ସ୍ପେଶାଲ

ସୂର୍ଯ୍ୟମୁଖୀ ଫୁଲରେ ରହିଛି ଜୈବିକ ଘଡ଼ି, ଯାହା ସୂର୍ଯ୍ୟଙ୍କ କିରଣକୁ କରିଥାଏ ଡିଟେକ୍ଟ

କୁହାଯାଏ ଯେ, ଦୁନିଆରେ ଯାହା ଘଟେ ତାହା ପଛରେ ଏକ ବିଶେଷ କାରଣ ଲୁଚି ରହିଥାଏ। ଅନେକ ଖବର ଏମିତି ସାମ୍ନାକୁ ଆସେ ଯାହା ଶୁଣିଲେ ବା ଦେଖିଲେ ଆଶ୍ଚର୍ଯ୍ୟ ଲାଗେ। ଏଭଳି ଏକ ରୋଚକ ଖବର ସମ୍ପର୍କରେ ଆମେ ଆଜି ଆପଣଙ୍କୁ କହିବୁ। ଆପଣ ସମସ୍ତେ ସୂର୍ଯ୍ୟମୂଖୀ ଫୁଲ ଦେଖିଥିବେ। କିନ୍ତୁ କେବେ ଏହାକୁ ମାର୍କ କରିଛନ୍ତି ଯେ ଏହି ଫୁଲ ସର୍ବଦା ସୂର୍ଯ୍ୟଙ୍କ ସାମ୍ନାକୁ ମୁହଁ କରି ଫୁଟିଥାଏ। ଏହାର କାରଣ କଣ ଜାଣିଛନ୍ତି। ଏହା ପଛରେ ଲୁଚି ରହିଛି ଏକ ସୁନ୍ଦର ତଥ୍ୟ।

ଆଜି ଆମେ ଆପଣଙ୍କୁ କହିବୁ ଏହା ପଛରେ ଥିବା କାରଣ। । ସୂର୍ଯ୍ୟମୁଖୀ ଫୁଲ ଥଣ୍ଡା ଦିନ ଅପେକ୍ଷା ଖରା ଦିନରେ ଅଧିକ ସକ୍ରିୟ ହୋଇଥାଏ। ଏହି ଫୁଲର ବିକାଶ ସେହି କ୍ଷେତ୍ରରେ ଅଧିକ ହୋଇଥାଏ ଯେଉଁଠାରେ ଖରା ୬ ଘଣ୍ଟାରୁ ଅଧିକ ବାହାରିଥାଏ। ଖରା ସ୍ଥାନରେ ଏହା ଭଲ ଭାବେ ଫୁଟିଥାଏ। ଫୁଟିବା ସମୟରେ ଫୁଲର ମୁହଁ ପୂର୍ବ ଦିଗକୁ ରହିଥାଏ। ସକାଳ ସମୟ ରୁ ଫୁଲ ପୂର୍ବ ଦିଗକୁ ରହିଥାଏ। ଧିରେ ଧିରେ ସୂର୍ଯ୍ୟଙ୍କ ଦିଶା ପରିବର୍ତ୍ତନ ସହ ଫୁଲର ଦିଗ ମଧ୍ୟ ପରିବର୍ତ୍ତନ ହୁଏ। କିନ୍ତୁ ଏହାର କାରଣ କଣ। ବୈଜ୍ଞାନିକଙ୍କ କହିବା ଅନୁଯାୟୀ, ହେଲିଓ ଟ୍ରେପୋଜିମ କାରଣରୁ ଏହା ହୋଇଥାଏ । ଏଥିପାଇଁ ଫୁଲ ସୂର୍ଯ୍ୟଙ୍କୁ ଦେଖି ଦିଶା ପରିବର୍ତ୍ତନ କରେ। ସୂର୍ଯ୍ୟାସ୍ତ ସମୟରେ ଏହା ପଶ୍ଚିମ ଦିଗକୁ ମୁହଁ କରିଥାଏ।

ଏଭଳି ପ୍ରକ୍ରିୟା ନିୟମିତ ରୂପେ ଚାଲିଥାଏ। କିନ୍ତୁ ଏହି ହୋଲିଓ ଟ୍ରୋପୋଜିମ କ’ଣ ଜାଣିଛନ୍ତି। ଏହା ପ୍ରମୁଖ କାରଣ ଫୁଲୀ ଦିଗ ପରିବର୍ତ୍ତନ ହେବାର। ମନୁଷ୍ୟ ମାନଙ୍କ ଭିତରେ ଯେମିତି ଏକ ବାୟୋଲୋଜିକାଲ କ୍ଲର୍କ ରହିଥାଏ ସେପରି ସୂର୍ଯ୍ୟମୁଖୀ ଫୁଲରେ ମଧ୍ୟ ଏକ ଖାସ କ୍ଲର୍କ ରହିଥାଏ। ଯାହାକୁ ହୋଲିଓ ଟ୍ରୋପୋଜିମ କୁହାଯାଏ ।

ଏହା ଜୈବିକ ଘଡ଼ି ସଦୃଶ୍ୟ । ଏହା ସୂର୍ଯ୍ୟଙ୍କ କିରଣକୁ ଡିଟେକ୍ଟ କରିଥାଏ। ଯାହା ଫୁଲକୁ ସେହି ଦିଗକୁ ମୋଡିଥାଏ ଯେଉଁ ଦିଗରେ ସୂର୍ଯ୍ୟଙ୍କ କିରଣ ରହିଛି। ଏହି ଫୁଲ ରାତିରେ ଶୋଇଥାଏ ଏବଂ ଦିନରେ ସୂର୍ଯ୍ୟଙ୍କ କିରଣ ପାଇ ଆକ୍ଟିଭ ହୋଇଯାଇଥାଏ। ସୂର୍ଯ୍ୟଙ୍କ ପ୍ରଖର ରଶ୍ମିରେ ଫୁଲ ମଧ୍ୟ ଖୁବ ସୁନ୍ଦର ଦେଖାଯାଏ।

D Sonali

Recent Posts

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

55 mins ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

1 hour ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

2 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

2 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

3 hours ago

ବାପା ମାଟି ତଳୁ ଉଦ୍ଧାର ମା’ ଏବେବି ନିଖୋଜ ; ପୁଅକୁ ଉଚିତ୍‌ ଦଣ୍ଡ ଦେବାକୁ ଝିଅର ଦାବି

ସୋର(କେନ୍ୟୁଜ୍‌): ଜହ୍ଲାଦ ପୁଅ । ସବୁ ସୀମା ପାର୍‌ କଲା । ମଦ ନିଶାରେ ଭୁଲିଗଲା ରକ୍ତ ସମ୍ପର୍କ ।…

4 hours ago