ସ୍ପେଶାଲ

ନିଜର ଆଖି ନାହିଁ, କିନ୍ତୁ ଭଜନ କୀର୍ତ୍ତନ ମାଧ୍ୟମରେ ଯୁବପିଢ଼ିଙ୍କୁ ଗୁରୁଜ୍ଞାନ ଦେଉଛନ୍ତି ଭଦ୍ର ଗୁରୁ

ଅଜ୍ଞାନ ଅନ୍ଧକାରକୁ ଦୂରେଇ ଆମକୁ ଜ୍ଞାନ ରୂପକ ଆଲୋକ ପ୍ରଦାନ କରନ୍ତି ଯିଏ, ସିଏ ଗୁରୁ। ଏ ସଂସାରରେ ଏମିତି ଅନେକ ଜିନିଷ ଅଛି ଯାହା ଆମେ କାହାଠୁ ନା କାହାଠୁ ଶିଖିଥାଉ। ଯିଏ କିଛି ଶିଖାଇଥାନ୍ତି ସେ ହିଁ ଗୁରୁ ବୋଲି ଭଗବାନ ଶ୍ରୀକୃଷ୍ଣ ଗୀତାରେ କହିଛନ୍ତି। ସେମିତି ଜଣେ ଗୁରୁ ହେଉଛନ୍ତି ରେଢ଼ାଖୋଲ ବ୍ଲକ ତନ୍ତଗାଡ଼ ଗାଁର ବଳଭଦ୍ର ପ୍ରଧାନ। ତାଙ୍କର ନିଜର ଆଖି ନାହିଁ, ଦୁନିଆକୁ ସେ ନିଜେ ବି ଭଲରେ ଦେଖିନାହାନ୍ତି। କିନ୍ତୁ ଶହ ଶହ ପିଲାଙ୍କୁ ଭଲ ମଣିଷଟିଏ କରି ଗଢ଼ି ତୋଳିବାକୁ ସବୁବେଳେ ଲାଗିପଡ଼ିଛନ୍ତି।

ବୟସର ଅପରାହ୍ନରେ ଉପନୀତ ହୋଇଥିଲେ ମଧ୍ୟ ଏବେ ବି ଗାଁର ଲୋକଙ୍କୁ ଭଲ ବାଟକୁ ଆଣିବାକୁ ବଳଭଦ୍ର ଲାଗିପଡ଼ିଛନ୍ତି। କିନ୍ତୁ ଏକ ନିଆରା ଉପାୟରେ। ଭଜନ, କୀର୍ତ୍ତନ, ଭାଗବତ ମାଧ୍ୟମରେ ସେ ଯୁବପିଢ଼ିଙ୍କୁ ଅବାଟରୁ ବାଟକୁ ଆଣୁଛନ୍ତି। ଦେଉଛନ୍ତି ଗୁରୁଜ୍ଞାନ। ବର୍ତ୍ତମାନର ଆଧୁନିକ ଦୁନିଆରେ ଯୁବପିଢ଼ି ପଥ ଭ୍ରଷ୍ଟ ହେଉଥିବା ବେଳେ ବଳଭଦ୍ର ସାର କିନ୍ତୁ ଏକ ସୁନ୍ଦର ଦୁନିଆ ଗଢ଼ିବାକୁ ଆଧ୍ୟାତ୍ମିକ ବାଟକୁ ଆପଣାଇଛନ୍ତି।

ଅତି ସୁନ୍ଦର ଭାବେ ମୃଦଙ୍ଗ, ଗିନି, ଖଞ୍ଜଣୀ ବଜାଇପାରୁଥିବା ବଳଭଦ୍ର ପ୍ରଧାନ ଗୀତ ମାଧ୍ୟମରେ ପିଲାଙ୍କୁ ଶିକ୍ଷା ଦେଇଥାନ୍ତି। ନିଜେ ପାଠ ପଢ଼ିନଥିଲେ ମଧ୍ୟ ପିଲାବେଳୁ ସେ ଭାଗବତ ବିଷୟରେ ଲୋକଙ୍କୁ ଭଲ ଭାବେ ବୁଝେଇ ପାରନ୍ତି। ଏଣୁ ଆଦରରେ ସମସ୍ତେ ତାଙ୍କୁ ଭଦ୍ର ଗୁରୁ ବୋଲି ଡାକନ୍ତି।

କିନ୍ତୁ ଅନ୍ୟଙ୍କୁ ଧର୍ମର ମାର୍ଗ ଦେଖାଉଥିବା ନିଜେ ଭଦ୍ର ଗୁରୁ ଏବେ ଖୁବ୍‌ ଅସହାୟ। ଜନ୍ମର ୬ ମାସ ପରେ ଦୁଇ ଆଖି ହରାଇଥିବା ବଳଭଦ୍ରଙ୍କର ଏବେ ଦୁଇ ଗୋଡ଼ ବି ଅଚଳ ହୋଇଯାଇଛି। ସେ ବିବାହ କରିନଥିବାରୁ ଏବେ ସମୂର୍ଣ୍ଣ ନିଃସଙ୍ଗ। ସରକାରଙ୍କ କଳାକାର ଭତ୍ତା ଭାବେ ତାଙ୍କୁ ୧୨୦୦ ଟଙ୍କା ଓ ମାସକୁ ୫ କେଜି ଚାଉଳ ମିଳୁଛି। ଏହା ହିଁ ତାଙ୍କର ସମ୍ବଳ। ଜଣେ ଗୁରୁ ଭାବେ ସମାଜକୁ ଉତ୍ତମ ବାର୍ତ୍ତା ଦେଉଥିବା ବଳଭଦ୍ରଙ୍କୁ ସହାୟତା ଯୋଗାଇବାକୁ ଆଜି ଗୁରୁଦିବସରେ ତାଙ୍କ ଶିଷ୍ୟମାନେ ଅନୁରୋଧ କରିଛନ୍ତି। ଏହି ଦରଦୀ ଗୁରୁଙ୍କୁ ଯଥେଷ୍ଟ ସମ୍ମାନ ମିଳିଲେ ବୋଧେ ତାହା ହିଁ ହେବ ତାଙ୍କ ପାଇଁ ପ୍ରକୃତ ଗୁରୁଦକ୍ଷିଣା ଓ ସାର୍ଥକ ହେବ ଗୁରୁଦିବସ।

WCW 11

Recent Posts

ବିହାର: ପାଟନା ବିମାନବନ୍ଦରକୁ ମିଳିଲା ବୋମା ବିସ୍ଫୋରଣ ଧମକ, ଏୟାରପୋର୍ଟରେ ଥରିଲେ ଯାତ୍ରୀ

ବିହାରର ପାଟନା ଏୟାରପୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ମିଳିଛି ଧମକ । ଏହି ଧମକ ଇ-ମେଲ୍‌ ମାଧ୍ୟମରେ ମିଳିଛି, ଯାହାକୁ…

17 mins ago

ଟି୨୦ ବିଶ୍ୱକପ ୨୦୨୪ : ପିଚ୍‌ ଏବଂ କୋହଲି, ଜାଡେଜାଙ୍କ ଫର୍ମକୁ ନେଇ ଚିନ୍ତାରେ ରୋହିତ

ଭାରତୀୟ ଟିମ୍‌ ଟି୨୦ ବିଶ୍ୱକପ ୨୦୨୪ ସୁପର-୮ ମ୍ୟାଚ ଖେଳିବାକୁ ୱେଷ୍ଟଇଣ୍ଡିଜରେ ପହଞ୍ଚିସାରିଛି । ଟିମ୍‌ ବ୍ରିଜଟାଉନରେ କଠିନ ଅଭ୍ୟାସ…

20 mins ago

ଓଜନ କମ୍‌ କରିବାକୁ ଚାହୁଁଛନ୍ତି କି ? ଡାଏଟ୍‌ ଓ ଏକ୍ସରସାଇଜ୍‌ରେ କରନ୍ତୁ ଏପରି ପରିବର୍ତ୍ତନ

ଆଜିକାଲି ଲୋକମାନେ ବଢୁଥିବା ଓଜନକୁ ନେଇ ଚିନ୍ତିତ ରହୁଛନ୍ତି । ଯଦି ଆପଣ ମଧ୍ୟ ଏକ୍ସରସାଇଜ୍‌ କରିବା ପରେ ମଧ୍ୟ…

27 mins ago

ଡ୍ରେନରେ ଭାସିଯାଇଥିବା ନାବାଳକ ଉଦ୍ଧାର, ମେଡିକାଲରେ ଭର୍ତ୍ତି, ଡାକ୍ତର କଲେ ମୃତ ଘୋଷଣା

କେନ୍ୟୁଜ (ବ୍ୟୁରୋ) : ଭୁବନେଶ୍ୱର ଡ୍ରେନରେ ଭାସିଯାଇଥିବା ନାବାଳକ ଉଦ୍ଧାର । ଆଜି ୟୁନିଟ ୩ ମସଜିଦ କଲୋନୀ ନିକଟରେ…

29 mins ago

ଶୁଣିବା ଶକ୍ତି ହରାଇଲେ ପ୍ରସିଦ୍ଧ ବଲିଉଡ୍ ଗାୟିକା ଅଲକା ୟାଗନିକ୍, ପୋଷ୍ଟରେ କହିଲେ…

ଅଲକା ୟାଗନିକ୍ ଜଣେ ପ୍ରସିଦ୍ଧ ବଲିଉଡ୍ ଗାୟିକା । ସଙ୍ଗୀତ ଦୁନିଆରେ ତାଙ୍କୁ କିଏ ବା ନ ଜାଣେ ।…

1 hour ago

ସିକ୍କିମ୍‌ରେ ବର୍ଷା ଓ ଭୂସ୍ଖଳନ ଯୋଗୁ ସ୍ଥିତି ସାଂଘାତିକ, ୨,୦୦୦ ପର୍ଯ୍ୟଟକଙ୍କୁ ଏୟାରଲିଫ୍ଟ କରିବାକୁ ଚାଲିଛି ପ୍ରସ୍ତୁତି

ସିକ୍କିମ୍‌ରେ ବର୍ତ୍ତମାନ ସ୍ଥିତି ସାଂଘାତିକ । ଏଠାରେ କ୍ରମାଗତ ବର୍ଷା ଏବଂ ଭୂସ୍ଖଳନ ଯୋଗୁ ପରିସ୍ଥିତି ଜଟିଳ ହୋଇପଡ଼ିଛି ।…

1 hour ago