Below header

ନଡ଼ିଆକତା ଶିଳ୍ପରେ କାମକରି ମହିଳା ହେଲେ ସ୍ବାବଲମ୍ବୀ, ବାର୍ଷିକ ବ୍ଯବସାୟ ୫କୋଟି

ଆଳି(କେନ୍ୟୁଜ୍): ନଡ଼ିଆକତା ଶିଳ୍ପରେ କାମ କରି ମହିଳାମାନେ ହେଉଛନ୍ତି ରୋଜଗାରକ୍ଷମ। ୩୦ବର୍ଷ ତଳେ ମାତ୍ର କେଇଶହ ଟଙ୍କାରେ ଆରମ୍ଭ କରିଥିଲେ ନଡ଼ିଆକତା ଶିଳ୍ପ।ଆଉ ଏବେ ବାର୍ଷିକ ଟ୍ରନଓଭର ୫କୋଟି ଟଙ୍କା।ରଶି,ପାପୋଛ,ଫାଇବାର, ନଡ଼ିଆ କତା ଗୁଣ୍ଡ,କଣ୍ଢେଇ,କାର୍ପେଟର ଆଦି ତିଆରିକରି ନିଜେ ସ୍‌ୱାବଲମ୍ବୀ ହୋଇଛନ୍ତି। ଆଉ ଅନ୍ଯମାନଙ୍କୁ ରୋଜଗାର ମଧ୍ୟ ଦେଇଛନ୍ତି।ଏହି ସଫଳତା ହେଉଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଅଖୁଳିପଡ଼ା ଗାଁର ବାୟାବାବା ମହିଳା ନଡ଼ିଆକତା ଶିଳ୍ପ ସମବାୟ ସମିତିର। ୬୦ଜଣ ମହିଳାଙ୍କୁ ନେଇ ଗଠିତ ବାୟାବାବା ମହିଳା ସମିତିର ସଦସ୍ଯମାନେ ଘର ଦାଇତ୍ୱ ତୁଲାଇବା ସହ ପ୍ରତିଦିନ ଲେଖୁଛନ୍ତି ସଫଳତାର ନୂଆ ଅଧ୍ୟାୟ।

nadiaପ୍ରଥମେ ମହିଳାମାନେ ଏଭଳି ଏକ ପ୍ରୟାସ ଆରମ୍ଭ କରିବା ସହ ହାତରେ ସବୁ ସାମଗ୍ରୀ ତିଆରି କରୁଥିଲେ। ଧୀରେ ଧୀରେ ବ୍ଯବସାୟ ବଢିବାରୁ ବ୍ଯାଙ୍କରୁ ଲୋନଆଣି ନୂଆ ମେସିନ ପକାଇ ଏବେ ଅତ୍ୟାଧୁନିକ ପ୍ରଣାଳୀରେ ନଡ଼ିଆକତାରୁ ପ୍ରସ୍ତୃତ କରୁଛନ୍ତି ବିଭିନ୍ନ ସାମଗ୍ରୀ। ବାୟାବାବା ମହିଳା ନଡ଼ିଆକତା ଶିଳ୍ପ ସମବାୟ ସମିତିର ମହିଳାମାନେ ପ୍ରତିଦିନ ନିଜର ଘରକାମ ସାରିବାପରେ ବଳକା ସମୟରେ ଏକାଠି ହୋଇ ଏହି ନଡ଼ିଆକତା ଶିଳ୍ପରେ କାମ କରିଥାନ୍ତି। ମାସକୁ ୬ହାଜରୁ ୭ହଜାର ଯାଏଁ ରୋଜଗାର ହେଉଥିବାରୁ ସେମାନଙ୍କ ପରିବାରବି ଭଲରେ ଚଳୁଛି।ଉତ୍ପାଦିତ ନଡ଼ିଆକତା ସାମଗ୍ରୀକୁ କେନ୍ଦ୍ରାପଡା, କଟକ, ଯାଜପୁର, ଭୁବନେଶ୍ୱର, ଭଦ୍ରକ, ବାଲେଶ୍‌ର ଜିଲାରେରେ ବିକ୍ରି କରିଥାନ୍ତି। ଆଉ ଭଲ ଲାଭ ମଧ୍ୟ ହେଉଛି।

womanମହିଳାଙ୍କୁ ଆଉ ଅବଳା କି ଦୁର୍ବଳା ଭାବିବା ଉଚିତ ନୁହେଁ। ଦୃଢ ଇଛା ଶକ୍ତି ଓ କଠିନ ପରିଶ୍ରମ ବଳରେ ଆଜି ସେମାନେ ପ୍ରତି କ୍ଷେତ୍ରରେ ସ୍ବାବଲମ୍ବୀ ହେବା ସହ ଅନ୍ଯ ମହିଳା ମାନଙ୍କୁ ସ୍ବାବଲମ୍ବୀ କରାଇ ପାରୁଛନ୍ତି । ଯାହାର ଉଦାହରଣ ଏହି ବାୟାବାବା ମହିଳା ନଡ଼ିଆକତା ଶିଳ୍ପ ସମବାୟ ସମିତିର ମହିଳା ସଦସ୍ଯମାନେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.