News

ଏହି ସବୁ କାରଣରୁ ହୋଇପାରେ ଡାଇବେଟିସ; ଏବେଠୁ ରୁହନ୍ତୁ ସତର୍କ

ଆଜିକାଲି ପ୍ରତ୍ୟେକ ଘରେ ଡାଇବେଟିସ ବା ମଧୁମେହରେ ପୀଡିତ ସଦସ୍ୟଙ୍କୁ ଦେଖିବାକୁ ମିଳୁଛି। ବୈଜ୍ଞାନିକ ମାନେ ଆଜି ଯାଏଁ ଏହି ରୋଗର କୌଣସି ସମାଧାନ ପାଇନାହାଁନ୍ତି। କିନ୍ତୁ ଆପଣ ମଧୁମେହର କାରଣ ଜାଣିଥିଲେ ଏଥିରୁ ନିଜକୁ ଦୂରେଇ ରଖିପାରିବେ।

ମଧୁମେହ ଏଭଳି ଏକ ଗମ୍ଭୀର ରୋଗ ଯାହା ଥରେ କୌଣସି ବ୍ୟକ୍ତିଙ୍କୁ ହେଲେ ଏହା ସାରା ଜୀବନ ପିଛା ଛାଡି ନଥାଏ। ଏହି ରୋଗ ହେବା ଦ୍ୱାରା ଶରୀରରେ ଇନ୍‌ସୁଲିନର ମାତ୍ରା କମି ଯାଇଥାଏ। ଶରୀର ଆବଶ୍ୟକ ମୁତାବକ ଇନ୍‌ସୁଲିନ ପାଉନଥିବାରୁ ବିଭିନ୍ନ ପ୍ରକାରର ସମସ୍ୟା ଦେଖାଯାଏ।

ଶରୀରରେ ଇନ୍‌ସୁଲିନ ମାତ୍ରା କମିବା ଦ୍ୱାରା କୋଷ ଓ ଅନ୍ୟାନ୍ୟ ଅଙ୍ଗ ଉପରେ ପ୍ରଭାବ ପଡିଥାଏ। ମଧୁମେହ ପ୍ରଭାବରେ ହାର୍ଟ ଆଟାକ, ଦୃଷ୍ଟିଶକ୍ତି କମିଯିବା ଓ କିଡନୀ ଜନିତ ସମସ୍ୟା ଦେଖାଦିଏ। ତେବେ ଆସନ୍ତୁ ଜାଣିବା ମଧୁମେହର ୪ଟି କାରଣ।

୧. ଜେନେଟିକ୍‌ କାରଣ

ରିସର୍ଚ୍ଚ ମୁତାବକ, ଯଦି ପୂର୍ବ ପୁରୁଷ ମଧୁମେହ ରୋଗରେ ଆକ୍ରାନ୍ତ ହୋଇଛନ୍ତି ତେବେ ଆପଣଙ୍କୁ ଏହି ରୋଗ ହେବାର ଯଥେଷ୍ଟ ସମ୍ଭାବନା ରହିଛି। କାରଣ ଏହା ଏକ ଜେନେଟିକ ରୋଗ ଯାହା ପିଢି ପରେ ପିଢିକୁ ହୋଇଥାଏ।

୨.ଖରାପ ଲାଇଫଷ୍ଟାଇଲ

ଆମ ଶରୀର ସବୁବେଳେ ଆକ୍ଟିଭ ରହିବା ନିହାତି ଆବଶ୍ୟକ। ଏଥିପାଇଁ ପ୍ରତିଦିନ ବ୍ୟାୟାମ କରିବା ଉଚିତ୍‌। ଯେଉଁମାନେ ବ୍ୟାୟାମ କରନ୍ତି ନାହିଁ ବୟସ ବଢିବା ସହ ସେମାନଙ୍କୁ ବିଭିନ୍ନ ରୋଗ ହେବାର ଆଶଙ୍କା ରହିଥାଏ ଯେପରିକି ମଧୁମେହ। ଏଥିପାଇଁ ପ୍ରତିଦିନ ଏକ ଘଣ୍ଟା ବ୍ୟାୟାମ କରନ୍ତୁ।

୩.ମାତ୍ରାଧିକ ମିଠା ଖାଇବା

କିଛି ଲୋକ ମିଠା ଖାଇବାକୁ ବହୁତ ପସନ୍ଦ କରନ୍ତି। କିନ୍ତୁ ଜାଣି ରଖିବା ଉଚିତ୍‌ ଯେ ଅଧିକ ମିଠା ଖାଇବା ଦ୍ୱାରା ଶରୀରରେ କ୍ୟାଲୋରୀର ମାତ୍ରା ବୃଦ୍ଧି ପାଏ। ଯାହା ଫଳରେ ମଧୁମେହ ରୋଗ ହୋଇଥାଏ। ଏଥିପାଇଁ ସୀମିତ ପରିମାଣରେମିଠା ଜାତୀୟ ଖାଦ୍ୟ ଖାଆନ୍ତୁ।

୪.ମୋଟାପଣ ବୃଦ୍ଧି

ଯଦି ଆପଣଙ୍କର ଓଜନ ଲଗାତାର ଭାବରେ ବୃଦ୍ଧି ପାଉଛି ତେବେ ଆଜିଠାରୁ ବ୍ୟାୟାମ କରିବା ଆରମ୍ଭ କରିଦିଅନ୍ତୁ। କାରଣ ମୋଟାପଣ ବଢିବା ଦ୍ୱାରା ଶରୀରରେ ବ୍ଲଡ ସୁଗାର ନିୟନ୍ତ୍ରଣ ହୁଏ ନାହିଁ ଓ ଏହା ମଧୁମେହର ରୂପ ନିଏ।
ଯଦି ମଧୁମେହ ହେଉ ବୋଲି ଚାହୁଁନାହାନ୍ତି ତେବେ ଆଜିଠାରୁ ଏହି ସବୁ ବିଷୟ ପ୍ରତି ସତର୍କ ରୁହନ୍ତୁ। ଖରାପ ଲାଇଫଷ୍ଟାଇଲ ଛାଡି ପୁଷ୍ଟିକର ଖାଦ୍ୟ ଖାଆନ୍ତୁ। ମଧୁମେହରୁ ଦୂରେଇ ରହିବା ପାଇଁ ଶରୀର ବ୍ୟାୟାମ ଆବଶ୍ୟକ କରେ। ଯାହା ଶରୀରରେ କ୍ୟାଲୋରୀର ମାତ୍ରା କମାଇବାରେ ସାହାଯ୍ୟ କରିଥାଏ।

KNews Bureau

Recent Posts

ଦିନେଶ କାର୍ତ୍ତିକଙ୍କ ଶେଷ ଆଇପିଏଲ ମ୍ୟାଚ, RCB ଦେଲା ସ୍ପେଶାଲ ସମ୍ମାନ

ପୁଣି ଥରେ ନିରାଶ ହେଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ଲଗାତାର ୬ଟି ମ୍ୟାଚ ଜିତିବା ପରେ ଏଲିମିନେଟର ମ୍ୟାଚରୁ…

9 mins ago

ପଶ୍ଚିମବଙ୍ଗ: TMC-BJP ମଧ୍ୟରେ ରକ୍ତାକ୍ତ ସଂଘର୍ଷ; ମହିଳା ବିଜେପି କାର୍ଯ୍ୟକର୍ତ୍ତାଙ୍କ ମୃତ୍ୟୁ, ୭ ଆହତ

ପଶ୍ଚିମବଙ୍ଗରେ ଲୋକସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ପାଇଁ ମେ’ ୨୫ରେ ମତଦାନ ହେବ । ହେଲେ ଏହାପୂର୍ବରୁ ନନ୍ଦିଗ୍ରାମରେ ହିଂସା…

10 mins ago

ନଦୀରେ ଗାଧୋଇବାକୁ ଯାଇଥିଲେ ୪ ସାଙ୍ଗ, କିନ୍ତୁ ଚାଲିଗଲା ଜଣଙ୍କ ଜୀବନ

କୋରାପୁଟ(କେନ୍ୟୁଜ): ସ୍ଥିର ନଦୀ ଦେଖିଲେ ଯେକୌଣସି ଲୋକର ମନ ହୁଏ ଟିକେ ଯାଇ ଗାଧୋଇ ପଡ଼େ । କିନ୍ତୁ ନଦୀର…

31 mins ago

ଯୁବପିଢ଼ିଙ୍କ ପାଇଁ ନବୀନଙ୍କ ୫ ଗ୍ୟାରେଣ୍ଟି, ପ୍ରଥମ ଥର ପାଇଁ ଆସିବ ୧ ଲକ୍ଷ କୋଟିର ଯୁବ ବଜେଟ୍

ଭୁବନେଶ୍ୱର (କେନ୍ୟୁଜ): ଯୁବ ପିଢ଼ିଙ୍କ ପାଇଁ ନବୀନ ଆଣିବେ ସୁବର୍ଣ୍ଣ ଯୁଗ । ଯୁବବର୍ଗଙ୍କ ଦ୍ଵାରା ବିକଶିତ ଓଡିଶା ଗଠନ…

34 mins ago

ଭାରତୀୟ ରେଳବାଇରେ ୧୨୦୨ ପଦବୀ ଖାଲି, ଜାଣନ୍ତୁ କିପରି କରିବେ ଆବେଦନ

ଭାରତୀୟ ରେଳବାଇରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ । ଏଠାରେ ୧୨୦୨ ପଦବୀ ଖାଲି ପଡିଛି । ଏଥିପାଇଁ ନୋଟିଫିକେସନ…

55 mins ago

ପୁଣେରେ ଭୟଙ୍କର ଦୁର୍ଘଟଣା ! ବିଳମ୍ବିତ ରାତିରେ ଡ୍ୟାମ୍‌ରେ ବୁଡ଼ିଲା ଡଙ୍ଗା; ୫ ମୃତ

ମହାରାଷ୍ଟ୍ରର ପୁଣେରେ ଘଟିଛି ଏକ ଭୟଙ୍କର ଡଙ୍ଗା ବୁଡ଼ି ଘଟଣା । ଏଠାରେ ଇନ୍ଦାପୁର ତହସିଲ ଅନ୍ତର୍ଗତ କଲସୀ ଗାଁ…

1 hour ago