ଦୀପାବଳି ପୂର୍ବରୁ ଏହି ପ୍ରିମିୟମ ସ୍ମାର୍ଟଫୋନରେ ମିଳୁଛି ଭାରି ଡିସକାଉଣ୍ଟ, ରହିଛି ଦମଦାର ଅଫର

ଯଦି ଆପଣ ସ୍ମାର୍ଟଫୋନ କିଣିବା ପାଇଁ ଦୀପାବଳି ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ଚାହୁଁ ନାହାନ୍ତି ଏବଂ ଆପଣ ଡିସକାଉଣ୍ଟ ମଧ୍ୟ ଚାହୁଁଛନ୍ତି ତେବେ ବର୍ତ୍ତମାନ ଆମେ ଆପଣଙ୍କ ପାଇଁ ପ୍ରିମିୟମ୍‌ ସ୍ମାର୍ଟଫୋନରେ ମିଳୁଥିବା ଅଫର ବିଷୟରେ ଜଣାଇବୁ ,ଯାହା ଆପଣଙ୍କ ଟଙ୍କା ବଞ୍ଚାଇବ ।

ଯଦି ଆପଣ ସ୍ମାର୍ଟଫୋନ କିଣିବା ପାଇଁ ଦୀପାବଳି ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ଚାହୁଁ ନାହାନ୍ତି ଏବଂ ଆପଣ ଡିସକାଉଣ୍ଟ ମଧ୍ୟ ଚାହୁଁଛନ୍ତି ତେବେ ବର୍ତ୍ତମାନ ଆମେ ଆପଣଙ୍କ ପାଇଁ ପ୍ରିମିୟମ୍‌ ସ୍ମାର୍ଟଫୋନରେ ମିଳୁଥିବା ଅଫର ବିଷୟରେ ଜଣାଇବୁ ,ଯାହା ଆପଣଙ୍କ ଟଙ୍କା ବଞ୍ଚାଇବ ।

Samsung Galaxy S23 5G
ଆମାଜନରେ ଏହି ସ୍ମାର୍ଟଫୋନରେ ଭାରି ଡିସକାଉଣ୍ଟ ମିଳୁଛି । ଏହି ସ୍ମାର୍ଟଫୋନ ୬.୧ ଇଞ୍ଚର ଡାଇନାମିକ AMOLED ଡିସପ୍ଲେ ଦ୍ୱାରା ଲ୍ୟାସ ହୋଇଛି, ଯାହା ୟୁଜର୍ସଙ୍କୁ ୧୨୦Hz ର ଏକ ଆଡାପ୍ଟିଭ୍‌ ରିଫ୍ରେସ୍‌ ରେଟ ଦେଇଥାଏ । ଏହି ରିଫ୍ରେସ ରେଟ ଯୋଗୁଁ ଡିସପ୍ଲେ ସ୍ମଥ ଭାବେ କାମ କରେ । ଡିସପ୍ଲେରେ ୧୭୫୦ ନିଟସ୍‌ ର ପିକ୍‌ ବ୍ରାଇଟନେସ ସୁବିଧା ଦିଆଯାଇଛି । ଏହି ଡିସପ୍ଲେରେ ଗୋରିଲା ଗ୍ଲାସର ପ୍ରୋଟେକ୍ସନ୍‌ ଦିଆଯାଇଛି । ଗ୍ରାହକଙ୍କୁ ସ୍ମାର୍ଟଫୋନର ରିୟରରେ ଟ୍ରିପଲ୍‌ କ୍ୟାମେରା ସେଟଅପ୍‌ ମିଳିବ ।

ଡିସକାଉଣ୍ଟ ଅଫର ବିଷୟରେ କହିବାକୁ ଗଲେ Samsung Galaxy S23 5Gରେ ଗ୍ରାହକଙ୍କୁ ୧୭ ପ୍ରତିଶତ ଡିସକାଉଣ୍ଟ ଦିଆଯାଉଛି, ଯାହା ପରେ ଏହାର ମୂଲ୍ୟ ମାତ୍ର ୭୪,୯୯୯ ଟଙ୍କାକୁ ଖସି ଆସିବ । ଏହାର ପ୍ରକୃତ ଦାମ ୮୯,୯୯୯ ଟଙ୍କା ରହିଛି କିନ୍ତୁ ଏହି ଡିସକାଉଣ୍ଟରେ ଆପଣ ଏହାକୁ କମ ଦାମରେ କିଣି ପାରିବେ ।

HONOR 90
HONOR 90ରେ ଆମାଜନ ଭଲ ଡିସକାଉଣ୍ଟ ଦେଉଛି । Honor 90 ରେ ୬.୭ ଇଞ୍ଚର AMOLED ଡିସପ୍ଲେ ଅଛି । ଏଥିରେ ୧୨୦Hzର ରିଫ୍ରେସ ରେଟ ରହିଛି । ୫୦୦୦ mAh ବ୍ୟାଟେରୀ ସହିତ ୬୬W ଫାଷ୍ଟ ଚାର୍ଜିଂ ଏବଂ କ୍ୱାଲକମ୍ ସ୍ନାପଡ୍ରାଗନ୍ ୭ ଜେନ ୧ ଚିପସେଟର ସପୋର୍ଟ ଦିଆଯାଇଛି । HONOR 90 ସ୍ମାର୍ଟଫୋନରେ ଟ୍ରିପଲ୍ କ୍ୟାମେରା ସିଷ୍ଟମ୍ ଅଛି । ଯେଉଁଥିରେ ୨୦୦ ମେଗାପିକ୍ସେଲର ମେନ୍‌ କ୍ୟାମେରା, ୧୨ MP ଅଲ୍ଟ୍ରା-ୱାଇଡ୍ ଏବଂ 2AP ଡେପଥ୍‌ କ୍ୟାମେରା ସାମିଲ ଅଛି । ଏହି ସ୍ମାର୍ଟଫୋନ୍ ୫୦୦୦ mAhର ଏକ ବଡ ବ୍ୟାଟେରୀ ସହିତ ଆସିଥାଏ ଯାହା ୟୁଜର୍ସଙ୍କୁ ଭଲ ବ୍ୟାକଅପ୍ ଦେଇଥାଏ ।

ଡିସକାଉଣ୍ଟ ଅଫର ବିଷୟରେ କହିବାକୁ ଗଲେ HONOR 90 ରେ ଗ୍ରାହକଙ୍କୁ ୩୫% ପର୍ଯ୍ୟନ୍ତ ଡିସକାଉଣ୍ଟ ଦିଆଯାଉଛି । ଯାହା ପରେ ଏହାର ମୂଲ୍ୟ ୩୦,୯୯୯ ଟଙ୍କା ହେଉଛି । ଏହାର ପ୍ରକୃତ ମୂଲ୍ୟ ୪୭,୯୯୯ ଟଙ୍କା କିନ୍ତୁ ଡିସକାଉଣ୍ଟ ପରେ ଆପଣ ଏହାକୁ ଖୁବ କମ ମୂଲ୍ୟରେ କିଣି ପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.