ରାଜ୍ୟ

ନିଜର କର୍ତ୍ତବ୍ୟନିଷ୍ଠା ପାଇଁ ଲୋକଙ୍କ ଭଲପାଇବା ସାଉଁଟୁଛନ୍ତି କନିଷ୍ଠ ଯନ୍ତ୍ରୀ ପ୍ରଶାନ୍ତ କୁମାର, ଟ୍ବିଟ୍ କରି ମୁଖ୍ୟମନ୍ତ୍ରୀ ମଧ୍ୟ କଲେ ପ୍ରଶଂସା

ମାଲକାନଗିରି(କେନ୍ୟୁଜ୍): ଘୋଡ଼ାରେ ସବାର ଯନ୍ତ୍ରୀ । ବୁଲୁଛନ୍ତି ଗାଁ ଗାଁ । ରାସ୍ତା ଓ ପୋଲ ନିର୍ମାଣ ପାଇଁ କରୁଛନ୍ତି ସର୍ଭେ । ମାଓ ପ୍ରବଣ ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରେ ଯୋଗାଯୋଗ ବ୍ୟବସ୍ଥା ସୁଧାରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି । ଆମେ କଥା ହେଉଛନ୍ତି ଗ୍ରାମ୍ୟ ଉନ୍ନୟନ ବିଭାଗର ଜେଇ ପ୍ରଶାନ୍ତ କୁମାର ବେହେରାଙ୍କ ବିଷୟରେ। ଯାହାଙ୍କ ବିଷୟରେ ଗତ କିଛି ଦିନ ତଳେ ଏହି ଖବର ପ୍ରସାରଣ ହୋଇଥିଲା । ଯିଏ ନିଜର କର୍ତ୍ତବ୍ୟନିଷ୍ଠା ପାଇଁ ଲୋକଙ୍କଠାରୁ ଢେର୍ ଭଲପାଇବା ସାଉଁଟିଥିବାବେଳେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଟ୍ବିଟ୍ କରି କନିଷ୍ଠ ଯନ୍ତ୍ରୀ ପ୍ରଶାନ୍ତ କୁମାରଙ୍କୁ ବେଶ୍ ପ୍ରଶଂସା କରିଛନ୍ତି ।

ମାଲକାନଗିରି ଜିଲ୍ଲାର ମାଓ ପ୍ରବଣ,ଦୁର୍ଗମ ଏବଂ ଅପହଞ୍ଚ ଅଞ୍ଚଳ ଭାବେ ପରରିଚିତ ଚିତ୍ରକୋଣ୍ଡାର ବିଚ୍ଛିନ୍ନାଞ୍ଚଳ। ଏହି ଅଞ୍ଚଳରେ ଭୌଗଳିକ କାରଣରୁ ମାଓବାଦୀମାନେ କାୟା ବିସ୍ତାର କରିବାରେ ସଫଳ ହୋଇପାରିଛନ୍ତି । କିନ୍ତୁ ଏପରି ପଛୁଆ ଅଞ୍ଚଳରେ ବିକାଶ କାର୍ଯ୍ଯକୁ ଆଗକୁ ନେବା ପାଇଁ ଅଣ୍ଟା ଭିଡିଥିଲେ ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ପ୍ରଶାନ୍ତ କୁମାର ବେହେରା । ଏହି ସ୍ବାଭିମାନ ଅଞ୍ଚର ନାଁ ଯିଏ ବି ଶୁଣେ କୌଣସି ସରକାରୀ କର୍ମଚାରୀ ଯିବାକୁ ଭୟ କରି ଅମଙ୍ଗ ପ୍ରକାଶ କରୁଥିବାବେଳେ ନିଜର ସ୍ବଇଚ୍ଛାରେ ଏହି ଅଞ୍ଚଳର ବିକାଶକୁ ଆଗେଇ ନେବାପାଇଁ ଆଗକୁ ବାହାରିଥିଲେ ଯନ୍ତ୍ରୀ ପ୍ରଶାନ୍ତ ।

ଏଠାରେ ଅନେକ ପକ୍କା ରାସ୍ତା କରି ଗମନାଗମନକୁ ସୁଧାରିପାରିଛନ୍ତି । ମାଓବାଦୀଙ୍କ ଭୟକୁ ଖାତିର ନକରି ଅଞ୍ଚଳର ବିକାଶରେ ପ୍ରମୁଖ ଭୂମିକା ସାଜିଛନ୍ତି ପ୍ରଶାନ୍ତ । ତେଣୁ ଏଭଳି ନିର୍ଭିକ କାର୍ଯ୍ଯ ଦକ୍ଷତା ପାଇଁ ତାଙ୍କୁ ଆଜି ବିଭିନ୍ନ ମହଲରୁ ବେଶ ପ୍ରଶଂସା କରାଯାଉଛି । ଆଉ ଏଥିପାଇଁ ମୁଖ୍ୟମନ୍ତ୍ରୀ ନିଜେ ଟ୍ବିଟ୍ କରି ଏହି କନିଷ୍ଠ ଯନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି । ସତରେ ସରକାରୀ କର୍ମଚାରୀଙ୍କ ପାଇଁ ପ୍ରଶାନ୍ତ ହେଉଛନ୍ତି ଏକ ଜ୍ବଳନ୍ତ ଉଦାହରଣ ।

ମାଲକାନଗିରିରୁ ପ୍ରସାଦ ନାୟକଙ୍କ ରିପୋର୍ଟ,କେନ୍ୟୁଜ୍

Sonalisa

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

7 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

8 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

9 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

10 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

10 hours ago