Below header

କଣ ଆପଣ ଜାଣନ୍ତି ସମୁଦ୍ରର ପାଣି ଲୁଣିଆ କାହିଁକି !

ଆମେ ଶୁଣି ଆସିଛୁ ଜଳ ହିଁ ଜୀବନ। ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ ଯେ ସମୁଦ୍ରର ପାଣି ଲୁଣିଆ କାହିଁକି ? ପୃଥିବୀର ୭୦ ଭାଗ ଅଂଚଳ ପାଣିକୁ ଘେରି ହୋଇ ରହିଛି। ସେଥିମଧ୍ୟରୁ ଅଧିକାଂଶ ପାଣି ଲୁଣିଆ ଏବଂ ପିଇବା ଯୋଗ୍ୟ ନୁହେଁ। ନଦୀ, ବରଫ ଏବଂ ବର୍ଷା ଦ୍ବାରା ମିଳୁଥିବା ପାଣି ପିଇବା ଯୋଗ୍ୟ ଅଟେ। ଆଶ୍ଚର୍ଯ୍ୟର ବିଷୟଏହା ଯେ ପୃଥିବୀରେ ଥିବା ଜଳ ମଧ୍ୟରୁ ୯୭ ପାଣି କ୍ଷାର ମିଶ୍ରିତ କିମ୍ବା ଲବଣାକ୍ତ । ତେବେ ଆପଣଙ୍କ ମନରେ ନିଶ୍ଚୟ ପ୍ରଶ୍ନ ଉଠୁଥିବ ଯେ ନଦୀ ଏବଂ ହ୍ରଦର ପାଣି କାହିଁକି କ୍ଷାର ହୋଇନଥାଏ। ତେବେ ଆସନ୍ତୁ ଜାଣିବା ଏମିତି କାହିଁକି ହୋଇଥାଏ?

dead sea saltବିଷେଶ କରି ସମୁଦ୍ରର ପାଣି ଲୁଣିଆ ହୋଇଥାଏ। ଏହାର ପ୍ରଥମ କାରଣ ଏହା ଯେ, ବର୍ଷା ହେଲେ ପାଣି ମାଟିରେ ପଡି ପଥର ଦେଇ ପ୍ରବାହିତ ହୋଇଥାଏ। ପାଣି ପଥର ଦେଇପ୍ରବାହିତ ହେବାବେଳେ ପଥର ଉପରେ ରହିଥିବା ଲବଣାକ୍ତ ଆସ୍ତରଣ ସଂସ୍ପର୍ଶରେ ଆସିଥାଏ । କେବଳ ଲବଣାକ୍ତ ଆସ୍ତରଣ ନୁହେଁ, ଏଥିରେ ଅନ୍ୟ ମିନେରାଲ ମଧ୍ୟ ମିଶି ଥାଏ । ଏହି ସବୁ ପାଣି ନଦୀରେ ମିଶି ସମୂଦ୍ରରରେ ପଡିଥାଏ ।

ଏହି ସବୁ ଲବଣାକ୍ତ ସମୁଦ୍ରରେ ଯାଇ ରହିଥାଏ, ଯେତେବେଳେ ସମୁଦ୍ରର ପାଣି ବାଷ୍ପୀକରଣ ହୋଇଥାଏ ଯାହା ଦ୍ବାରା ବାଦଲ ସ୍ରୁଷ୍ଟି ହୋଇଥାଏ। ସେତେବେଳେ ସମସ୍ତ ଲବଣାକ୍ତ ଯାଇ ଆସ୍ତରଣ ହୋଇ ରହିଯାଇଥାଏ ଏବଂ ଧୀରେ ଧୀରେ ସମୟକ୍ରମେ ଏକତ୍ରିତ ହୋଇଥାଏ, ଯାହା ଫଳରେ ସମୁଦ୍ରରପାଣି ଲୁଣିଆ ହୋଇଥାଏ।

Oceanଅନ୍ୟପକ୍ଷରେ ସମୂଦ୍ର ତଳେ ରାସାୟନିକ ବିଘଟନ କାରଣରୁ ଏକ କ୍ଷାରାକ୍ତ ଆସ୍ତରଣ ବରାବର ସୃଷ୍ଟି ହେଉଥାଏ । ଯାହା ସମୁଦ୍ରପାଣିକୁ ଲୁଣିଆ କରିବାରେ ମୁଖ୍ୟ ଭୂମିକାନେଇଥାଏ ।

ଏହା ସହ ପଢ଼ନ୍ତୁ : କଣ ଆପଣ ଜାଣନ୍ତି, ଭୋଟ ସମୟରେ ବ୍ୟବହ୍ରୁତ କାଳି ଆସେ କେଉଁଠୁ ?

ଏହି ଲୁଣିଆ ପାଣି ପିଇବା ପାଇଁ ସିନା ଉପଯୋଗ ହୋଇପାରେନି, କିନ୍ତୁ ଏହା ମଧ୍ୟ ମଧୁର ଜଳ ସୃଷ୍ଟି କରିବାରେ ସହାୟକ ହୋଇଥାଏ । ଆକାଶରେ ମେଘ ସୃଷ୍ଟି ହେବାକ୍ଷେତ୍ରରେ ସମୁଦ୍ର ଜଳର ହିଁ ବିଶେଷ ଭୂମିକା ରହିଥାଏ ।

ସମୁଦ୍ରର ପାଣି ପିଇବା ଯୋଗ୍ୟ ହୋଇନଥାଏ କାହିଁକି ?

salt in seaବହୁ ପୂର୍ବରୁ ଧୀରେ ଧୀରେ ଲବଣାକ୍ତ ସମୁଦ୍ରରେ ଏକତ୍ରିତ ହୋଇ ରହିଥାଏ। ଯାହାଦ୍ବାରା ସମୁଦ୍ର ପାଣିର ଲବଣାକ୍ତର ସ୍ତର ସ୍ଥିର ନ ରହି ବଢ଼ିଯାଇଥାଏ। ସମୁଦ୍ରରେ ଉପସ୍ଥିତ ଥିବା ଲବଣତା ବା ଲୁଣର ଉଚ୍ଚ ସ୍ଥର କାରଣରୁ ଏହା ମଣିଷର ପିଇବା ଯୋଗ୍ୟ ହୋଇନଥାଏ। କୁହାଯାଏ ଯେ ସମୁଦ୍ର ପାଣିର ଲବଣତା ତାଜା ପାଣିର ଲବଣତା ଠାରୁ ୨୨୦ ଗୁଣ ଅଧିକ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.