ସ୍ପେଶାଲ

ଜାଣନ୍ତୁ ଟ୍ରକ୍‌ ପଛରେ କାହିଁକି ବନ୍ଧା ହୋଇଥାଏ ଲୁହା ଚେନ୍‌? ଏହା ପଛରେ ରହିଛି ଖାସ୍‌ କାରଣ

ଆମ ଜୀବନରେ ଆମେ ପ୍ରତିଦିନ କିଛି ନା କିଛି ନୂଆ ନୂଆ ଜିନିଷ ଦେଖୁ। ହେଲେ କେବେ ସେଗୁଡ଼ିକ ଜାଣିବା ପାଇଁ ଚେଷ୍ଟା କରୁନାହିଁ। ରାସ୍ତାରେ ଅନେକ ପ୍ରକାର ଗାଡ଼ି ଚାଲୁଥିବାର ଆମେ ଦେଖୁଛୁ, ଯେପରି କାର୍ ଠାରୁ ଆରମ୍ଭ କରି ଟ୍ରକ୍ ପର୍ଯ୍ୟନ୍ତ। କିନ୍ତୁ  ଟ୍ରକ୍‌ ପଛରେ ଲାଗିଥିବା ଲୁହା ଚେନ୍‌କୁ କେବେ ଆପଣ ଲକ୍ଷ୍ୟ କରିଛନ୍ତି? ଆଉ ଏହା ପଛର କାରଣ ଜାଣିଛନ୍ତି? ଯଦି ନା, ତା’ ହେଲେ ଆସନ୍ତୁ ଜାଣିବା, ଟ୍ରକ୍‌ ପଛରେ ଲୁହା ଚେନ୍‌ ଲାଗିବାର କ’ଣ ରହିଛି ପ୍ରକୃତ କାରଣ।

ଟ୍ରକ୍ ପଛରେ ଲୁହା ଚେନ୍ ଲାଗିଥିବାର ଦେଖି କିଛି ଲୋକ ଭାବନ୍ତି, ଟ୍ରକ୍‌ଟି ଏପରି ଭାବେ ସଜା ହୋଇଛି। କିନ୍ତୁ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଲୁହା ଚେନ୍ ଟ୍ରକ୍‌ର ସୁରକ୍ଷା ପାଇଁ ଲଗାଯାଇଥାଏ। ଏହା ପଛରେ ଏକ ଖାସ୍ କାରଣ ମଧ୍ୟ ରହିଛି। ପ୍ରାୟତଃ ଯେଉଁ ଟ୍ରକ୍‌ଗୁଡ଼ିକ ପେଟ୍ରୋଲ ଓ ଡିଜେଲ୍ ନେବା ଆଣିବା କରନ୍ତି, ତାହା ପଛରେ ଲୁହା ଚେନ୍ ଲାଗିଥାଏ।

ଲୋକେ ଭାବନ୍ତି, ଗାଡି ସୁନ୍ଦର ଦେଖାଯିବା ପାଇଁ ଡ୍ରାଇଭର ଏହାକୁ ଲଗାଇଛନ୍ତି। ହେଲେ ଏହା ପ୍ରକୃତ କାରଣ ନୁହେଁ। ପ୍ରକୃତ କାରଣ ହେଉଛି, ଯେତେବେଳେ ରାସ୍ତାରେ ଭାରୀ ଯାନ ଚଳାଚଳ କରେ, ସେତେବେଳେ ଗାଡିଗୁଡିକ ରାସ୍ତାରେ ବହୁତ ଫ୍ରିକ୍ସନ ଜେନେରେଟ୍ କରନ୍ତି, ଯାହାଫଳରେ ନିଆଁ ବାହାରିବାର ଯଥେଷ୍ଟ ଆଶଙ୍କା ଥାଏ। ଏଭଳି ସ୍ଥିତିରେ ଏହି ଲୁହା ଚେନ୍ ଗାଡିରେ ନିଆଁ ଲାଗିବାକୁ ଦେଇ ନ ଥାଏ। ଆସନ୍ତୁ ଜାଣିବା, କିପରି କାମ କରିଥାଏ ଏହି ଟେକ୍ନୋଲୋଜି।

ଟ୍ରକର ଗତି ଯୋଗୁ ଯେଉଁ ଷ୍ଟାଟିକ୍ ଚାର୍ଜ ସୃଷ୍ଟି ହୁଏ, ସେଥିରୁ ସ୍ପାର୍କ ବାହାରିଥାଏ। କିନ୍ତୁ ଯେତେବେଳେ ଟ୍ରକରେ ଚେନ୍ ବାନ୍ଧି ଦିଆଯାଏ, ସେତେବେଳେ ଏହା ଭୂମିକୁ ସ୍ପର୍ଶ କରି ସମସ୍ତ କରେଣ୍ଟକୁ ପୁନଃ ଭୂମିକୁ ପଠାଇଦିଏ। ଏଥିଯୋଗୁ ସ୍ପାର୍କ ସୃଷ୍ଟି ହୁଏ ନାହିଁ ଏବଂ ପେଟ୍ରୋଲ କିମ୍ବା ଜ୍ୱଳନଶୀଳ ଜିନିଷ ନେଇ ଯାଉଥିବା ଗାଡ଼ିରେ ନିଆଁ ଲାଗେ ନାହିଁ। ବଜାରରେ ଅନେକ ପ୍ରକାରର ଡିଜାଇନର୍ ଚେନ୍ ଉପଲବ୍ଧ ହେଉଛି। କିନ୍ତୁ କିଛି ଡ୍ରାଇଭର କେବଳ ଲୁହା ଜଞ୍ଜିର ହିଁ ଟ୍ରକ୍‌ରେ ବାନ୍ଧି ଦିଅନ୍ତି।

KNews Bureau

Recent Posts

ଫିଲ୍ମ ‘କଲ୍‌କୀ 2898 AD’ର ଆଡଭାନ୍ସ ବୁକିଂ, ଫ୍ୟାନ୍ସଙ୍କ ମଧ୍ୟରେ ଦେଖିବାକୁ ମିଳିଲା ଭିନ୍ନ କ୍ରେଜ୍

ଫ୍ୟାନ୍ସ ଉତ୍ସାହର ସହିତ ପ୍ରଭାସଙ୍କ ଫିଲ୍ମ ‘କଲ୍‌କୀ 2898 AD’କୁ ଅପେକ୍ଷା କରିଛନ୍ତି । ଏହି ଫିଲ୍ମଟି ଜୁନ୍ ୨୭ରେ…

36 seconds ago

ପୋଲିସ ବାବୁଙ୍କୁ ମହଙ୍ଗା ପଡିଗଲା ପରକୀୟା ପ୍ରେମ, ପ୍ରମୋସନ ହେବା ବଦଳରେ ହେଲା ଡିମୋସନ୍‌

ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା ପରକୀୟା ପ୍ରେମ । ପ୍ରେମ କରି ଫସିଲେ ପୋଲିସ ବାବୁ। ହୋଟେଲ ରୁମ୍‌ରୁ ପ୍ରେମିକା…

2 mins ago

ଜେପି ନଡ୍ଡାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ରାଜ୍ୟସଭାରେ ସଦନର ନେତା ନିଯୁକ୍ତ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…

20 mins ago

ଥାନାରେ ମାଳ ଅଦଳ ବଦଳ କରି ସିନ୍ଦୁର ପିନ୍ଧିଲେ ଯୁବତୀ, ପ୍ରେମିକ ହାତରେ କାଟିଲେ କେକ୍‌

ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍‌ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…

45 mins ago

ଜଣକ ପରେ ଜଣକୁ ନିଜ କବ୍ଜାକୁ ନେଉଛି ଡିପଥେରିଆ, ଏବେ ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ

ଲକ୍ଷ୍ମୀପୁର : ଏବେ ମୃତ୍ୟୁର ତାଣ୍ଡବ ଖେଳି ଚାଲିଛି ଡିଫଥେରିଆ । ଏହି ରୋଗ ଜଣକ ପରେ ଜଣକୁ ନିଜ…

49 mins ago

ବ୍ରିଜ ଉପରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଜଳେଶ୍ବର : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦକ୍ଷିଣ ପୂର୍ବ ରେଳପଥର ନୂଆଗାଁ ରୋଡ଼ ରେଳଷ୍ଟେସନ ମଧ୍ୟ ସ୍ଥଳ…

52 mins ago