Categories: ସ୍ପେଶାଲ

ଜାନୁଆରୀ ୨୬ ତାରିଖରେ ହିଁ କାହିଁକି ପାଳନ କରାଯାଏ “ଗଣତନ୍ତ୍ର ଦିବସ”, ଜାଣନ୍ତୁ ଏହା ପଛର କାରଣ

ଭାରତ ପାଇଁ ଜାନୁଆରୀ ୨୬ ତାରିଖ ଏକ ବିଶେଷ ମହତ୍ତ୍ୱ ରଖିଥାଏ । କାରଣ ଏହି ଦିନ ହିଁ ଭାରତର ସମ୍ବିଧାନ ପୂର୍ଣ୍ଣ ରୂପେ ପ୍ରଣୟନ ହୋଇଥିଲା । ରାଜତନ୍ତ୍ର ପରିବର୍ତ୍ତେ ଦେଶରେ ଆରମ୍ଭ ହୋଇଥିଲା ଗଣତନ୍ତ୍ର । ଲୋକେ ନିଜେ ବାଛି ପାରିଲେ ନିଜ ଶାସକ । ଶାସନ କ୍ଷମତା ଆଉ କୈନ୍ଦ୍ରିକ ହୋଇ ରହିଲା ନାହିଁ । ଗଣତନ୍ତ୍ର ଦିବସକୁ ଜାତୀୟ ପର୍ବର ମାନ୍ୟତା ମିଳିଲା । ରାଷ୍ଟ୍ରର ମୁଖ୍ୟ ହେଲେ ମହାମହିମ ରାଷ୍ଟ୍ରପତି । ଏହି ଦିନକୁ ମନେରଖିବା ପାଇଁ ପ୍ରତିବର୍ଷ ପାଳନ କରାଯାଏ ”ଗଣତନ୍ତ୍ର ଦିବସ” । ଦେଶ ବ୍ୟାପି ଆନନ୍ଦ ଉଲ୍ଲାସର ସହ ପାଳିତ ହୁଏ ଏହି ଦିନ । ଭାରତ ସରକାର ଏହି ଅବସରରେ କୌଣସି ବିଦେଶୀ ରାଷ୍ଟ୍ରଧ୍ୟକ୍ଷଙ୍କୁ ମୁଖ୍ୟ ଅତିଥି ରୂପେ ଡାକିଥାନ୍ତି ।

ଇଣ୍ଡିଆ ଗେଟ ସମ୍ମୁଖରେ ବିଭିନ୍ନ ରାଜ୍ୟ ମାନଙ୍କର ଝାଙ୍କି ବା ପ୍ରଜ୍ଞାପନ ମେଢ଼ ବାହାରିବା ସହ ରାଷ୍ଟ୍ରପତିଙ୍କୁ ୨୧ ତୋପ ସଲାମି ଦିଆଯାଇଥାଏ । ଆହୁରି କେତେକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ପାଳିତ ହୁଏ ଭାରତର ଏହି ବିଶେଷ ଉତ୍ସବ । କିନ୍ତୁ ଅନେକଙ୍କ ମନରେ ପ୍ରଶ୍ନ ଉଠେ କାହିଁକି ଜାନୁଆରୀ ୨୬ରେ ହିଁ ପାଳିତ ହୁଏ ଗଣତନ୍ତ୍ର ଦିବସ । ତେବେ ଆଜି ଆସନ୍ତୁ ଜାଣିବା ସେ ବିଷୟରେ । ୧୯୨୯ ମସିହା ଡିସେମ୍ବର ମାସରେ ”ଭାରତୀୟ ଜାତୀୟ କଂଗ୍ରେସ”ର ବାର୍ଷିକ ଅଧିବେଶନ ଲାହୋର ଠାରେ ବସିଥିଲା । ଏହାର ଅଧ୍ୟକ୍ଷତା କରିଥିଲେ ପଣ୍ଡିତ ଜବାହର ଲାଲ ନେହେରୁ । ଏହି ଅଧିବେଶନରେ ନିଷ୍ପତ୍ତି ନିଆଯାଇଥିଲା କି ଯଦି ବ୍ରିଟିଶ ସରକାର ୧୯୩୦ ମସିହା ଜାନୁଆରୀ ୨୬ ସୁଦ୍ଧା ଭାରତକୁ ଡୋମିନିୟନ ଷ୍ଟାଟସ ପ୍ରଦାନ ନ କରନ୍ତି ତେବେ ଭାରତ ନିଜକୁ ସ୍ୱତନ୍ତ୍ର ଘୋଷଣା କରିଦେବ।

ଏହାବାଦ ଯେବେ ନିର୍ଦ୍ଧାରିତ ସମୟ ପର୍ଯ୍ୟନ୍ତ ଇଂରାଜୀ ସରକାର କୌଣସି ପଦକ୍ଷେପ ନ ନେବାରୁ ସେହି ଦିନ ଭାରତୀୟ ଜାତୀୟ କଂଗ୍ରେସ ନିଜକୁ ”ପୂର୍ଣ୍ଣ ସ୍ୱରାଜ” ଭାବେ ଘୋଷଣା କରିଥିଲା । ଏହା ସହ ଆରମ୍ଭ କରିଦେଇଥିଲା ନିଜ ସକ୍ରିୟ ଆନ୍ଦୋଳନ । ଏହି ଦିନ ଜବାହର ଲାଲ ନେହେରୁ ଲାହୋରର ରବି ନଦୀ କୂଳରେ ତ୍ରିରଙ୍ଗା ପତାକା ଉଡ଼ାଇଥିଲେ । ପରେ ଦେଶ ସ୍ୱାଧୀନ ହେବା ପର୍ଯ୍ୟନ୍ତ ଜାନୁଆରୀ ୨୬ ତାରିଖକୁ ସ୍ୱତନ୍ତ୍ରତା ଦିବସ ରୂପେ ପାଳନ କରାଯାଇ ଆସୁଥିଲା । କିନ୍ତୁ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଦେଶ ସ୍ୱାଧୀନ ହେବା ପରେ ସମ୍ବିଧାନ ପ୍ରସ୍ତୁତ ହେବା ଆରମ୍ଭ ହୋଇଥିଲା ।

୧୯୪୯ ମସିହା ନଭେମ୍ବର ୨୬ ତାରିଖ ସୁଦ୍ଧା ପ୍ରସ୍ତୁତ ହୋଇଯାଇଥିଲା ସମ୍ବିଧାନ । କିନ୍ତୁ ସେ ସମୟର ନେତା ୨୬ ଜାନୁଆରୀରେ ଏହାର ପ୍ରଣୟନ ନେଇ ନିଷ୍ପତ୍ତି ନେଇଥିଲେ । ଫଳରେ ପରବର୍ଷ ଜାନୁଆରୀ ୨୬ରେ ପୂର୍ଣ୍ଣ ରୂପେ ଲାଗୁ ହୋଇଥିଲା ସମ୍ବିଧାନ । ସେବେଠୁ ନଭେମ୍ବର ୨୬ ତାରିଖକୁ ସମ୍ବିଧାନ ଦିବସ ପାଳନ କରାଯାଇ ଆସୁଥିବା ବେଳେ ୨୬ ଜାନୁଆରୀରେ ପାଳନ କରାଯାଏ ”ଗଣତନ୍ତ୍ର ଦିବସ” ।

KNews Bureau

Recent Posts

ନିର୍ବାଚନ ପରେ ସ୍ଥିତି ଜାହିର କଲେ ମାଓବାଦୀ, ଛକରେ ଲଗାଇଲେ ମାଓ ପୋଷ୍ଟର

କୋରାପୁଟ (କେନ୍ୟୁଜ); କୋରାପୁଟ ଜିଲ୍ଲା ବନ୍ଧୁଗାଁରେ ମାଓ ପୋଷ୍ଟର । ନିର୍ବାଚନ ପରେ ନିଜର ସ୍ଥିତି ଜାହିର ପାଇଁ ଲଗାଇଲେ…

12 mins ago

ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍, ୫୯ ଜଣ ରୋଗୀ ଚିହ୍ନଟ

ସମ୍ବଲପୁର(କେନ୍ୟୁଜ): ଏକ ଦଶନ୍ଧି ପରେ ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍ । ଏହାକୁ ନେଇ ମହାନଗରବାସୀ ଚିନ୍ତାରେ…

15 mins ago

ଯୋଗ ଦିବସରେ କାଶ୍ମୀର ମହିଳାଙ୍କ ସହିତ ସେଲଫି ନେଲେ ମୋଦି, ଫଟୋ ଭାଇରଲ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅର୍ନ୍ତରାଷ୍ଟ୍ରୀୟ ଯୋଗ ଦିବସରେ ଜମ୍ମୁ କାଶ୍ମୀର ଶ୍ରୀନଗର ସ୍ଥିତ ଶେର-ଏ-କଶ୍ମୀର ଅର୍ନ୍ତରାଷ୍ଟ୍ରୀୟ ସମ୍ମେଳନ କେନ୍ଦ୍ର (SKICC)…

19 mins ago

ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ, ପଥରରେ ଛେଚି ଯୁବକଙ୍କୁ ହତ୍ୟା

କଣ୍ଟାବାଞ୍ଜି (କେନ୍ୟୁଜ); ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ। ସିନ୍ଧେକେଲା ଥାନା ସାଲେବରଟ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତ…

31 mins ago

ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ, ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ

ଭୁବନେଶ୍ୱର (କେନ୍ୟୁଜ) : ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ  ।  ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ ।  ଭୁବନେଶ୍ବର ତମାଣ୍ଡୋରେ…

48 mins ago

କିଟ୍ ରେ ଯୋଗ ଦିବସ ପାଳିତ, ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ଯୋଗ ଗୁରୁତ୍ୱପୂର୍ଣ୍ଣ ବୋଲି କହିଲେ ଡକ୍ଟର ସାମନ୍ତ

ଭୁବନେଶ୍ୱର (କେନ୍ୟୁଜ): ଆଜି କିଟ୍ ପକ୍ଷରୁ ପାଳିତ ହୋଇଛି ଅନ୍ତର୍ଜାତୀୟ ଯୋଗ ଦିବସ । କିଟ୍ ଇଣ୍ଡୋର ଷ୍ଟାଡିୟମରେ କିଟ୍…

2 hours ago