ସ୍ପେଶାଲ

୮ ମାର୍ଚ୍ଚରେ ଗୋରଖପୁରରେ ଟ୍ରେନ ଚଳାଇବାର ଦାୟିତ୍ୱ ବହନ କରିବେ ମହିଳା, ଜାଣନ୍ତୁ କଣ ରହିଛି ଖାସ୍‌

ମହିଳା ଦିବସରେ ଆସନ୍ତା ୮ ମାର୍ଚ୍ଚରେ ଗୋରଖପୁରରୁ ନୌତନଓ୍ଵା ପର୍ଯ୍ୟନ୍ତ ଯାଉଥିବା ପାସେଞ୍ଜର ଟ୍ରେନ (55141/55142) କୁ ମହିଳାମାନେ ସଞ୍ଚାଳିତ କରିବେ। ସୂଚନା ମୁତାବକ ଏହି ଟ୍ରେନରେ ସମସ୍ତ ମହିଳା ଷ୍ଟାପ୍‌ ରହିବେ। ଲକ୍ଷ୍ନୋରୁ ମହିଳା ଲୋକୋ ପାଇଲଟ(ଡ୍ରାଇଭର) ସମତା କୁମାରୀ ଏବଂ ଶ୍ରୀତୀ ଶ୍ରୀବାସ୍ତବଙ୍କୁ ଆମନ୍ତ୍ରିତ କରାଯାଇଛି, ଯିଏ ଟ୍ରେନ ଚଳାଇବେ। ଗୋରଖପୁରରେ ତୌନାତ ଗାର୍ଡ ଜାଗୃତି ଶ୍ରୀବାସ୍ତବ ଟ୍ରେନ ଗଡିବା ପାଇଁ ସବୁଜ ରଙ୍ଗର ପତାକା ଦେଖାଇବେ।

ନୌତନଓ୍ଵା ପାସେଞ୍ଜର ଛାଡିବା ସମୟରେ କୌଣସି ଔପଚାରିକ କାର୍ଯ୍ୟକ୍ରମ ହେବ ନାହିଁ କିନ୍ତୁ ଷ୍ଟେସନ ଡାଇରେକ୍ଟର ଏବଂ ଷ୍ଟେସନ ପ୍ରବନ୍ଧକ ଉପସ୍ଥିତ ରହିବେ। ଏହି ସମୟରେ ପ୍ଲେଟଫର୍ମରେ ସମସ୍ତ ଷ୍ଟାଫ୍‌ ଟ୍ରାକମ୍ୟାନ, ପଏଣ୍ଟମ୍ୟାନ, ଟିସି, ଆରପିଏଫ, ଜିଆରପି, ସଫା କରିବା କର୍ମଚାରୀ ଆଦି ମହିଳାମାନେ ଉପସ୍ଥିତ ରହିବେ। ଏହି ଟ୍ରେନରେ ୧୦ଟି କୋଚ୍‌ ଲଗାଯିବ।

ସିପିଆରଓ ଏନଇଆର ପଙ୍କଜ କୁମାର ସିଂହଙ୍କ କହିବାନୁଯାୟୀ ମହିଳାମାନଙ୍କ ସୁରକ୍ଷା ଏବଂ ସମ୍ମାନ ପାଇଁ ରେଳ ପ୍ରଶାସନ ସର୍ବଦା ସମ୍ବେଦନଶୀଳ ରହିଥାଏ। ଅନ୍ତରାଷ୍ଟ୍ରୀୟ ମହିଳା ଦିବସରେ ମହିଳା ରେଳକର୍ମୀଙ୍କ ଦ୍ୱାରା ଦିଆଯାଉଥିବା ଯୋଗଦାନକୁ ପଦର୍ଶିତ କରିବା ପାଇଁ ଗୋରଖପୁର-ନୌତନଓ୍ଵା ପାସେଞ୍ଜର ଟ୍ରେନର ସଂଚାଳନ ସମ୍ପୂର୍ଣ୍ଣ ରୂପେ ମହିଳାଙ୍କ ଦାୟିତ୍ୱ ରହିବ। ଏହିଭଳି ବାଦଶାହନଗର ଷ୍ଟେସନକୁ ସମ୍ପୂର୍ଣ୍ଣ ରୂପେ ମହିଳାମାନେ ସଂଚାଳିତ କରିବେ।

ସୂଚନା ମୁତାବକ ୮ମାର୍ଚ୍ଚ ସକାଳ ୮ଟାରେ ପ୍ଲେଟଫର୍ମ ନମ୍ବର ୨ରୁ ନୌତନଓ୍ଵା ପାସେଞ୍ଜର ଛାଡିବ। ସକାଳ ୧୧.୧୦ ମିନିଟ୍‌ରେ ନୌତନଓ୍ଵା ପହଞ୍ଚିବ। ପୁଣିଥରେ ନୌତନଓ୍ଵା ଷ୍ଟେସନରୁ ସକାଳ ୧୧.୪୫ ମିନିଟ୍‌ ରୁ ବାହାରି ଅପରାହ୍ନ ୨.୨୫ ମିନିଟ୍‌ ରେ ଗୋରଖପୁର ଜଗଂସନରେ ପହଞ୍ଚିବ।

ନୌତନଓ୍ଵା ପାସେଞ୍ଜରରେ ଟିକଟେ୍‌ ଚେକିଂର ଦାୟିତ୍ୱ ମଧ୍ୟ ମହିଳାମାନେ ବହନ କରିବେ। ଚାରି ଜଣ ମହିଳା ଟିଟିଇଙ୍କୁ ଦାୟିତ୍ୱ ଦିଆଯିବ। ଯେଉଁ ଷ୍ଟେସନରେ ଟ୍ରେନ ରହିବ, ସେଠାରେ ଷ୍ଟସନ ପ୍ରବନ୍ଧକ ଏବଂ ଅନ୍ୟ ଷ୍ଟାଫ୍‌ ଟ୍ରେନକୁ ଯାଇ ସୁରକ୍ଷା ବ୍ୟବସ୍ଥାର ତଦନ୍ତ କରିବେ।

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

7 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

9 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

9 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

10 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

10 hours ago