Below header

ପୋଷା କୁକୁର ଅନ୍ତେଷ୍ଟି କ୍ରିୟା, ବ୍ରାହ୍ମଣ ଭୋଜନ ସହ ଦିଆଗଲା ଶ୍ରଦ୍ଧାଞ୍ଜଳି

ପୋଷା କୁକୁର ମରିଯିବା ପରେ ତାର ଅନ୍ତିଷ୍ଟ କ୍ରିୟା କରି ଚର୍ଚ୍ଚାରେ ଖୋର୍ଦ୍ଧା ନବୀନାବାଗ ଅଞ୍ଚଳର ବାସନ୍ତୀ ମହାପାତ୍ର । ବାସନ୍ତୀ ଜଣେ ପଷୁ ପ୍ରେମୀ ହୋଇଥିବା ବେଳେ ସେ ଅନେକ ଜୀବଜନ୍ତୁଙ୍କୁ ନିଜ ଘରେ ସଦସ୍ୟ ଭଳି ପାଳିଛନ୍ତି । ସେଥିମଧ୍ୟରୁ ଗୁଲୁପାପା ଥିଲା ନିଜର ସନ୍ତାନ ଭଳି ।

ଖୋର୍ଦ୍ଧା (କେନ୍ୟୁଜ୍) : ଜମିଛି ଭିଡ । ଚାଲିଛି ପୂଜା ପାଠ । ଘରକୁ ଯିବା ପୂବର୍ବରୁ ନଜର ପଡିଗଲା ବାହାରେ ଟଙ୍ଗା ହୋଇଥିବା ପୋଷ୍ଟର ଉପରେ । ପୋଷ୍ଟରେ ଲେଖାଥିଲା ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ । ଆମ ପରିବାରର ପ୍ରିୟ ସଦସ୍ୟ ଗୁଲୁପାପାର ଆତ୍ମାର ସଦଗତି ନିମନ୍ତେ ଶୁଦ୍ଧିକ୍ରିୟା ଓ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ । ଆଉ ମଝିରେ ଦେଖିବାକୁ ମିଳିଥିଲା ଏକ ଫଟୋ । ଯାହା କୌଣସି ମରଇଷର ନଥିଲା ବରଂ ଥିଲା ଗୋଟେ କୁକୁରର ।

ପୋଷା କୁକୁର ମରିଯିବା ପରେ ତାର ଅନ୍ତିଷ୍ଟ କ୍ରିୟା କରି ଚର୍ଚ୍ଚାରେ ଖୋର୍ଦ୍ଧା ନବୀନାବାଗ ଅଞ୍ଚଳର ବାସନ୍ତୀ ମହାପାତ୍ର । ବାସନ୍ତୀ ଜଣେ ପଷୁ ପ୍ରେମୀ ହୋଇଥିବା ବେଳେ ସେ ଅନେକ ଜୀବଜନ୍ତୁଙ୍କୁ ନିଜ ଘରେ ସଦସ୍ୟ ଭଳି ପାଳିଛନ୍ତି । ସେଥିମଧ୍ୟରୁ ଗୁଲୁପାପା ଥିଲା ନିଜର ସନ୍ତାନ ଭଳି । ଗୁଲୁପାପାର ମୃତ୍ୟୁ ପରେ ତାର ଶ୍ରଦ୍ଧାଞ୍ଜଳି ସଭା ପାଳନ କରାଯାଥିଲା । ଏହି ଅବସରରେ ପୂଜା ପାଠ ସହିତ ବ୍ରାହ୍ମଣ ଭୋଜନର ଆୟୋଜନ ହୋଇଥିଲା । ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା ।

ତେବେ ଆଜିର ଦୁନିଆରେ ମଣିଷକୁ ପଶୁଙ୍କ ଠାରୁ ଅନେକ କିଛି ଶିଖିବାର ଅଛି ବୋଲି କୁହନ୍ତି ବାସନ୍ତୀ। ଗୁଲୁପାପାର ମୃତ୍ୟୁକୁ ନେଇ ପୁରା ପରିବାର ଓ ଘରେ ଥିବା ଅନ୍ୟ ଜୀବଜନ୍ତୁ ପାଳୁଛନ୍ତି ଶୋକ । ଖୋର୍ଦ୍ଧା ନବୀନାବାଗରେ ପୋଷା କୁକୁରର ଅନ୍ତିମ ବିଦାୟ ସହିତ ସପ୍ତମ ଦୀନରେ କ୍ରିୟା କର୍ମ କରାଯାଇଥିଲା । ବନ୍ଧୁବାନ୍ଧବଙ୍କ ଭିଡ ଜମିଥିଲା ଏବଂ ତା ସାଙ୍ଗକୁ ଭୋଜିର ଆୟୋଜନ ହେୋଇଥିଲା ।

pet

ଖୋର୍ଦ୍ଧା ନବୀନାବାଗରେ ରହୁଥିବା ବାସନ୍ତୀ ମହାପାତ୍ର ଜଣେ ପଷୁ ପ୍ରେମୀ । ସେ ଅନେକ ସମୟରେ ଦୁର୍ଘଟଣାର ଶୀକାର ହୋଇ ରାସ୍ତା କଡରେ ପଡିଥିବା ଜୀବଜନ୍ତୁଙ୍କୁ ଉଦ୍ଧାର କରି ସେମାନଙ୍କର ସେବା କରିଥାନ୍ତି । ସେହି କ୍ରମରେ ୨୮.୧୨.୨୦୧୦ ମସିହାରେ ସେ ଏକ କୁକୁର ଟିଏ ଘରକୁ ଆଣିଥିଲେ । ତାର ନାମ ଅତି ସ୍ନେହରେ ରଖିଥିଲେ ଗୁଲୁପାପା । ସମୟ ବିତିବା ସହିତ ଗୁଲୁପାପା ସହିତ ତାଙ୍କର ସମ୍ପର୍କ ଅତି ନିବିଡ ହୋଇଥିଲା । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ତାକୁ ସେ ନିଜର ପୁଅ ଭଳି ପାଳନ କରୁଥିଲେ । ସେ ଘରୁ ବାହାରିଲେ ତାଙ୍କର ଘରକୁ ଫେରିବା ବାଟକୁ ଚାହିଁ ରହୁଥିଲା ଗୁଲୁପାପା । ମଣିଷକୁ କିପରି ବନ୍ଧନରେ ବାନ୍ଧି ରଖିହୁଏ ତାହା ଗୁଲୁପାପା ଠାରୁ ଶିଖିବାର ଥିଲା । ଗୁଲୁପାପା ଠାରୁ ବାସନ୍ତି ଅନେକ କିଛି ଶିଖିଥିବାର କହିଛନ୍ତି । ସେଥିପାଇତ ଗତ ୫ତିଖରେ ତାର ମୃତ୍ୟୁ ପରେ ଠିକ ସାତଦିନରେ ପାଳନ ହୋଇଛି ତା ଶ୍ରଦ୍ଧଞ୍ଜଳୀ ସଭା ।

ଦର୍ଶକବନ୍ଧୁ ଆଜିକା ଯୁଗରେ ସ୍ୱାର୍ଥ ପୁଅ ବାପା ମାକୁ ପଚାରୁନି , ଭାଇ ଭାଇ ଭଗାରୀ । ବଞ୍ଚିବା କଥା ତ ଅଲଗା ମଲା ପରେ ବି ଚାରି କାନ୍ଦ ଦେବାକୁ ଆସୁ ନାହାନ୍ତି ବନ୍ଧୁ ପରିଜନ । ଏହି ପରିପେକ୍ଷୀରେ ପୋଷା କୁକୁରର ଶୁଦ୍ଧିକ୍ରିୟା କରିବା ତାକୁ ଶ୍ରଦ୍ଧାଞ୍ଜଳି ଦେବା ଅନେକ ଶିକ୍ଷା ଦେଉଛି ଏ ମଣିଷ ସମାଜକୁ ।.

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.