Categories: ସ୍ପେଶାଲ

ମହିଳା ନିଜ ସାର୍ଟ ଖୋଲି ଜୀବଟିକୁ ନିଆଁ ଦାଉରୁ କଲେ ରକ୍ଷା, ଦେଖନ୍ତୁ ଭିଡିଓ

ଅଷ୍ଟ୍ରେଲିଆର ଜଙ୍ଗଲରେ ଗତ କିଛିଦିନ ହେବ ନିଆଁ ଲାଗିଥିବା କାରଣରୁ ଶହ ଶହ ଜୀବ ଜନ୍ତୁ ମୃତ୍ୟୁ ବରଣ କଲେଣି। ନ୍ୟୁ ସାଉଥ୍‌ ୱେଲସ ଏବଂ କ୍ୱିନ୍ସଲ୍ୟାଣ୍ଡ ରାଜ୍ୟର ସୁନ୍ଦରତାକୁ ଜଙ୍ଗଲରେ ଲାଗିଥିବା ନିଆ ସମ୍ପୂର୍ଣ୍ଣ ନଷ୍ଟ କରିଦେଇଛି। ଏହି ନିଆଁ କାରଣରୁ ଅନେକ କୋଆଲା ପ୍ରାଣ ହରାଇଛନ୍ତି। ଏହି କୋଆଲାଙ୍କୁ ବଞ୍ଚାଇବା ପାଇଁ ସ୍ଥାନୀୟ ଲୋକମାନେ ବହୁତ ଚେଷ୍ଟା କରିବା ସତ୍ତ୍ୱେ ମଧ୍ୟ ରକ୍ଷା କରିପାରୁନାହାନ୍ତି। ଆଉ ଏହି ପରିସ୍ଥିତିରେ ଜଣେ ମହିଳାଙ୍କର ସାହାସିକତାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

ଭିଡିଓରେ ଜଣେ ମହିଳା ଏକ କୋଆଲାକୁ ରକ୍ଷା କରୁଥିବାର ନଜର ଆସୁଛନ୍ତି। ମହିଳାଜଣଙ୍କ ଜଙ୍ଗଲରେ କୋଆଲାକୁ ନିଆଁ ଭିତରେ ଫସିରହିଥିବାର ଦେଖିବାକୁ ପାଇଲେ। କୋଆଲାଟି ଗଛରୁ ଡେଇଁବା ପାଇଁ ଚେଷ୍ଟା କରିବା ସମୟରେ ତଳକୁ ଖସିପଡିଲା। ଫଳରେ ତାର ଅଧିକାଂଶ ଶରୀର ନିଆଁରେ ପୋଡିଗଲା। ମହିଳା ଜଣଙ୍କ ଏହା ଦେଖି ତାକୁ ବଞ୍ଚାଇବା ପାଇଁ ବହୁତ ଚେଷ୍ଟା କଲେ କିନ୍ତୁ ଜଙ୍ଗଲର କରାଳ ନିଆଁ ତାଙ୍କୁ ରକ୍ଷା କରିବା ପାଇଁ ବାଧକ ସାଜୁଥିଲା।

କିନ୍ତୁ ବହୁତ ଚେଷ୍ଟା ପରେ ସେ କୋଆଲାକୁ ନିଆଁରୁ ଉଦ୍ଧାର କରିଥିଲେ। ଏହାପରେ ସେ ପିନ୍ଧିଥିବା ସାର୍ଟ ଖୋଲି କୋଆଲାକୁ ଢ଼ାଙ୍କି ଦେଲେ। କୋଆଲା ନିଆଁରେ ଜଳିଯାଇଥିବା କାରଣରୁ ବହୁତ ଯନ୍ତ୍ରଣାର ସାମ୍ନା କରୁଥିଲା। ମହିଳା ଜଣଙ୍କ ତାକୁ ପାଣି ପିଆଇ କ୍ଷତାକ୍ତ ସ୍ଥାନକୁ ଚିକିତ୍ସା କରାଇଲେ। ଅସହ୍ୟ କଷ୍ଟ ଯନ୍ତ୍ରଣା କାରଣରୁ ଏହି ଛୋଟ ଜୀବ କୋଆଲା ଆଖିରୁ ଲୁହ ଆସିଯାଇଥିବା ଦେଖିବାକୁ ମିଳିଥିଲା।

ଅନ୍ୟ ଜଣେ ବ୍ୟକ୍ତି କମ୍ବଳ ଆଣି କୋଆଲାକୁ ଘୋଡାଇଦେଲେ। ଏହାପରେ ଜୀବଟିକୁ ହସପିଟାଲକୁ ନିଆଯାଇଥିଲା ଯେଉଁଠି ତାର ଚିକିତ୍ସା ଚାଲୁଛି। ତେବେ ଏଇଠୁ ଆମେ ଆପଣଙ୍କୁ କହିରଖିବାକୁ ଚାହିଁବୁ ଯେ ସେ ମଣିଷ ହେଉ ନା ପଶୁ, ଯିଏ କେହି ବି ଅସୁବିଧାରେ ଥିଲେ ଆମେ ତାଙ୍କୁ ସାହାଯ୍ୟ କରିବା ନିହାତି ଆବଶ୍ୟକ।

ଏହାସହ ପଢନ୍ତୁ : କେବେ ନୋଟିସ୍‌ କରିଛନ୍ତି, ମହିଳାଙ୍କ ସାର୍ଟ ବଟନ ବାମ ପଟେ ଥାଏ କାହିଁକି ?

 

Pritiparna

Recent Posts

ଜୁନରେ ରେକର୍ଡ ଭାଙ୍ଗିଲା ତାତି, ଆହୁରି ତିନି ଦିନ ହେବ ଅସହ୍ୟ ଗୁଳୁଗୁଳି

ଭୁବନେଶ୍ୱର (କେନ୍ୟୁଜ): ଆହୁରି ତିନି ଦିନ ତାତି ସହ ଗୁଳୁଗୁଳି । ରାଜ୍ୟରେ ଆହୁରି ୩ ଦିନ ଯାଏଁ ଜାରି…

8 mins ago

ରିମାରିୟୋ ଶେଫର୍ଡଙ୍କ ଘରେ କୁନି ଅତିଥିଙ୍କୁ ସ୍ୱାଗତ, ବାପା ହେବା ଖୁସିରେ ମିସ୍‌ କଲେ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ

ଟି ୨୦ ବିଶ୍ୱକପ ୨୦୨୪ର ଗ୍ରୁପ ପର୍ଯ୍ୟାୟରେ ଶେଷ ମ୍ୟାଚ େଓ୍ଵଷ୍ଟଇଣ୍ଡିଜ ଏବଂ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଉଛି । ଗ୍ରୁପ…

23 mins ago

ଇଟାଲୀ ନିକଟ ସମୁଦ୍ର ଉପକୂଳରେ ବଡ଼ ଦୁର୍ଘଟଣା, ଦୁଇଟି ବୋଟ୍‌ ବୁଡ଼ି ୧୧ ପ୍ରବାସୀଙ୍କ ମୃତ୍ୟୁ, ୬୦ ନିଖୋଜ

ଇଟାଲୀର ଦକ୍ଷିଣ ସମୁଦ୍ର ଉପକୂଳରେ ଦୁଇଟି ବୋଟ୍‌ ବୁଡ଼ିଯାଇଛି । ଏଥିରେ ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬୦ରୁ…

28 mins ago

ବଦଳିଛି ନବୀନ ପଟ୍ଟନାୟକଙ୍କ ଆସନ, ହିଞ୍ଜିଳି ବିଧାୟକ ଭାବେ ନେଲେ ଶପଥ

ଭୁବନେଶ୍ୱର (କେନ୍ୟୁଜ): ବିଧାନସଭାରେ ହିଞ୍ଜିଳି ବିଧାୟକ ଭାବେ ଶପଥ ନେଇଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ ।  କାମଚଳା ବାଚସ୍ପତି…

39 mins ago

ବିଧାୟକ ଭାବେ ଶପଥ ନେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଶପଥପାଠ କରାଇଲେ କାମଚଳା ବାଚସ୍ପତି

ଭୁବନେଶ୍ୱର (କେନ୍ୟୁଜ): ବିଧାନସଭାରେ ନବ ନିର୍ବାଚିତ ବିଧାୟକମାନେ ଶପଥ ନେଉଛନ୍ତି । ପ୍ରଥମେ ବିଧାୟକ ଭାବେ ଶପଥ ନେଇଛନ୍ତି ମୁଖ୍ୟମନ୍ତ୍ରୀ…

44 mins ago

ପୂର୍ବ ଶତ୍ରୁତାରୁ ଆକ୍ରମଣ ଘଟଣା: ଝିଅ ମୃତ, ହସ୍ପିଟାଲ ବେଡ଼ରେ ସଂଗ୍ରାମ କରୁଛି ମା

ସମ୍ବଲପୁର (କେନ୍ୟୁଜ): ସମ୍ବଲପୁର ଗୋପାଲମାଲ ଅଞ୍ଚଳରେ ମା ଝିଅଙ୍କୁ ଆକ୍ରମଣ ଘଟଣା । ଆଖି ବୁଜିଲେ ଝିଅ, ମୃତ୍ୟୁ ସହ…

1 hour ago