ଲଞ୍ଚ ହେଲା Skodaର Slavia Matte Edition, ଦାମରୁ ଆରମ୍ଭ କରି ଫିଚର୍ସ ରହିଛି ଜବରଦସ୍ତ

Slavia ମ୍ୟାଟ ଭାରିଆଣ୍ଟ, କାର୍ବନ ଷ୍ଟିଲ ଗ୍ରେ ସେଡ ଏବଂ ମ୍ୟାଟ ପେଣ୍ଟ ଫିନିଶ୍‌ ସହିତ ମାର୍କେଟକୁ ଅଣାଯାଇଛି । Slaviaର ଏହି ମ୍ୟାଟ୍ ଭାରିଆଣ୍ଟ୍ ରେଞ୍ଜ୍-ଟପିଙ୍ଗ୍ ଷ୍ଟାଇଲ୍ ଟ୍ରିମ୍ ଉପରେ ବେସଡ୍‌ ହୋଇଛି , ଯାହା ଅନ୍ୟ ଭାରିଆଣ୍ଟ ତୁଳନାରେ ୪୦,୦୦୦ ଟଙ୍କାରୁ ବି ଅଧିକ ମହଙ୍ଗା ।

Skoda ଅଟୋ ଇଣ୍ଡିଆ ଏହାର ସେଡାନ୍ କାର୍ Slaviaକୁ ଏକ ନୂଆ ମ୍ୟାଟ ଭାରିଆଣ୍ଟରେ ଲଞ୍ଚ କରିଛି । ଏହାର ଏକ୍ସ ସୋରୁମ ମୂଲ୍ୟ ୧୫.୫୨ ଲକ୍ଷ ରଖାଯାଇଛି । Slavia ମ୍ୟାଟ ଭାରିଆଣ୍ଟ, କାର୍ବନ ଷ୍ଟିଲ ଗ୍ରେ ସେଡ ଏବଂ ମ୍ୟାଟ ପେଣ୍ଟ ଫିନିଶ୍‌ ସହିତ ମାର୍କେଟକୁ ଅଣାଯାଇଛି । Slaviaର ଏହି ମ୍ୟାଟ୍ ଭାରିଆଣ୍ଟ୍ ରେଞ୍ଜ୍-ଟପିଙ୍ଗ୍ ଷ୍ଟାଇଲ୍ ଟ୍ରିମ୍ ଉପରେ ବେସଡ୍‌ ହୋଇଛି , ଯାହା ଅନ୍ୟ ଭାରିଆଣ୍ଟ ତୁଳନାରେ ୪୦,୦୦୦ ଟଙ୍କାରୁ ବି ଅଧିକ ମହଙ୍ଗା ।

Skoda Slavia Matte Edition ଇଞ୍ଜିନ୍ :
Slavia Matte ଭାରିଆଣ୍ଟକୁ ସମସ୍ତ ପାୱାର୍ ଟ୍ରେନ୍ ଅପ୍ସନ ସହିତ ଅଣାଯାଇଛି, ଯେଉଁଥିରେ ମାନୁଆଲ୍ ଟ୍ରାନ୍ସମିସନ୍ ଏବଂ ଅଟୋମେଟିକ ଟ୍ରାନ୍ସମିସନ୍ ସହିତ ୧.୦-L ଟର୍ବୋ-ପେଟ୍ରୋଲ୍ ଇଞ୍ଜିନ୍ ରହିଛି । ଏଥିରେ ୧୧୩hp ପାଓ୍ଵାର ଏବଂ ୧୭୮ NM ଟର୍କ ଏବଂ MT ଏବଂ AT ସହିତ ୧.୫-L TSI ମୋଟର ଦିଆଯାଇଛି । ଏହା ୧୪୮ hp ର ପାଓ୍ଵାର ଏବଂ ୨୫୦ NM ର ଟର୍କ ଜେନେରେଟ କରିଥାଏ । ମ୍ୟାଟ୍ ପେଣ୍ଟ୍ ସ୍କିମ୍ ବ୍ୟତୀତ Slavia ସେଡାନ୍ କାରରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । Skoda Slavia Matte Edition ର କ୍ୟାବିନରେ କଳା ଏବଂ ବେଜ କଲରର ଥିମ୍ ରଖାଯାଇଛି ।

Skoda Slavia Matte Edition ଫିଚର୍ସ :
Skoda Slaviaରେ ମିଳୁଥିବା ଫିଚର୍ସ ଗୁଡ଼ିକ ବିଷୟରେ କହିବାକୁ ଗଲେ ଏଥିରେ ୧୦-ଇଞ୍ଚର ଟଚ୍ ସ୍କ୍ରିନ ଇନଫୋଟେନମେଣ୍ଟ ସିଷ୍ଟମ, ୮-ଇଞ୍ଚ ଡିଜିଟାଲ ଡ୍ରାଇଭର ଡିସପ୍ଲେ, ସିଙ୍ଗଲ୍ ପେନ୍ ଇଲେକ୍ଟ୍ରିକ୍ ସନରୁଫ୍, ଭେଣ୍ଟିଲେଟେଡ୍ ଫ୍ରଣ୍ଟ ସିଟ୍, କ୍ରୁଜ୍ କଣ୍ଟ୍ରୋଲ୍, ଇଲେକ୍ଟ୍ରିକାଲ୍ ଆଡଜଷ୍ଟେବଲ୍ ଫ୍ରଣ୍ଟ ସିଟ୍, ୬ଟି ଏୟାରବ୍ୟାଗ, ହିଲ୍‌-ହୋଲ୍ଡ ଆସିଷ୍ଟ , ରିୟର ପାର୍କିଂ କ୍ୟାମେରା, ଇଲେକ୍ଟ୍ରୋନିକ୍ ଷ୍ଟାବିଲିଟି କଣ୍ଟ୍ରୋଲ, ଟାୟାର୍ ପ୍ରେସର ମନିଟରିଂ ସିଷ୍ଟମ୍ ଭଳି ବିଭିନ୍ନ ଫିଚର୍ସ ଦିଆଯାଇଛି ।

Skoda Slavia Matte Edition ମୂଲ୍ୟ :
Skoda Slavia Matte Edition ବର୍ତ୍ତମାନ ୧୦.୮୯ ଲକ୍ଷରୁ ୧୯.୧୨ ଲକ୍ଷ ଏକ୍ସ-ସୋ’ରୁମ୍ ମୂଲ୍ୟରେ କିଣା ଯାଇପାରିବ । ଏହା ସହିତ ପ୍ରତିଦ୍ୱନ୍ଦିତା କରୁଥିବା ଗାଡ଼ି ଗୁଡ଼ିକ ମଧ୍ୟରେ ମାରୁତି ସୁଜୁକି ସିଆଜ୍, ହୁଣ୍ଡାଇ ଭର୍ନା, ହୋଣ୍ଡା ସିଟି ଭଳି ସେଡାନ୍ ସାମିଲ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.