କିଛି ନୂଆ ଖବର ବର୍ତ୍ତମାନର

-ନୂଆଦିଲ୍ଲୀ : ଭାରତାର ଥିବା ମୁସଲମାନଙ୍କୁ ପାକିସ୍ତାନ ପଠାଇ ଦିଅ । ଏଭଳି ଏକ ଆବେଦନ କରାଯାଇଥିଲା ସୁପ୍ରିମ୍‌ କୋର୍ଟରେ । ଯାହାକୁ ସର୍ବୋଚ୍ଚ ନ୍ୟାୟାଳୟ ଖାରଜ କରି ଦେଇଛନ୍ତି । କେସ୍‌ ଲଢୁଥିବା ଓକିଲଙ୍କ ବିରୋଧରେ ନିନ୍ଦା ପ୍ରସ୍ତାବ ଆଣିବାକୁ କୋର୍ଟ କହିଛନ୍ତି । ଏହା ପରେ ସଂପୃକ୍ତ ଓକିଲ ମାମଲାରୁ ଓହରି ଯାଇଛନ୍ତି ।

supremecourt
-ଲାଇନ୍‌ ଅଫ୍‌ କଂଟ୍ରୋଲରେ ପାକିସ୍ତାନ ସୁପରସୋନିକ୍‌ ଯୁଦ୍ଧ ବିମାନ ଉଡ଼ାଇବା ପରେ ପଞ୍ଜାବ ଓ ଜମ୍ମୁ କଶ୍ମୀର ସୀମାରେ ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ ଅଭ୍ୟାସ କରି ପାକିସ୍ତାନକୁ ଚେତାବନୀ ଦେଇଛି ।

AIRFORCE

-କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆଜି ବରଗଡ଼ ଗସ୍ତରେ ଆସି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ କଡ଼ା ସମାଲୋଚନା କରିଛନ୍ତି । ବିଶେଷ କରି ବେକାରୀଙ୍କୁ ନିଯୁକ୍ତି ଓ ଚାଷୀଙ୍କୁ ୠଣ ଛାଡ଼ ପ୍ରସଙ୍ଗରେ ଉଭୟ ସରକାର ବିଫଳ ହୋଇଥିବା ସେ କହିଛନ୍ତି ।

RAHUL

-ଛଅ ମାସ ପରେ ୩୮,୦୦୦ ପଏଣ୍ଟ ଟପିଛି ବିଏସ୍‌ଇ ସେନ୍‌ସେକ୍ସ । ଆଜି ଶୁକ୍ରବାର ଦିନ ୨୬୯ ପଏଣ୍ଟ ବୃଦ୍ଧି ପାଇ ସେନ୍‌ସେକ୍ସ ୩୮,୦୨୪ରେ ପହଞ୍ଚିଛି । ସେହିପରି ନିଫଟି ୧୧,୩୪୦ ପଏଣ୍ଟ ଛୁଇଁଛି ।

BSE

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.