ସ୍ପେଶାଲ

ନଡ଼ିଆକତା ଶିଳ୍ପରେ କାମକରି ମହିଳା ହେଲେ ସ୍ବାବଲମ୍ବୀ, ବାର୍ଷିକ ବ୍ଯବସାୟ ୫କୋଟି

ଆଳି(କେନ୍ୟୁଜ୍): ନଡ଼ିଆକତା ଶିଳ୍ପରେ କାମ କରି ମହିଳାମାନେ ହେଉଛନ୍ତି ରୋଜଗାରକ୍ଷମ। ୩୦ବର୍ଷ ତଳେ ମାତ୍ର କେଇଶହ ଟଙ୍କାରେ ଆରମ୍ଭ କରିଥିଲେ ନଡ଼ିଆକତା ଶିଳ୍ପ।ଆଉ ଏବେ ବାର୍ଷିକ ଟ୍ରନଓଭର ୫କୋଟି ଟଙ୍କା।ରଶି,ପାପୋଛ,ଫାଇବାର, ନଡ଼ିଆ କତା ଗୁଣ୍ଡ,କଣ୍ଢେଇ,କାର୍ପେଟର ଆଦି ତିଆରିକରି ନିଜେ ସ୍‌ୱାବଲମ୍ବୀ ହୋଇଛନ୍ତି। ଆଉ ଅନ୍ଯମାନଙ୍କୁ ରୋଜଗାର ମଧ୍ୟ ଦେଇଛନ୍ତି।ଏହି ସଫଳତା ହେଉଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଅଖୁଳିପଡ଼ା ଗାଁର ବାୟାବାବା ମହିଳା ନଡ଼ିଆକତା ଶିଳ୍ପ ସମବାୟ ସମିତିର। ୬୦ଜଣ ମହିଳାଙ୍କୁ ନେଇ ଗଠିତ ବାୟାବାବା ମହିଳା ସମିତିର ସଦସ୍ଯମାନେ ଘର ଦାଇତ୍ୱ ତୁଲାଇବା ସହ ପ୍ରତିଦିନ ଲେଖୁଛନ୍ତି ସଫଳତାର ନୂଆ ଅଧ୍ୟାୟ।

ପ୍ରଥମେ ମହିଳାମାନେ ଏଭଳି ଏକ ପ୍ରୟାସ ଆରମ୍ଭ କରିବା ସହ ହାତରେ ସବୁ ସାମଗ୍ରୀ ତିଆରି କରୁଥିଲେ। ଧୀରେ ଧୀରେ ବ୍ଯବସାୟ ବଢିବାରୁ ବ୍ଯାଙ୍କରୁ ଲୋନଆଣି ନୂଆ ମେସିନ ପକାଇ ଏବେ ଅତ୍ୟାଧୁନିକ ପ୍ରଣାଳୀରେ ନଡ଼ିଆକତାରୁ ପ୍ରସ୍ତୃତ କରୁଛନ୍ତି ବିଭିନ୍ନ ସାମଗ୍ରୀ। ବାୟାବାବା ମହିଳା ନଡ଼ିଆକତା ଶିଳ୍ପ ସମବାୟ ସମିତିର ମହିଳାମାନେ ପ୍ରତିଦିନ ନିଜର ଘରକାମ ସାରିବାପରେ ବଳକା ସମୟରେ ଏକାଠି ହୋଇ ଏହି ନଡ଼ିଆକତା ଶିଳ୍ପରେ କାମ କରିଥାନ୍ତି। ମାସକୁ ୬ହାଜରୁ ୭ହଜାର ଯାଏଁ ରୋଜଗାର ହେଉଥିବାରୁ ସେମାନଙ୍କ ପରିବାରବି ଭଲରେ ଚଳୁଛି।ଉତ୍ପାଦିତ ନଡ଼ିଆକତା ସାମଗ୍ରୀକୁ କେନ୍ଦ୍ରାପଡା, କଟକ, ଯାଜପୁର, ଭୁବନେଶ୍ୱର, ଭଦ୍ରକ, ବାଲେଶ୍‌ର ଜିଲାରେରେ ବିକ୍ରି କରିଥାନ୍ତି। ଆଉ ଭଲ ଲାଭ ମଧ୍ୟ ହେଉଛି।

ମହିଳାଙ୍କୁ ଆଉ ଅବଳା କି ଦୁର୍ବଳା ଭାବିବା ଉଚିତ ନୁହେଁ। ଦୃଢ ଇଛା ଶକ୍ତି ଓ କଠିନ ପରିଶ୍ରମ ବଳରେ ଆଜି ସେମାନେ ପ୍ରତି କ୍ଷେତ୍ରରେ ସ୍ବାବଲମ୍ବୀ ହେବା ସହ ଅନ୍ଯ ମହିଳା ମାନଙ୍କୁ ସ୍ବାବଲମ୍ବୀ କରାଇ ପାରୁଛନ୍ତି । ଯାହାର ଉଦାହରଣ ଏହି ବାୟାବାବା ମହିଳା ନଡ଼ିଆକତା ଶିଳ୍ପ ସମବାୟ ସମିତିର ମହିଳା ସଦସ୍ଯମାନେ।

Sonalisa

Recent Posts

ତାଣ୍ଡବ ରଚିଲା କାଳବୈଶାଖୀ, ୮ ଗାଈ ମୃତ

କନ୍ଧମାଳ (କେନ୍ୟୁଜ୍‌): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ ଗ୍ରାମରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ପବନ…

26 mins ago

ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ବର (କେନ୍ୟୁଜ୍‌): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…

48 mins ago

ନେତାଜୀ ସଂଗ୍ରହାଳୟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

କଟକ(କେନ୍ୟୁଜ୍‌): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…

55 mins ago

ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି, ବିନ୍ଦୁସାଗରରେ ତିଳତର୍ପଣ କଲେ ପୂର୍ବତନ କର୍ମଚାରୀ

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…

1 hour ago

ଆସନ୍ତା ୩ ଦିନ ପ୍ରଚଣ୍ଡ ଗୁଳୁଗୁଳି, ଚେତାବନୀ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…

1 hour ago

ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ବାଲେଶ୍ବରରେ ୧୪୪ ଧାରା ଜାରି

ବାଲେଶ୍ବର(କେନ୍ୟୁଜ୍‌): ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ୧୪୪ ଧାରା ଜାରି। କୌଣସି ଏକ କାରଣରୁ ଭୁଜାଖିଆ ପୀର…

2 hours ago