ଆପଣମାନେ କେବେ କିଣିଛନ୍ତି ଲକ୍ଷ ଲକ୍ଷ ଟଙ୍କା ଦେଇ ସାବୁନ, ଜାଣନ୍ତୁ କେଉଁ ସ୍ଥାନରେ ମିଳିଥାଏ ଏହି ସାବୁନ୍
ଆମେ ଆଜି ଆପଣମାନଙ୍କୁ ଜଣାଇବୁ ଯେ ବିଶ୍ୱର ସବୁଠାରୁ ଦାମି ସାବୁନ୍ ବିଷୟରେ । ଆପଣମାନେ ଜାଣି ଆଶ୍ଚଯ୍ୟ ହେବେ ଯେ ଏହି ସାବୁନ୍ ତିଆରି କରିବା ପାଇଁ ଯେତିକି ଟଙ୍କା ଖର୍ଚ୍ଚ କରାଯାଏ, ଆପଣ ସେହି ଟଙ୍କାରେ ନୂଆ ଆଇ ଫୋନ୍ କିଣି ପାରିବେ ।
ଆମ ସାରା ବିଶ୍ୱ ଅଜବଗଜବ ଜିନିଷରେ ଭର୍ତ୍ତି ହୋଇଛି । ଯେପରି କାହା ପାଖରେ ଦାମି ପୋଷାକ ଅଛି ତ ଆଉ କାହା ପାଖରେ ବିଶ୍ୱର ସବୁଠାରୁ ଲଗ୍ଜରୀ ଘର ଅଛି । ଏହିପରି ଅନେକ ଜିନିଷ ଆମ ଆଖପାଖରେ ଭର୍ତ୍ତି ହୋଇଛି । ବର୍ତ୍ତମାନ ସମୟରେ ଆମେ କୌଣସି ବି ଜିନିଷ କିଣିବାକୁ ଗଲେ ତାର ଦାମ୍ ଦେଖୁଛେ । ସେହିପରି ଆପଣମାନେ ସାବୁନ୍ କିଣିବା ପାଇଁ ୧୦ ରୁ ୨୦ କିମ୍ବା ତାଠାରୁ କିଛି ଟଙ୍କା ଅଧିକ ଦେଇଥିବେ । ହେଲେ କେବେ ସାବୁନ୍ ପାଇଁ ଆପଣଙ୍କୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ କହିଲେ, ତେବେ ଏହା ଶୁଣି ଆପଣ କିପରି ରିଆକ୍ଟ କରିବେ ? ଆମେ ଆଜି ଆପଣମାନଙ୍କୁ ଜଣାଇବୁ ଯେ ବିଶ୍ୱର ସବୁଠାରୁ ଦାମି ସାବୁନ୍ ବିଷୟରେ । ଆପଣମାନେ ଜାଣି ଆଶ୍ଚଯ୍ୟ ହେବେ ଯେ ଏହି ସାବୁନ୍ ତିଆରି କରିବା ପାଇଁ ଯେତିକି ଟଙ୍କା ଖର୍ଚ୍ଚ କରାଯାଏ, ଆପଣ ସେହି ଟଙ୍କାରେ ନୂଆ ଆଇ ଫୋନ୍ କିଣି ପାରିବେ ।
ଲେବନାନର ତ୍ରିପୋଲିରେ ଏହି ସାବୁନ୍ ତିଆରି କରାଯାଏ । ଏହାର ଦାମ୍ ୨,୮୦୦ ଡଲାର ବା ପ୍ରାୟ ୨,୦୭,୮୦୦ ଟଙ୍କାରେ ରହିଛି । ସେଠାରେ ସାବୁନ ତିଆରି କରିବାର ବ୍ୟବସାୟ ପ୍ରାୟ ୧୫ ଶତାଦ୍ଦୀ ହେଉଛି । ବଦର୍ ହାସନ୍ ଆଣ୍ଡ ସନ୍ସରେ ଖାନ ଅଲ ସବୋନା କହିଥିଲେ ଯେ ଶରୀର ପାଇଁ ଲାଭ ଦାୟକ ତେଲ ଓ ପ୍ରାକୃତିକ ସୁଗନ୍ଧର ବିଭିନ୍ନ ପ୍ରକାରର ଲଗ୍ଜରୀ ସାବୁନ୍ ତିଆରି କରାଯାଇଥାଏ ।
ଏହି ଲଗ୍ଜରୀ ସାବୁନ୍ ସେଠିକାର କିଛି ବିଶିଷ୍ଠ ଦୋକାନରେ ବିକ୍ରି କରାଯାଏ । ଏହି ସାବୁନ୍ କେବଳ କିିଛି ବ୍ୟକ୍ତି ଓ ବିଶେଷ ଅତିଥି ମାନଙ୍କୁ ବିକ୍ରି କରାଯାଏ । ସୂଚନା ମୁତାବକ, ୨୦୧୩ରେ ପ୍ରଥମେ ଏହି ସାବୁନ୍ ପ୍ରସ୍ତୁତ କରାଯାଇଥିଲା । ଯାହ କତାରର ପ୍ରଥମ ମହିଳାଙ୍କୁ ଉପହାର ଭାବେ ଦିଆଯାଇଥିଲା । ସାବୁନ୍ଟି ସବୁ ଠାରୁ ମହଙ୍ଗା ସୁନା ଓ ହୀରା ପାଉଡରରେ ତିଆରି ହୋଇଥିଲା ।
ବିଶ୍ୱର ସବୁଠାରୁ ଦାମି ସାବୁନ୍ ପ୍ରଥମେ ଏକ ମହଙ୍ଗା ପନିର ପରି ଦେଖାଯାଉଥିଲା । ଏହା ପରେ ଏକ ଭାଇରାଲ ଭିଡିଓରେ ବଦର୍ ହାସନ୍ ଆଣ୍ଡ ସନ୍ସ, ସିଇଓ ଆମିର ହାସନ୍ ବହାରେନ ଅଭିନେତା ତଥା ଇନ୍ଷ୍ଟାଗ୍ରାମ ସୁପରଷ୍ଟାର ଶିଲା ସାବତଙ୍କୁ ବିଶ୍ୱର ସବୁଠାରୁ ଦାମି ସାବୁନ୍ ଦେଇଥିବାର ନଜର ଆସିଥିଲା । ସେହି ଭିଡିଓରେ ଦେଖିବା ପାଇଁ ମିଳିଥିଲା ଯେ ସାବୁନ୍ଟି ପୂରା ୨୪ କ୍ୟାରେଟ୍ ସୁନାର ଆବୃତିର ଥିଲା ।