ମହିଳା ଅନଲାଇନ୍ ଅର୍ଡର କରି ମଗାଇଥିଲେ ନିଜର ପ୍ରିୟ ଡିସ, ପ୍ୟାକେଟରୁ ବାହାରିଲା ୪୦ଟି ମଲା ଅସରପା

ଆଜିକାଲି ଅନଲାଇନ ଫୁଡ ଅର୍ଡର ଖୁବ ଚାହିଦା ଦେଖିବାକୁ ମିଳୁଛି। କିନ୍ତୁ କଣ ହେବ ଯେତେବେଳେ ଆପଣ ଅନଲାଇନ ମଗାଇଥିବା ଖାଦ୍ୟରେ ଅସରପା ବାହାରିବ। ଆଜ୍ଞା ହଁ ଆଜି ଆମେ ଆପଣଙ୍କୁ ଆଶ୍ଚର୍ଯ୍ୟକର ମାମଲା ବିଷୟରେ ଜଣାଇବାକୁ ଯାଉଛୁ।
ଚୀନର ଜଣେ ମହିଳା ଅନଲାଇନରେ ନିଜର ଫେବରାଇଟ ଡିସ ଅର୍ଡର କରିଥିଲେ। କିନ୍ତୁ ଯେତେବେଳେ ତାଙ୍କୁ ଖାଦ୍ୟ ଡେଲିଭର କରାଗଲା ତେବେ ସେଥିରେ ଗୋଟିଏ କିମ୍ବା ଦୁଇଟି ନୁହେଁ ବରଂ ୪୦ଟି ଅସରପା ବାହାରିଲା। ଏହି ମାମଲା ଚୀନର ଶୈନ୍ତାଉ ସହରର ଅଟେ।

crocroseମହିଳା ଜଣଙ୍କ ନିଜ ସାଙ୍ଗ ମାନଙ୍କ ସହିତ ମିଶି ଏହି ଡିସକୁ ଅର୍ଡର କରିଥିଲେ। ମହିଳା ଜଣକ ଖାଦ୍ୟ ଖାଇବା ପୂର୍ବରୁ ଏହି ଅସରପା ଗୁଡିକୁ ଦେଖିଲେ ସେଥିରୁ ପ୍ରଥମେ ଗୋଟିଏ ଅସରପା ବାହାରିଥିଲା ଏହାପରେ ତାଙ୍କ ସାଙ୍ଗମାନେ ବାକି ଅସରପାକୁ ବାହାର କରିଥିଲେ। ମହିଳା ଜଣଙ୍କ ଏହି ଡିସରୁ ଗୋଟିଏ ଗୋଟିଏ କରି ୪୦ଟି ଅସରପାକୁ ବାହାର କରିଥିଲେ। ଏହାପରେ ତାଙ୍କ ସାଙ୍ଗମାନେ ଏହାକୁ ମୋବାଇଲରେ ରେକର୍ଡ ମଧ୍ୟ କଲେ।

crocroseମହିଳା ଏହି ଘଟଣା ପରେ ସେହି ରେଷ୍ଟୁରାଣ୍ଟ ବିରୁଦ୍ଧରେ କେବଳ ପୋଲିସରେ ଅଭିଯୋଗ କଲେ ବରଂ ନିଜର ସମସ୍ତ ଟଙ୍କାକୁ ଫେରସ୍ତ ନେଲେ। ପୋଲିସ ଏହା ପରେ ସେହି ରେଷ୍ଟୁରାଷ୍ଟର ଯାଞ୍ଚ କରୁଛନ୍ତି। ରେଷ୍ଟୁରାଣ୍ଟ ଏହି ଘଟଣା ପରେ କ୍ଷମା ମାଗିଛି।
ସ୍ଥାନୀୟ ରିପୋର୍ଟ ଅନୁଯାୟୀ ରେଷ୍ଟୁରାଣ୍ଟଟିକୁ ୧୫ ଦିନ ପାଇଁ ବିଜନେସ ସସପେଣ୍ଡ କରିବାର ନିଷ୍ପତ୍ତି ନିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.