Categories: ସ୍ପେଶାଲ

କଣ ଆପଣ ଜାଣନ୍ତି ସମୁଦ୍ରର ପାଣି ଲୁଣିଆ କାହିଁକି !

ଆମେ ଶୁଣି ଆସିଛୁ ଜଳ ହିଁ ଜୀବନ। ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ ଯେ ସମୁଦ୍ରର ପାଣି ଲୁଣିଆ କାହିଁକି ? ପୃଥିବୀର ୭୦ ଭାଗ ଅଂଚଳ ପାଣିକୁ ଘେରି ହୋଇ ରହିଛି। ସେଥିମଧ୍ୟରୁ ଅଧିକାଂଶ ପାଣି ଲୁଣିଆ ଏବଂ ପିଇବା ଯୋଗ୍ୟ ନୁହେଁ। ନଦୀ, ବରଫ ଏବଂ ବର୍ଷା ଦ୍ବାରା ମିଳୁଥିବା ପାଣି ପିଇବା ଯୋଗ୍ୟ ଅଟେ। ଆଶ୍ଚର୍ଯ୍ୟର ବିଷୟଏହା ଯେ ପୃଥିବୀରେ ଥିବା ଜଳ ମଧ୍ୟରୁ ୯୭ ପାଣି କ୍ଷାର ମିଶ୍ରିତ କିମ୍ବା ଲବଣାକ୍ତ । ତେବେ ଆପଣଙ୍କ ମନରେ ନିଶ୍ଚୟ ପ୍ରଶ୍ନ ଉଠୁଥିବ ଯେ ନଦୀ ଏବଂ ହ୍ରଦର ପାଣି କାହିଁକି କ୍ଷାର ହୋଇନଥାଏ। ତେବେ ଆସନ୍ତୁ ଜାଣିବା ଏମିତି କାହିଁକି ହୋଇଥାଏ?

ବିଷେଶ କରି ସମୁଦ୍ରର ପାଣି ଲୁଣିଆ ହୋଇଥାଏ। ଏହାର ପ୍ରଥମ କାରଣ ଏହା ଯେ, ବର୍ଷା ହେଲେ ପାଣି ମାଟିରେ ପଡି ପଥର ଦେଇ ପ୍ରବାହିତ ହୋଇଥାଏ। ପାଣି ପଥର ଦେଇପ୍ରବାହିତ ହେବାବେଳେ ପଥର ଉପରେ ରହିଥିବା ଲବଣାକ୍ତ ଆସ୍ତରଣ ସଂସ୍ପର୍ଶରେ ଆସିଥାଏ । କେବଳ ଲବଣାକ୍ତ ଆସ୍ତରଣ ନୁହେଁ, ଏଥିରେ ଅନ୍ୟ ମିନେରାଲ ମଧ୍ୟ ମିଶି ଥାଏ । ଏହି ସବୁ ପାଣି ନଦୀରେ ମିଶି ସମୂଦ୍ରରରେ ପଡିଥାଏ ।

ଏହି ସବୁ ଲବଣାକ୍ତ ସମୁଦ୍ରରେ ଯାଇ ରହିଥାଏ, ଯେତେବେଳେ ସମୁଦ୍ରର ପାଣି ବାଷ୍ପୀକରଣ ହୋଇଥାଏ ଯାହା ଦ୍ବାରା ବାଦଲ ସ୍ରୁଷ୍ଟି ହୋଇଥାଏ। ସେତେବେଳେ ସମସ୍ତ ଲବଣାକ୍ତ ଯାଇ ଆସ୍ତରଣ ହୋଇ ରହିଯାଇଥାଏ ଏବଂ ଧୀରେ ଧୀରେ ସମୟକ୍ରମେ ଏକତ୍ରିତ ହୋଇଥାଏ, ଯାହା ଫଳରେ ସମୁଦ୍ରରପାଣି ଲୁଣିଆ ହୋଇଥାଏ।

ଅନ୍ୟପକ୍ଷରେ ସମୂଦ୍ର ତଳେ ରାସାୟନିକ ବିଘଟନ କାରଣରୁ ଏକ କ୍ଷାରାକ୍ତ ଆସ୍ତରଣ ବରାବର ସୃଷ୍ଟି ହେଉଥାଏ । ଯାହା ସମୁଦ୍ରପାଣିକୁ ଲୁଣିଆ କରିବାରେ ମୁଖ୍ୟ ଭୂମିକାନେଇଥାଏ ।

ଏହା ସହ ପଢ଼ନ୍ତୁ : କଣ ଆପଣ ଜାଣନ୍ତି, ଭୋଟ ସମୟରେ ବ୍ୟବହ୍ରୁତ କାଳି ଆସେ କେଉଁଠୁ ?

ଏହି ଲୁଣିଆ ପାଣି ପିଇବା ପାଇଁ ସିନା ଉପଯୋଗ ହୋଇପାରେନି, କିନ୍ତୁ ଏହା ମଧ୍ୟ ମଧୁର ଜଳ ସୃଷ୍ଟି କରିବାରେ ସହାୟକ ହୋଇଥାଏ । ଆକାଶରେ ମେଘ ସୃଷ୍ଟି ହେବାକ୍ଷେତ୍ରରେ ସମୁଦ୍ର ଜଳର ହିଁ ବିଶେଷ ଭୂମିକା ରହିଥାଏ ।

ସମୁଦ୍ରର ପାଣି ପିଇବା ଯୋଗ୍ୟ ହୋଇନଥାଏ କାହିଁକି ?

ବହୁ ପୂର୍ବରୁ ଧୀରେ ଧୀରେ ଲବଣାକ୍ତ ସମୁଦ୍ରରେ ଏକତ୍ରିତ ହୋଇ ରହିଥାଏ। ଯାହାଦ୍ବାରା ସମୁଦ୍ର ପାଣିର ଲବଣାକ୍ତର ସ୍ତର ସ୍ଥିର ନ ରହି ବଢ଼ିଯାଇଥାଏ। ସମୁଦ୍ରରେ ଉପସ୍ଥିତ ଥିବା ଲବଣତା ବା ଲୁଣର ଉଚ୍ଚ ସ୍ଥର କାରଣରୁ ଏହା ମଣିଷର ପିଇବା ଯୋଗ୍ୟ ହୋଇନଥାଏ। କୁହାଯାଏ ଯେ ସମୁଦ୍ର ପାଣିର ଲବଣତା ତାଜା ପାଣିର ଲବଣତା ଠାରୁ ୨୨୦ ଗୁଣ ଅଧିକ ହୋଇଥାଏ।

Pritiparna

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

6 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

8 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

14 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

23 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

23 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

41 mins ago