ସ୍ପେଶାଲ

ହେଲମେଟକୁ ଅଣଦେଖା କାହିଁକି, ଜୀବନକୁ ଡର ନାହିଁ କି ?

ଭୁବନେଶ୍ୱର ଏଜି ଛକ ନିକଟରେ କିଛି ଟ୍ରାଫିକ୍‌ ପୋଲିସ ଜଗିରହିଥିଲେ । କୁନି ଝିଅଟି ଏବଂ ତା ବାପା ମାଙ୍କର କଥା । ଯିଏ ଘରୁ ବାହାରିଲା ବେଳେ ଯେତେବେଳେ ସ୍କୁଟି ନେଇକି ଆସିଥିଲେ ସେମାନଙ୍କ ମୁଣ୍ଡରେ ହେଲ୍‌ମେଟ୍‌ ନଥିଲା । ତେବେ ସେମାନଙ୍କୁ କିଭଳି ଭାବରେ ଟ୍ରାଫିକ୍‌ ପୋଲିସ ଅଟାକାଇଲା । କେତେ ହଟ ହଟା ହେଲେ । ସେ ସ୍କୁଟିରୁ ବାପା ମା କୁନି ଝିଅ ସମସ୍ତଙ୍କୁ ଓହ୍ଲାଇ ଦେଲେ । ଏବଂ ଗାଡ଼ିଟିକୁ ଟ୍ରାଫିକ ଥାନା ନେବାକୁ ବାହାରିଲେ । ଏସବୁ ଦେଖି କୁନି ଝିଅଟି ବାପାକୁ ଜାବୁଡ଼ି ଧରି କାନ୍ଦିଲା । କହିଲା ମୋ ଗୋଡ଼ରେ ଚେଙ୍କ ଲାଗିଗଲା । ହେଲେ କୁନି ଝିଅଟିର କାନ୍ଦକୁ ଟ୍ରାଫିକ୍‌ ପୋଲିସ ଅଣଦେଖା କଲା । ଏବଂ ସେମାନଙ୍କର ସ୍କୁଟିଟିକୁ ଟ୍ରାଫିକ୍‌ ଥାନାକୁ ନେଇଗଲେ । ଏମିତି ବିନା ହେଲ୍‌ମେଟ୍‌ ରେ ଆସିଥିବା ଅନେକ ଲୋକ ସେଠାରେ ଫାଇନ୍‌ ଦେଉଥିଲେ ।

ଏହି ଘଟଣା ଦେଖିବା ପରେ ଆପଣମାନେ କୁହନ୍ତୁ ଏ କୁନି ଝିଅ ମନରେ କଣ ବିତିଥିବ । ଆପଣ ମାନେ ଯେତେବେଳେ କୌଣସି କାମରେ ୨ ଚକିଆ ଯାନ ନେଇ ଘରୁ ବାହାରକୁ ଯାଉଛନ୍ତି ସେହ ିସମୟରେ ପ୍ରଥମେ ହେଲମେଟ୍‌ ପିନ୍ଧି ଗାଡ଼ି ନେଇକି ଯାଆନ୍ତୁ । ଏ ହେଲମେଟ୍‌ ପୋଲିସଠାରୁ ବଞ୍ଚିବା ପାଇଁ ପିନ୍ଧିବେ ଠିକ୍‌ ଅଛି ସେ ତ ଅଲଗା କଥା କିନ୍ତୁ ତା ଠାରୁ ଅଧିକ ମୂଲ୍ୟବାନ୍‌ ହେଉଛି ଆପଣଙ୍କର ଜୀବନ । ହେଲ୍‌ମେଟ୍‌ ଯଦି ଆପଣ ପିନ୍ଧିକି ଯାଉଛନ୍ତି ଆପଣଙ୍କ ସବୁବେଳେ ସବୁପ୍ରକାର ଘଟଣାରୁ ସୁରକ୍ଷିତ ରହିବେ । ଜୀବନ ବଞ୍ଚିବା ସହିତ ଟ୍ରାଫିକ୍‌ ଥାନା ନିକଟରେ ଅପେକ୍ଷା କରିବାକୁ ପଡ଼ିବନି କି ଫାଇନ୍‌ ଦେବାକୁ ପଡ଼ିବନି ।

Sasmita

Recent Posts

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

11 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

26 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

36 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

47 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

1 hour ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

2 hours ago