ସ୍ପେଶାଲ

ଇଏ ହେଉଛି ଦୁନିଆର ସବୁଠାରୁ ଚାଲାକ କାଉ, ଯିଏ ଖାଦ୍ୟ ସଂଗ୍ରହ ପାଇଁ ମଣିଷଙ୍କ ଭଳି କରୁଥିଲା ଯୁଗାଡ

ପିଲାବେଳେ ଆମେ କାଉର ଚତୁରତା ବିଷୟରେ ଶୁଣିଛନ୍ତି କିମ୍ବା ପଢ଼ିଛନ୍ତି । ଏକ ପ୍ରଚଳିତ ଗଳ୍ପରେ ଆମେ ସମସ୍ତେ ପଢିଛେ କିଭଳି ଏକ ଶୋଷିଲା କାଉ ନିଜର ଶୋଷ ମେଣ୍ଟାଇବା ପାଇଁ ନିଜର ବୁଦ୍ଧିର ପ୍ରୟୋଗ କରି ପାଣି ପିଉଛି।। ସେହିପରି ଭାବେ ବ୍ରିଟେନର ବେଟ୍ଟି ନାମକ ଏକ କାଉ ବହୁତ ଚର୍ଚ୍ଚା ସାଉଁଟିଥିଲା। ଏହି କାଉ ନିଜର ବୁଦ୍ଧି ବଳରେ ଖାଦ୍ୟ ସଂଗ୍ରହ କରୁଛି। ସେ ଏକ ତାରକୁ ମୋଡି ହୁକ ବନାଇ ସେହି ହୁକ ସାହାଯ୍ୟରେ ନିଜ ପାଇଁ ଖାଦ୍ୟ ସଂଗ୍ରହ କରିବାରେ ସଫଳ ହୋଇପାରିଥିଲା।

୨୦୦୨ ମସିହାରେ ବେଟ୍ଟି ନିଜର ବିଚକ୍ଷଣ ବୁଦ୍ଧି ଦ୍ୱାରା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥିଲା । ବେଟ୍ଟିର ଏଭଳି ଚତୁରତାକୁ ନେଇ ବୈଜ୍ଞାନିକଙ୍କ ଭିତରେ ମଧ୍ୟ ଭାଳେଣି ପଡିଥିଲା । ବେଟ୍ଟିର ବୁଦ୍ଧି ଏକ ମଣିଷର ବୁଦ୍ଧି ସହିତ ସମାନ, ଯାହା ଦ୍ୱାରା ସେ କଠିନରୁ କଠିନ ସମସ୍ୟାର ସମାଧାନ କରିପାରୁଥିଲା ।

ତେବେ ବେଟ୍ଟି କେଲେଡିୟନ ପ୍ରଜାତିର କାଉ ଥିଲା ବୋଲି ଏକ ଅନୁସନ୍ଧାନରୁ ଜଣାପଡିଛି । ଏହି ପ୍ରଜାତିର କାଉ ଖୁବ ଚାଲାକ ଭାବରେ ଛୋଟରୁ ଛୋଟ ବସ୍ତୁ ଦ୍ୱାରା ନିଜର ଅସ୍ତ୍ର ତିଆରି କରିଥାନ୍ତି । ବେଟ୍ଟିର ଚତୁରତା ଦେଖି ବ୍ରିଟେନର ସେଣ୍ଟ ଏଣ୍ଡ୍ରୋୟୁଜର ଏକ ବୈଜ୍ଞାନିକ କ୍ରିସ୍ଚିୟନ ସ୍ଟଜ ନିଜର ଆଶ୍ଚର୍ଯ୍ୟଜନକ ମତ ରଖିଛନ୍ତି ।

କିଛି ବର୍ଷ ପୂର୍ବେ ବୈଜ୍ଞାନିକ ମାନେ କାଉର ବୃଦ୍ଧି ଉପରେ ଗବେଷଣା କରି ଅନେକ ଆଶ୍ଚର୍ଯ୍ୟଜନକ ତଥ୍ୟ ମଧ୍ୟ ପାଇଥିଲେ । ଯଦିଓ କାଉ ଏବଂ ମଣିଷର ବୃଦ୍ଧିର କ୍ଷମତା ସମାନ ହୋଇନଥାଏ ତଥାପି ସମସ୍ୟାର ସମାଧାନ କରିବା କ୍ଷେତ୍ରରେ କାଉ ମଧ୍ୟ ସମାନ କ୍ଷମତା ଦେଖାଇଥାଏ। ମଣିଷ ଭଳି କାଉ ମଧ୍ୟ ନିଜ ଆବଶ୍ୟକ ଅନୁସାରେ ବୁଦ୍ଧିର ପ୍ରୟୋଗ କରିଥାଏ ।

ତେବେ ଅ

ନେକ ପ୍ରାଣୀ ନିଜ ଆବଶ୍ୟକକୁ ଛାଡି ମଧ୍ୟ ବିଭିନ୍ନ କଠିନ କାମ କରିଥାନ୍ତି । ବିବିସିର ଏକ ଟିଭି ସିରିଜ ‘ଇନସାଇଡ ଦି ଏନିମଲ ମାଇଣ୍ଡ’ ରେ ଏକ କାଉ ବିଭିନ୍ନ ଜଟିଳ ଢଗର ସମାଧାନ କରୁଥିବାର ଦେଖିବାକୁ ମିଳିଥିଲା ।

ହାର୍ବଡ ୟୁନିର୍ଭସିଟିର ଏକ ବୈଜ୍ଞାନିକଙ୍କ ଡକୋଟା ମେକାୟୋଙ୍କ ମତରେ ଢଗର ସମାଧାନ କରିବା ଦ୍ୱାରା ବୁଦ୍ଧିର ବ୍ୟାୟାମ ହୋଇଥାଏ । ଠିକ୍ ସେହିପରି କାଉ ମଧ୍ୟ ଢଗର ସମାଧାନ କରି ମଜା କରିବା ସହିତ ନିଜ ବୁଦ୍ଧିର ବ୍ୟାୟାମ କରିଥାଏ । କାଉଙ୍କ ମଧ୍ୟରେ ପ୍ରାକୃତିକ ଜିଜ୍ଞସା ମଧ୍ୟ ରହିଛି ବୋଲି ଡକୋଟା ମେକାୟୋ କହିଛନ୍ତି । ସମସ୍ତ ଜୀବ ନିଜ ବୁଦ୍ଧିର ପ୍ରୟୋଗ ଦ୍ୱାରା ମଜା ମଧ୍ୟ କରିଥାନ୍ତି ।

Pritiparna

Recent Posts

ନିର୍ବାଚନ ପରେ ସ୍ଥିତି ଜାହିର କଲେ ମାଓବାଦୀ, ଛକରେ ଲଗାଇଲେ ମାଓ ପୋଷ୍ଟର

କୋରାପୁଟ (କେନ୍ୟୁଜ); କୋରାପୁଟ ଜିଲ୍ଲା ବନ୍ଧୁଗାଁରେ ମାଓ ପୋଷ୍ଟର । ନିର୍ବାଚନ ପରେ ନିଜର ସ୍ଥିତି ଜାହିର ପାଇଁ ଲଗାଇଲେ…

6 mins ago

ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍, ୫୯ ଜଣ ରୋଗୀ ଚିହ୍ନଟ

ସମ୍ବଲପୁର(କେନ୍ୟୁଜ): ଏକ ଦଶନ୍ଧି ପରେ ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍ । ଏହାକୁ ନେଇ ମହାନଗରବାସୀ ଚିନ୍ତାରେ…

9 mins ago

ଯୋଗ ଦିବସରେ କାଶ୍ମୀର ମହିଳାଙ୍କ ସହିତ ସେଲଫି ନେଲେ ମୋଦି, ଫଟୋ ଭାଇରଲ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅର୍ନ୍ତରାଷ୍ଟ୍ରୀୟ ଯୋଗ ଦିବସରେ ଜମ୍ମୁ କାଶ୍ମୀର ଶ୍ରୀନଗର ସ୍ଥିତ ଶେର-ଏ-କଶ୍ମୀର ଅର୍ନ୍ତରାଷ୍ଟ୍ରୀୟ ସମ୍ମେଳନ କେନ୍ଦ୍ର (SKICC)…

13 mins ago

ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ, ପଥରରେ ଛେଚି ଯୁବକଙ୍କୁ ହତ୍ୟା

କଣ୍ଟାବାଞ୍ଜି (କେନ୍ୟୁଜ); ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ। ସିନ୍ଧେକେଲା ଥାନା ସାଲେବରଟ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତ…

26 mins ago

ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ, ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ

ଭୁବନେଶ୍ୱର (କେନ୍ୟୁଜ) : ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ  ।  ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ ।  ଭୁବନେଶ୍ବର ତମାଣ୍ଡୋରେ…

42 mins ago

କିଟ୍ ରେ ଯୋଗ ଦିବସ ପାଳିତ, ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ଯୋଗ ଗୁରୁତ୍ୱପୂର୍ଣ୍ଣ ବୋଲି କହିଲେ ଡକ୍ଟର ସାମନ୍ତ

ଭୁବନେଶ୍ୱର (କେନ୍ୟୁଜ): ଆଜି କିଟ୍ ପକ୍ଷରୁ ପାଳିତ ହୋଇଛି ଅନ୍ତର୍ଜାତୀୟ ଯୋଗ ଦିବସ । କିଟ୍ ଇଣ୍ଡୋର ଷ୍ଟାଡିୟମରେ କିଟ୍…

2 hours ago