ସ୍ପେଶାଲ

ଆପଣମାନେ କେବେ କିଣିଛନ୍ତି ଲକ୍ଷ ଲକ୍ଷ ଟଙ୍କା ଦେଇ ସାବୁନ, ଜାଣନ୍ତୁ କେଉଁ ସ୍ଥାନରେ ମିଳିଥାଏ ଏହି ସାବୁନ୍‌

ଆମ ସାରା ବିଶ୍ୱ ଅଜବଗଜବ ଜିନିଷରେ ଭର୍ତ୍ତି ହୋଇଛି । ଯେପରି କାହା ପାଖରେ ଦାମି ପୋଷାକ ଅଛି ତ ଆଉ କାହା ପାଖରେ ବିଶ୍ୱର ସବୁଠାରୁ ଲଗ୍‌ଜରୀ ଘର ଅଛି । ଏହିପରି ଅନେକ ଜିନିଷ ଆମ ଆଖପାଖରେ ଭର୍ତ୍ତି ହୋଇଛି । ବର୍ତ୍ତମାନ ସମୟରେ ଆମେ କୌଣସି ବି ଜିନିଷ କିଣିବାକୁ ଗଲେ ତାର ଦାମ୍‌ ଦେଖୁଛେ । ସେହିପରି ଆପଣମାନେ ସାବୁନ୍‌ କିଣିବା ପାଇଁ ୧୦ ରୁ ୨୦ କିମ୍ବା ତାଠାରୁ କିଛି ଟଙ୍କା ଅଧିକ ଦେଇଥିବେ । ହେଲେ କେବେ ସାବୁନ୍‌ ପାଇଁ ଆପଣଙ୍କୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ କହିଲେ, ତେବେ ଏହା ଶୁଣି ଆପଣ କିପରି ରିଆକ୍ଟ କରିବେ ?  ଆମେ ଆଜି ଆପଣମାନଙ୍କୁ ଜଣାଇବୁ ଯେ ବିଶ୍ୱର ସବୁଠାରୁ ଦାମି ସାବୁନ୍‌ ବିଷୟରେ । ଆପଣମାନେ ଜାଣି ଆଶ୍ଚଯ୍ୟ ହେବେ ଯେ ଏହି ସାବୁନ୍‌ ତିଆରି କରିବା ପାଇଁ ଯେତିକି ଟଙ୍କା ଖର୍ଚ୍ଚ କରାଯାଏ, ଆପଣ ସେହି ଟଙ୍କାରେ ନୂଆ ଆଇ ଫୋନ୍‌ କିଣି ପାରିବେ ।

ଲେବନାନର ତ୍ରିପୋଲିରେ ଏହି ସାବୁନ୍‌ ତିଆରି କରାଯାଏ । ଏହାର ଦାମ୍‌ ୨,୮୦୦ ଡଲାର ବା ପ୍ରାୟ ୨,୦୭,୮୦୦ ଟଙ୍କାରେ ରହିଛି । ସେଠାରେ ସାବୁନ ତିଆରି କରିବାର ବ୍ୟବସାୟ ପ୍ରାୟ ୧୫ ଶତାଦ୍ଦୀ ହେଉଛି । ବଦର୍‌ ହାସନ୍‌ ଆଣ୍ଡ ସନ୍ସରେ ଖାନ ଅଲ ସବୋନା କହିଥିଲେ ଯେ ଶରୀର ପାଇଁ ଲାଭ ଦାୟକ ତେଲ ଓ ପ୍ରାକୃତିକ ସୁଗନ୍ଧର ବିଭିନ୍ନ ପ୍ରକାରର ଲଗ୍‌ଜରୀ ସାବୁନ୍‌ ତିଆରି କରାଯାଇଥାଏ ।

ଏହି ଲଗ୍‌ଜରୀ ସାବୁନ୍‌ ସେଠିକାର କିଛି ବିଶିଷ୍ଠ ଦୋକାନରେ ବିକ୍ରି କରାଯାଏ । ଏହି ସାବୁନ୍‌ କେବଳ କିିଛି ବ୍ୟକ୍ତି ଓ ବିଶେଷ ଅତିଥି ମାନଙ୍କୁ ବିକ୍ରି କରାଯାଏ । ସୂଚନା ମୁତାବକ, ୨୦୧୩ରେ ପ୍ରଥମେ ଏହି ସାବୁନ୍‌ ପ୍ରସ୍ତୁତ କରାଯାଇଥିଲା । ଯାହ କତାରର ପ୍ରଥମ ମହିଳାଙ୍କୁ ଉପହାର ଭାବେ ଦିଆଯାଇଥିଲା । ସାବୁନ୍‌ଟି ସବୁ ଠାରୁ ମହଙ୍ଗା ସୁନା ଓ ହୀରା ପାଉଡରରେ ତିଆରି ହୋଇଥିଲା ।

ବିଶ୍ୱର ସବୁଠାରୁ ଦାମି ସାବୁନ୍‌ ପ୍ରଥମେ ଏକ ମହଙ୍ଗା ପନିର ପରି ଦେଖାଯାଉଥିଲା । ଏହା ପରେ ଏକ ଭାଇରାଲ ଭିଡିଓରେ ବଦର୍‌ ହାସନ୍‌ ଆଣ୍ଡ ସନ୍ସ, ସିଇଓ ଆମିର ହାସନ୍‌ ବହାରେନ ଅଭିନେତା ତଥା ଇନ୍‌ଷ୍ଟାଗ୍ରାମ ସୁପରଷ୍ଟାର ଶିଲା ସାବତଙ୍କୁ ବିଶ୍ୱର ସବୁଠାରୁ ଦାମି ସାବୁନ୍‌ ଦେଇଥିବାର ନଜର ଆସିଥିଲା । ସେହି ଭିଡିଓରେ ଦେଖିବା ପାଇଁ ମିଳିଥିଲା ଯେ ସାବୁନ୍‌ଟି ପୂରା ୨୪ କ୍ୟାରେଟ୍‌ ସୁନାର ଆବୃତିର ଥିଲା ।

KNews Bureau

Recent Posts

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

10 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

24 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

37 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

38 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

8 hours ago

ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…

9 hours ago