Below header

ବ୍ରହ୍ମପୁର : ନିର୍ବାଚନ ପରିଚାଳନା ନେଇ ପୋଲିସ ଡିଜିଙ୍କ ବୈଠକ

ବ୍ରହ୍ମପୁର : ଆଗାମୀ ନିର୍ବାଚନ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଓଡ଼ିଶା ପୋଲିସର ପ୍ରସ୍ତୁତି । ଏନେଇ ଦକ୍ଷିଣାଞ୍ଚଳ ପୋଲିସ ରେଞ୍ଜ କାର୍ଯ୍ୟାଳୟରେ ସମୀକ୍ଷା କରିଛନ୍ତି ପୋଲିସ ମହାନିର୍ଦ୍ଦେଶକ ଡ. ରାଜେନ୍ଦ୍ର ପ୍ରସାଦ ଶର୍ମା। ନିର୍ବାଚନ ଯେପରି ଅବାଧ ଓ ନିରପେକ୍ଷ ହୋଇପାରିବ ଏବଂ ଅପରାଧୀ ଓ ଅପରାଧକୁ ଦମନ ପାଇଁ ପୋଲିସ ଡିଜି ବିସ୍ତୃତ ଭାବେ ଆଲୋଚନା କରିଥଲେ। ମାଓ ଅଧ୍ୟୁଷିତ ଅଞ୍ଚଳରେ ଯେପରି ଭୋଟରମାନେ ନିର୍ଭୟରେ ମତଦାନ କରିପାରିବେ, ସେନେଇ ପଦକ୍ଷେପ ନେବାକୁ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ବେଆଇନ ଅର୍ଥ ଓ ମଦ କାରବାର ରୋକିବା ଉପରେ ମଧ୍ୟ ଧ୍ୟାନ ଦିଆଯିବ ବୋଲି ଡ. ଶର୍ମା ସୂଚନା ଦେଇଛନ୍ତି। ବୈଠକରେ ଅତିରିକ୍ତ ପୋଲିସ ଡିଜି(ଅପରେସନ) ଆର୍‌ପି କୋଚେ, ଅତିରିକ୍ତ ପୋଲିସ ଡିଜି (ଆଇନଶୃଙ୍ଖଳା) ସଂଜୀବ କୁମାର ପଣ୍ଡା, ଗୁଇନ୍ଦା ନିର୍ଦ୍ଦେଶକ ସୁନୀଲ ରାଏ, ଆଇଜି ଘନଶ୍ୟାମ ଉପାଧ୍ୟାୟ, ଦକ୍ଷିଣାଞ୍ଚଳ ପୋଲିସ ଆଇଜି ଯତୀନ୍ଦ୍ର କୋଏଲଙ୍କ ସହ ବ୍ରହ୍ମପୁର, ଗଞ୍ଜାମ, କନ୍ଧମାଳ, ଗଜପତି ଓ ବୌଦ୍ଧର ଏସପି ଉପସ୍ଥିତ ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.