Categories: ସ୍ପେଶାଲ

ମହିଳା ଅନଲାଇନ୍ ଅର୍ଡର କରି ମଗାଇଥିଲେ ନିଜର ପ୍ରିୟ ଡିସ, ପ୍ୟାକେଟରୁ ବାହାରିଲା ୪୦ଟି ମଲା ଅସରପା

ଆଜିକାଲି ଅନଲାଇନ ଫୁଡ ଅର୍ଡର ଖୁବ ଚାହିଦା ଦେଖିବାକୁ ମିଳୁଛି। କିନ୍ତୁ କଣ ହେବ ଯେତେବେଳେ ଆପଣ ଅନଲାଇନ ମଗାଇଥିବା ଖାଦ୍ୟରେ ଅସରପା ବାହାରିବ। ଆଜ୍ଞା ହଁ ଆଜି ଆମେ ଆପଣଙ୍କୁ ଆଶ୍ଚର୍ଯ୍ୟକର ମାମଲା ବିଷୟରେ ଜଣାଇବାକୁ ଯାଉଛୁ।
ଚୀନର ଜଣେ ମହିଳା ଅନଲାଇନରେ ନିଜର ଫେବରାଇଟ ଡିସ ଅର୍ଡର କରିଥିଲେ। କିନ୍ତୁ ଯେତେବେଳେ ତାଙ୍କୁ ଖାଦ୍ୟ ଡେଲିଭର କରାଗଲା ତେବେ ସେଥିରେ ଗୋଟିଏ କିମ୍ବା ଦୁଇଟି ନୁହେଁ ବରଂ ୪୦ଟି ଅସରପା ବାହାରିଲା। ଏହି ମାମଲା ଚୀନର ଶୈନ୍ତାଉ ସହରର ଅଟେ।

ମହିଳା ଜଣଙ୍କ ନିଜ ସାଙ୍ଗ ମାନଙ୍କ ସହିତ ମିଶି ଏହି ଡିସକୁ ଅର୍ଡର କରିଥିଲେ। ମହିଳା ଜଣକ ଖାଦ୍ୟ ଖାଇବା ପୂର୍ବରୁ ଏହି ଅସରପା ଗୁଡିକୁ ଦେଖିଲେ ସେଥିରୁ ପ୍ରଥମେ ଗୋଟିଏ ଅସରପା ବାହାରିଥିଲା ଏହାପରେ ତାଙ୍କ ସାଙ୍ଗମାନେ ବାକି ଅସରପାକୁ ବାହାର କରିଥିଲେ। ମହିଳା ଜଣଙ୍କ ଏହି ଡିସରୁ ଗୋଟିଏ ଗୋଟିଏ କରି ୪୦ଟି ଅସରପାକୁ ବାହାର କରିଥିଲେ। ଏହାପରେ ତାଙ୍କ ସାଙ୍ଗମାନେ ଏହାକୁ ମୋବାଇଲରେ ରେକର୍ଡ ମଧ୍ୟ କଲେ।

ମହିଳା ଏହି ଘଟଣା ପରେ ସେହି ରେଷ୍ଟୁରାଣ୍ଟ ବିରୁଦ୍ଧରେ କେବଳ ପୋଲିସରେ ଅଭିଯୋଗ କଲେ ବରଂ ନିଜର ସମସ୍ତ ଟଙ୍କାକୁ ଫେରସ୍ତ ନେଲେ। ପୋଲିସ ଏହା ପରେ ସେହି ରେଷ୍ଟୁରାଷ୍ଟର ଯାଞ୍ଚ କରୁଛନ୍ତି। ରେଷ୍ଟୁରାଣ୍ଟ ଏହି ଘଟଣା ପରେ କ୍ଷମା ମାଗିଛି।
ସ୍ଥାନୀୟ ରିପୋର୍ଟ ଅନୁଯାୟୀ ରେଷ୍ଟୁରାଣ୍ଟଟିକୁ ୧୫ ଦିନ ପାଇଁ ବିଜନେସ ସସପେଣ୍ଡ କରିବାର ନିଷ୍ପତ୍ତି ନିଆଯାଇଛି।

Pritiparna

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି ରାଶି ଅନୁସାରେ କିପରି କଟିବ ଆପଣଙ୍କ ଦିନ

ମେଷ : ଆଜି ଆପଣଙ୍କ ଦ୍ୱାରା କିଛି ଭୁଲ ହୋଇପାରେ । ଘରେ ସମସ୍ତଙ୍କ ସହିତ ଭଲ ବ୍ୟବହାର କରନ୍ତୁ,…

4 hours ago

ଶ୍ରୀମନ୍ଦିର ପରିସରରେ ଥିବା କୂଅରେ ପଡିଲେ ଶ୍ରଦ୍ଧାଳୁ, ଅଗ୍ନିଶମ କର୍ମଚାରୀଙ୍କ ଦ୍ୱାରା ସୁରକ୍ଷିତ ଉଦ୍ଧାର

ଶ୍ରୀମନ୍ଦିର ପରିସରରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ଶ୍ରଦ୍ଧାଳୁ ଆନନ୍ଦବଜାରର ଉତ୍ତର ପାର୍ଶ୍ଵରେ ଥିବା ଏକ…

6 hours ago

ବିବାହ ଷ୍ଟେଜ୍‌ରେ କନିଆଁଙ୍କୁ ଚୁମ୍ବନ ଦେଇ ହଟହଟା ହେଲେ ବର

ଉତ୍ତରପ୍ରଦେଶରୁ ସମ୍ନାକୁ ଆସିଛି ଏକ ଅଜବ ଘଟଣା । ବାହାଘର ଚାଲିଥିବା ବେଳେ କନିଆଁକୁ ଚୁମା ଦେଇ ମାଡ଼ ଖାଇଲେ…

8 hours ago

ପୋଲିସ-ମାଓବାଦୀ ମଧ୍ୟରେ ବଡ଼ ଧରଣର ଗୁଳିବିନିମୟ, ୭ ହାର୍ଡ କୋର ମାଓବାଦୀ ନିହତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ପୋଲିସ ମାଓବାଦୀ ମଧ୍ୟରେ ବଡ଼ ଧରଣର ଗୁଳିବିନିମୟ ।…

8 hours ago

ଗାଈର ଡକାରରୁ ତିଆରି ହେଉଛି ହୀରା, କିପରି କାଣନ୍ତୁ…

ଆମ ସଂସ୍କୃତି, ପରମ୍ପରାରେ ଗାଈକୁ ପୂଜା କରାଯାଏ । ଗାଈ ଦେହରେ ଥାଆନ୍ତି ୩୩ କୋଟି ଦେବତା । ସେଥିପାଇଁ…

8 hours ago

୨ ହାତୀଦାନ୍ତ ଜବତ, ୧୧ ଗିରଫ

ରାଉରକେଲା : ୨ ହାତୀଦାନ୍ତ ଜବତ, ୧୧ ଗିରଫ । କୋର୍ଟ ଚାଲାଣ ହେଲେ ଗିରଫ ଅଭିଯୁକ୍ତ । ରାଉରକେଲା…

8 hours ago