Below header

ପ୍ରେମିକକୁ ଛୁରୀ ମାରି ଚିତ୍କାର କରିବାକୁ ଲାଗିଲେ ଯୁବତୀ, କହିଲେ ‘ପ୍ଲିଜ୍ ମରନି . . ମୁଁ ତୁମକୁ ବହୁତ ଭଲ ପାଏ’

ପ୍ରଥମେ ରାଗରେ ପ୍ରେମିକକୁ ଛୁରୀ ମାରିଲେ । ଆଉ ପରେ ପ୍ଲିଜ୍ ମରନି କହି ଚିତ୍କାର କରି କାନ୍ଦିବାକୁ ଲାଗିଲେ ଯୁବତୀ । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ମେକ୍ସିକୋରେ । ଏହାର ଭିଡିଓ ଏବେ ଭାଇରାଲ୍ ହେବାରେ ମଧ୍ୟ ଲାଗିଛି । ଯେଉଁଥିରେ ଦେଖିବାକୁ ମିଳିଛି ଯୁବତୀ ଜଣକ ନିଜ ପ୍ରେମିକକୁ ଆଲିଙ୍ଗନ କରି ଜୋରରେ କାନ୍ଦୁଛନ୍ତି । ଏହା ସହ କହୁଛନ୍ତି ପ୍ଲିଜ୍ ମରନି, ମୁଁ ତୁମକୁ ବହୁତ ଭଲ ପାଏ । ଅନ୍ୟପଟେ ଯୁବକଙ୍କ ପେଟରୁ ରକ୍ତ ବାହାରିବା ସହ ସେ ଧୀରେ ଧୀରେ ବେହୋସ୍ ହେଉଛନ୍ତି । ହେଲେ ଉପସ୍ଥିତ ଲୋକ ସାହାଯ୍ୟ କରିବା ପରିବର୍ତ୍ତେ ଘଟଣାର ଭିଡିଓ ବନାଉଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ଏକ ହୋଟେଲ ବାହାରେ କୌଣସି କାରଣରୁ ଏରିକ୍ ଏବଂ ସୋନିଆଙ୍କ ବଚସା ହେଉଛି । ଆଉ ଏହି ଝଗଡା ଏତେ ବଢି ଯାଉଛି ଯେ, ରାଗରେ ଏରିକଙ୍କୁ ଛୁରୀ ମାରିଦେଉଛନ୍ତି ସୋନିଆ । ହେଲେ ପର ମୁହୂର୍ତ୍ତରେ ଏରିକଙ୍କୁ ଆଲିଙ୍ଗନ କରି ଜୋରରେ କାନ୍ଦୁଛନ୍ତି । ଭିଡିଓରେ ସ୍ପଷ୍ଟ ଭାବରେ ଶୁଣିବାକୁ ମିଳୁଛି ଯେ ଏରିକ୍ କହୁଛନ୍ତି ସେ ମତେ ମାରିବାକୁ ଚେଷ୍ଟା କରିଛନ୍ତି । ଏହା ପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତଳେ ପଡିଯାଇ ସାହାଯ୍ୟ ମାଗୁଛନ୍ତି ଏରିକ୍ ।

ଅନ୍ୟପଟେ ସୋନିଆ କହୁଛନ୍ତି, ମୁଁ ତୁମକୁ ମାରିବାକୁ ଚାହୁଁନଥିଲି, ମୁଁ ତୁମକୁ ଭଲ ପାଏ । କିନ୍ତୁ କଣ ତମେ ଜାଣ ତୁମେ ମୋ ସହ କଣ କରିଛ ? ତେବେ କିଛି ସମୟ ପରେ ପୋଲିସ୍ ଘଟଣାସ୍ଥଳରେ ପହଂଚି ଏରିକଙ୍କୁ ଉଦ୍ଧାର କରିଥିଲା ।

ଦେଖନ୍ତୁ ଭିଡିଓ :

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.