ମନୋରଂଜନ

ମାଲାୟାଲମ୍ ଟିଭି ଅଭିନେତ୍ରୀ ଡା. ପ୍ରିୟାଙ୍କ ହୃଦ୍‌ଘାତରେ ନିଧନ, ୮ ମାସର ଥିଲେ ଗର୍ଭବତୀ; ଆଇସିୟୁରେ ନବଜାତ

ସାଉଥ୍‌ ସିନେମା ଜଗତରୁ ଏକ ବଡ଼ ଦୁଃଖଦ ଖବର ସାମ୍ନାକୁ ଆସିଛି। ମାଲାୟାଲମ୍ ଟିଭି ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ଡା. ପ୍ରିୟାଙ୍କର ହୃଦଘାତରେ ମୃତ୍ୟୁ ଘଟିଛି। ଅଭିନେତ୍ରୀଙ୍କ ଦେହାନ୍ତରେ ମାଲାୟାଲମ୍ ଟିଭି ଜଗତକୁ ବଡ଼ ଝଟ୍‌କା ଲାଗିଛି। ମାତ୍ର ୩୫ ବର୍ଷ ବୟସରେ ପ୍ରିୟାଙ୍କ ନିଧନରେ ତାଙ୍କ ପ୍ରଶଂସକମାନେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।

କୁହାଯାଉଛି ଯେ ୩୫ ବର୍ଷୀୟା ପ୍ରିୟା ୮ ମାସର ଗର୍ଭବତୀ ଥିଲେ ଏବଂ ଡାକ୍ତରଖାନାରେ ତାଙ୍କର ନିୟମିତ ପ୍ରେଗ୍‌ନାନ୍ସି ଚେକ୍‌ଅପ୍‌ ଚାଲିଥିଲା। ପରିବାର ସଦସ୍ୟଙ୍କ କହିବାନୁସାରେ, ମଙ୍ଗଳବାର ହଠାତ୍‌ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା ଏବଂ ତୁରନ୍ତ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ହେଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଡାକ୍ତରମାନେ କହିଛନ୍ତି ଯେ ହୃଦଘାତ ଯୋଗୁ ପ୍ରିୟାଙ୍କ ମୃତ୍ୟୁ ହୋଇଛି। ତାଙ୍କ ନବଜାତ ଶିଶୁ ବର୍ତ୍ତମାନ ଆଇସିୟୁରେ ଅଛି। ସେଠାରେ ଡାକ୍ତରୀ ଟିମ୍‌ ଶିଶୁ ଉପରେ ନଜର ରଖିଛନ୍ତି।

ପ୍ରିୟାଙ୍କ ନିଧନ ଖବର ପ୍ରଥମେ ଅଭିନେତା କିଶୋର ସତ୍ୟା ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଥିଲେ। ସେ ନିଜ ପୋଷ୍ଟରେ ଲେଖିଥିଲେ, ‘ମାଲାୟାଲମ୍ ଟିଭି ଇଣ୍ଡଷ୍ଟ୍ରିରେ ଆଉ ଏକ ଅକାଳ ମୃତ୍ୟୁ ଘଟିଛି। ଗତ କାଲି ହୃଦଘାତରେ ଡା. ପ୍ରିୟାଙ୍କର ନିଧନ ହୋଇଛି। ସେ ୮ ମାସର ଗର୍ଭବତୀ ଥିଲେ ଏବଂ ତାଙ୍କର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କୌଣସି ଅସୁବିଧା ନ ଥିଲା। ତାଙ୍କ ନବଜାତ ଶିଶୁ ବର୍ତ୍ତମାନ ଆଇସିୟୁରେ ଅଛି’।

କହି ରଖୁଛୁ, ଡା. ପ୍ରିୟା ମାଲାୟାଲମ୍ ଟିଭି ଇଣ୍ଡଷ୍ଟ୍ରିର ଜଣେ ପ୍ରସିଦ୍ଧ ଅଭିନେତ୍ରୀ ଥିଲେ। ସିରିଏଲ ‘କରୁଥାମୁଥୁ’ରେ ତାଙ୍କର ଭୂମିକା ପାଇଁ ସେ ଅନେକ ପ୍ରଶଂସା ସାଉଁଟିଥିଲେ। ଟିଭି ଅଭିନେତ୍ରୀ ହେବା ସହିତ ପ୍ରିୟା ଜଣେ ଡାକ୍ତର ମଧ୍ୟ ଥିଲେ। ଥିରୁବନନ୍ତପୁରମ୍‌ର ଏକ ହସ୍ପିଟାଲରେ ସେ କାମ କରୁଥିଲେ।

Roshni

Recent Posts

ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ବାଲେଶ୍ବରରେ ୧୪୪ ଧାରା ଜାରି

ବାଲେଶ୍ବର(କେନ୍ୟୁଜ୍‌): ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ୧୪୪ ଧାରା ଜାରି। କୌଣସି ଏକ କାରଣରୁ ଭୁଜାଖିଆ ପୀର…

53 seconds ago

ଡାକ୍ତରଖାନାରେ ଶିଶୁକୁ ଚୋରି କରି ନେବା ବେଳେ ଧରିଲେ ଡାକ୍ତରଖାନାର ସୁରକ୍ଷାକର୍ମୀ

ସୁବର୍ଣ୍ଣପୁର(କେନ୍ୟୁଜ୍‌) : ପୁଣି ସାମ୍ନାକୁ ଆସିଲା ପିଲାଚୋରି ଅଭିଯୋଗ । ପୂର୍ବରୁ ଏପରି ଘଟଣା ଅନେକ ଥର ଆମ ସାମ୍ନାକୁ…

39 mins ago

ଓଡିଆ ପଣ୍ଡିତଙ୍କୁ ଗଙ୍ଗା ଘାଟ ଛାଡିବାକୁ ବାଧ୍ୟ କରାଯାଉଛି, ଚିନ୍ତାରେ ବର୍ଷ ବର୍ଷ ଧରି ରହିଆସୁଥିବା ଓଡିଆ ବ୍ରାହ୍ମଣ

କୋଲକାତା (କେନ୍ୟୁଜ) : ପୁଣ୍ୟତୋୟା ଗଙ୍ଗା ଘାଟଗୁଡ଼ିକ ଧର୍ମ ସଂସ୍କୃତି ଓ ଆସ୍ଥାର ପ୍ରମୁଖ ସ୍ଥଳୀ ଭାବରେ ପରିଚିତି ଲାଭ…

2 hours ago

ଘରେ କଳାକନା ବୁଲାଇ ୨୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ଆସବାବ ପତ୍ର ନେଇଗଲେ ଚୋର

ତାଳଚେର (କେନ୍ୟୁଜ) : ଯଦି ଆପଣ କେବେ ନିଜ ଘର ତାଲା ପକାଇ ବନ୍ଧୁ ଘର କିମ୍ବା ସମ୍ପର୍କୀୟଙ୍କ ଘରକୁ…

2 hours ago

କଳିଙ୍ଗ ଷ୍ଟାଡିୟମ କ୍ରୀଡ଼ା ଭିତ୍ତିଭୂମିର ସମୀକ୍ଷା କଲେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ

ଭୁବନେଶ୍ୱର(କେନ୍ୟୁଜ୍‌): କ୍ରୀଡ଼ା ଓ ଯୁବସେବା ମାନ୍ୟବର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ଆଜି କଳିଙ୍ଗ ଷ୍ଟାଡିୟମ ଗସ୍ତ କରି ରାଜ୍ୟର…

2 hours ago

ଭୋଜି ଖାଇ ଫେରୁଥିଲେ ହେଲେ ଏକାସାଥିରେ ଆରପାରିକୁ ଚାଲିଗଲେ ଚାରି ସାଙ୍ଗ

ନୂଆପଡା (କେନ୍ୟୁଜ) : ଭୋଜି ଖାଇ ସାଙ୍ଗ ହୋଇ ଫେରୁଥିଲେ ଏହି ୪ ଜଣ ସାଙ୍ଗ । ଏମାନେ ୪…

2 hours ago