୍କ ସମସ୍ତ ଭକ୍ତଙ୍କ ଛାୟାରୁ ମଧ୍ୟ ଦୂରେଇ ରହିବେ। ଏହାପରଠୁ ଶନିଦେବ ହନୁମାନ ଭକ୍ତଙ୍କଠୁ ସବୁବେଳେ ଦୂରେଇ ରୁହନ୍ତି। ସେମାନଙ୍କୁ ସମସ୍ୟାରେ ପକାନ୍ତି ନାହିଁ। ତେଣୁ ସେହିଦିନଠୁ ଶନିଦେବଙ୍କୁ ଶାନ୍ତ କରିବା ପାଇଁ ହନୁମାନଙ୍କ ପୂଜା ଆରମ୍ଭ ହେଲା। ଆପଣ ବି ଯଦି ଶନିଙ୍କ କୋପ ଦୃଷ୍ଟି ର ଶିକାର ହୋଇଛନ୍ତି ତେବେ ନିଶ୍ଚିତ ଭାବେ ହନୁମାନଙ୍କ ପୂଜା କରନ୍ତୁ। ଆଶିର୍ବାଦ ପାଇବେ।

pc: www.jagran.com
D Sonali

Recent Posts

ତାଜା ଅପଡ଼େଟ : ଜାଣନ୍ତୁ ଆପଣଙ୍କ ସହରରେ ପେଟ୍ରୋଲ ଦର ବଢିଛି ନା କମିଛି ?

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୨ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

9 seconds ago

ଟି-ଟ୍ବେଣ୍ଟି ବିଶ୍ବକପ୍ : ସୁପର-୮ରେ ଭାରତର ଦ୍ବିତୀୟ ବିଜୟ, ବାଂଲାଦେଶକୁ ୫୦ ରନରେ କଲା ପରାସ୍ତ

ଟି-ଟ୍ବେଣ୍ଟି ବିଶ୍ବକପ୍ ରେ ବାଂଲାଦେଶକୁ ହରାଇ ସୁପର-୮ରେ ଭାରତର କ୍ରମାଗତ ବିଜୟ । ବାଂଲାଦେଶକୁ ୫୦ ରନରେ ପରାସ୍ତ କରି…

9 mins ago

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

24 mins ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

34 mins ago

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

42 mins ago

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

59 mins ago