ସ୍ପେଶାଲ

କଣ୍ଢେଇ ନାଚ, ନିର୍ଜୀବ ହେଲେ ବି’ ନିଖୁଣ ଅଭିନୟରେ ମନ ମୋହୁଛି ଦର୍ଶକଙ୍କର

ବିଶେଷକରି ବଡକୋଦଣ୍ଡା ଗାଁର ସୂତା-କଣ୍ଢେଇ ନାଚ , ଏକ ଉଦାହରଣ । ବର୍ତମାନ ସମୟରେ ଏଭଳି ଏକ ଦୁର୍ଲଭ-କଳା ର ଅବସ୍ଥା , ଏବେ ସଙ୍କଟ ରେ । ଏବେ ଏହାକୁ ଲୋକାଭିମୁଖୀ ଏବଂ ଉନ୍ନତି କରଣ କରିବାକୁ , ଓଡ଼ିଶା ସଂଗୀତ ନାଟକ ଏକାଡେ଼ମୀ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି । “ସୂତା-କଣ୍ଢେଇ” ଲୋକକଳା ର ଅତୀତ ଏବଂ ବର୍ତ୍ତମାନର ସ୍ଥିତିକୁ ନେଇ , ଆମର ଏ ରିପୋର୍ଟ ।

ନାଚୁଛି କାଠ-କଣ୍ଢେଇ। କଣ୍ଢେଇ ନାଚ, ନିର୍ଜୀବ ହେଲେ ବି’ ନିଖୁଣ ଅଭିନୟ । ପରଦା ପଛରେ ଥିବା କଳାକାରର ଆଙ୍ଗୁଠି ସୂତାରେ ହୋଇଉଠେ ଚଳଚଞ୍ଚଳ । ରଙ୍ଗିନ୍ ପୋଷାକରେ ସଜେଇ ହୋଇ ଏକମୁଖି-ମଞ୍ଚରେ ନାଚୁଥିବା ଏହି କାଠ-ପିତୁଳା ଟି ସତେ ଯେମିତି ଜୀବନ୍ତ ମନେହୁଏ । ଏ ହେଉଛି ଗଂଜାମ ଜିଲ୍ଲା ଭଂଜନଗର ନିକଟସ୍ଥ ବଡକୋଦଣ୍ଡା ଗାଁର “ସୂତା-କଣ୍ଢେଇ ନାଚ” ର ଦୃଶ୍ୟ। କଳା-ସସ୍କୃତି ଏବଂ ଐତିହ୍ୟକୁ ନେଇ ଗଂଜାମ ଜିଲ୍ଲା ଘୁମୁସରର ଏକ ସ୍ୱତନ୍ତ୍ରତା ରହିଛି । ଆଉ ଏହାରି ଭିତରେ ଦୁର୍ଲଭ-କଳା ର ନୀରଦର୍ଶନ ଦେଖିବାକୁ ମିଳିଛି ..

ଏବେ ସମୟ ବଦଳିଛି , ତା’ ସହିତ ରୁଚି ବି’ ବଦଳିଛି । ସତ-ସତିକା ନାଚକୁ ବାଦ୍ ଦେଇ , କାଠ-କଣ୍ଢେଇର ନାଚ ଦେଖିବାକୁ ମନ-ବଳାଉ ନାହାନ୍ତି ନୂଆଁ ପୀଢ଼ିର ଦର୍ଶକ । ଯାହାପାଇଁ ଗାଁ-ଗଣ୍ଡାରେ ଆଗଭଳି ଆଉ ଦେଖିବାକୁ ମିଳୁନି , ଏହି କଣ୍ଢେଇ ନାଚ । କିନ୍ତୁ ଏତେ ସବୁ ପ୍ରତିକୂଳ ପରିସ୍ଥିତି ସତ୍ବେ , ଏବେବି ଏହି ଲୋକକଳାକୁ ବଞ୍ଚାଇ ରଖିଛନ୍ତି , ଗଂଜାମ ଜିଲ୍ଲା ଭଂଜନଗର ନିକଟ ବଡକୋଦଣ୍ଡା ଗାଁର କଳାକାର ମାନେ ।

ସୂତା-କଣ୍ଢେଇ ନାଚର ଏନ୍ତୁଡ଼ିଶାଳ ବଡକୋଦଣ୍ଡା ଗାଁ। ଅତୀତରେ ଏହି ଗାଁର ଜଣେ ବର୍ଷୀୟାନ କଳାକାରଙ୍କ ଦ୍ବାରା ପରିଚାଳିତ ସର୍କସ୍ ପାର୍ଟି ଭାଙ୍ଗିଯିବା ପରେ , ସେ ଏଭଳି କାଠ-କଣ୍ଢେଇ ବା ସୂତା-କଣ୍ଢେଇ ନାଚର ପରିକଳ୍ପନା କଲେ । ସୂତା ବାନ୍ଧି , କାଠ-କଣ୍ଢେଇକୁ ନଚାଇଲେ । କାଳକ୍ରମେ ଏହାକୁ, ନାଟ୍ୟ-ରୂପାନ୍ତର କଲେ । ରାମାୟଣ , ଦାନବୀର ହରିଶ୍ଚନ୍ଦ୍ର , ମହାଲକ୍ଷ୍ମୀ ପୂଜା, କଂଶବଧ , କର୍ଣ୍ଣବଧ , ଖୁଲଣା ସୁନ୍ଦରୀ , ତଅପୋଇ ଭଳି ପୌରାଣିକ ଏବଂ କାଳ୍ପନିକ ବିଷୟବସ୍ତୁକୁ ନେଇ ପରିବେଷଣ ହେଲା କଣ୍ଢେଇ ନାଚ ।

D Sonali

Recent Posts

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

28 seconds ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

32 seconds ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

18 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

19 mins ago

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

23 mins ago

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

45 mins ago