ଇସ୍ରାଏଲ୍ରେ ହମାସ୍ ଆକ୍ରମଣକୁ ନେଇ ବଡ଼ ଖୁଲାସା! ୨ ବର୍ଷ ପୂର୍ବେ ରଚାଯାଇଥିଲା ଷଡ଼ଯନ୍ତ୍ର, ସଂଗ୍ରହ କରାଯାଉଥିଲା ଟେରର୍ ପାଣ୍ଠି
ଇସ୍ରାଏଲରେ ହମାସର ଆତଙ୍କବାଦୀ ଆକ୍ରମଣକୁ ନେଇ ବଡ଼ ଖୁଲାସା ହୋଇଛି। ସୂଚନା ମୁତାବକ, ପ୍ରାୟ ୨ ବର୍ଷ ପୂର୍ବେ ଏହି ଆକ୍ରମଣ ଯୋଜନା କରାଯାଇଥିଲା। ଏହି ଷଡ଼ଯନ୍ତ୍ରକୁ କାର୍ଯ୍ୟକାରୀ କରିବା ପାଇଁ ପାଣ୍ଠି ସଂଗ୍ରହ କରାଯାଉଥିଲା। ପାଣ୍ଠିର ଏକ ବଡ଼ ଅଂଶ ସଂଗ୍ରହ କରିବାର ଦାୟିତ୍ୱ ହମାସ୍ ହ୍ୟାକରମାନଙ୍କୁ ଦିଆଯାଇଥିଲା।

ହମାସର ହ୍ୟାକରମାନେ ନିଜର ଆତଙ୍କୀ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ପ୍ରାୟ ୨ ବର୍ଷ ପୂର୍ବେ ଟେରର୍ ଫଣ୍ଡ୍ ସଂଗ୍ରହ କରିବା ଆରମ୍ଭ କରିଥିଲେ। ହମାସର ଏହି ହ୍ୟାକର୍ସ ସମଗ୍ର ବିଶ୍ୱରେ ଲୋକଙ୍କ ଇ-ୱାଲେଟ୍ ଲୁଟୁଥିଲେ। ଦିଲ୍ଲୀର ପଶ୍ଚିମ ବିହାରରେ ରହୁଥିବା ଜଣେ ବ୍ୟବସାୟୀ ମଧ୍ୟ ଏହି ହ୍ୟାକରମାନଙ୍କ ଶିକାର ହୋଇଥିଲେ। ଏହି ବ୍ୟବସାୟୀଙ୍କ କ୍ରିପ୍ଟୋ ମୁଦ୍ରା ୱାଲେଟରୁ ପାଖାପାଖି ୩୦ ଲକ୍ଷ ଟଙ୍କା ଚୋରି ହୋଇଥିଲା।
୨ ବର୍ଷ ପୂର୍ବେ ଦିଲ୍ଲୀ ପୋଲିସର ଆଇଏଫ୍ଏସ୍ଓ ୟୁନିଟର ଡିସିପି କେପିଏସ ମଲହୋତ୍ରାଙ୍କ ନେତୃତ୍ୱରେ ତଦନ୍ତ ଆରମ୍ଭ ହୋଇଥିଲା, କିନ୍ତୁ ୟୁଜର ପର୍ଯ୍ୟନ୍ତ ପୋଲିସ ପହଞ୍ଚି ପାରି ନ ଥିଲା। ତଦନ୍ତରୁ ଜଣାପଡ଼ିଥିଲା କି, ଏହି ଟଙ୍କା ଅଲ୍-କସାମ୍ ବ୍ରିଗେଡ୍ସର ୱାଲେଟକୁ ଯାଇଥିଲା, ଯାହାକୁ ପାଲେଷ୍ଟାଇନର ଆତଙ୍କବାଦୀ ସଙ୍ଗଠନ ‘ହମାସ’ ପରିଚାଳନା କରୁଥିଲା। ଏହି ଆକାଉଣ୍ଟରେ ସାରା ବିଶ୍ୱରୁ ବିଭିନ୍ନ ଲୋକଙ୍କ ଇ-ୱାଲେଟ୍ ଲୁଟି ଆତଙ୍କବାଦ ପାଇଁ ଅର୍ଥ ସଂଗ୍ରହ କରାଯାଉଥିଲା।