ଝିଅକୁ ଶୀତ ଲାଗିଲା ବୋଲି କିଛି ଏପରି କରିଥିଲେ ଯାହାକୁ କେହି ବିଶ୍ୱାସ କରିପାରି ନଥିଲେ । ଦୁନିଆର ସବୁଠୁ ବଡ଼ ଅପରାଧୀ ଏହି ନାଁ ଶୁଣି ଭୟ ଲାଗୁଛି ନା । କିନ୍ତୁ ଦୁନିଆରେ ଅନେକ ଅପରାଧୀ ଅଛନ୍ତି ଯେଉଁମାନେ ବଡ଼ ବଡ଼ ଆତଙ୍କ ସୃଷ୍ଟି କରିଛନ୍ତି । ଯେଉଁ ଅପରାଧୀ ମାନେ ଟଙ୍କା ରୋଜଗାର କରିବା ପାଇଁ ଅପରାଧ ଦୁନିଆରେ ପାଦ ଦିଅନ୍ତି । ଆଉ ସେମାନେ ଅପରାଧ କରି ବହୁତ୍ ଟଙ୍କା ରୋଜଗାର କରନ୍ତି । ଟଙ୍କା ପ୍ରତି ଥିବା ଲୋଭ ଶେଷରେ ସେମାନଙ୍କୁ ମୃତ୍ୟୁ ଆଡ଼କୁ ଟାଣି ନେଇଥାଏ । ତେବେ ଆଜି ଆମେ ଆପଣଙ୍କୁ ଏଭଳି ଏକ ଅପରାଧୀଙ୍କ ବିଷୟରେ ଜଣାଇବାକୁ ଚାହୁଁଛୁ ଯାହାଙ୍କ ବିଷୟରେ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ।
ଦୁନିଆରେ ବହୁତ ବଡ ବଡ଼ ଅପରାଧୀ ଥିଲେ । ସେହି ଲିଷ୍ଟରେ ପବୋ୍ଲ ଏସ୍କୋବରଙ୍କ ନାଁ ବେଶ୍ ଚର୍ଚ୍ଚାରେ ଥିଲା । ପାବଲୋ ଏସ୍କୋବର ଇତିହାସର ସବୁଠାରୁ ଧନୀ ଅପରାଧୀ ବୋଲି କୁହାଯାଏ। କିନ୍ତୁ ଟଙ୍କା ରୋଜଗାର ବ୍ୟତୀତ ପାବଲୋ ତାଙ୍କର ରୋଜଗାର ଯେମିତି ଖର୍ଚ୍ଚ କରିବାର ଷ୍ଟାଇଲ୍ ବି ଭିନ୍ନ ଥିଲା। ଏହିପରି ଗୋଟିଏ କାହାଣୀ ତାଙ୍କ ଝିଅ ସହିତ ଜଡିତ । ଆସନ୍ତୁ ଜାଣିବା ପୁରା କାହାଣୀ ଟି କଣ ? ପାବଲୋ ଏସ୍କୋବର, ଯାହାକୁ ଦୁନିଆର ସବୁଠୁ ବଡ ଡ୍ରଗ୍ ମାଫିଆ କୁହାଯାଏ । ଥରେ ତାଙ୍କ ଝିଅକୁ ଶୀତ ଲାଗୁଥିଲା । ଝିଅକୁ ଶୀତରୁ ରକ୍ଷା କରିବା ପାଇଁ ପାବଲୋ ତାଙ୍କ ଝିଅ ଚାରିପାଖରେ ନିଆଁ ଜଳାଇଥିଲେ । ସେ ପୁଣି କଣ ଜାଳିଥିଲେ ଜାଣନ୍ତି । ତାଙ୍କ ପାଖରେ ପଡ଼ିଥିବା ୨ ନିୟୁତ ଡଲାର ପୋଡି ଦେଇଥିଲେ । ଅର୍ଥାତ୍ ଭାରତୀୟ ମୁଦ୍ରାରେ ୧୩ କୋଟି ଟଙ୍କା ଜାଳିଦେଲେ ।
ପବ୍ଲୋ ଦିନକୁ ୪୦୦ କୋଟିରୁ ଅଧିକ ଟଙ୍କା ରୋଜଗାର କରନ୍ତି । ତାଙ୍କ ପାଖରେ ଏତେ ଟଙ୍କା ଥିଲା ଯେ ସେ କିପରି ଟଙ୍କାକୁ ଯତ୍ନରେ ରଖିବେ ତାହା ମଧ୍ୟ ଜାଣି ନଥିଲେ । ଏହି କାରଣରୁ ପ୍ରତିବର୍ଷ କୋଟି କୋଟି ଟଙ୍କା ମୂଷା ଖାଇଯାଉଥିଲା। ତାଙ୍କର ସମ୍ପତ୍ତିକୁ ଆକଳନ କରାଯାଇପାରେ ଯେ, ପ୍ରତି ସପ୍ତାହରେ ନୋଟ୍ ବଣ୍ଡିଲ୍ର ରବର ପାଇଁ ଖର୍ଚ୍ଚ କରିଥାଆନ୍ତି ୧୦୦୦ ଡଲାର୍ । ତେବେ ପବ୍ଲୋ ଦୁନିଆର ସବୁଠୁ ଡ୍ରଗ୍ ମାଫିଆ । ସେ ୧୯୪୯ ମସିହା ୧ ଡିସେମ୍ବରରେ ଜନ୍ମ ହୋଇଥିଲେ । ୭୦ ରୁ ୯୦ ଦଶକରେ ଅପରାଧ ଦୁନିଆରେ ସେ ରାଜ୍ କରୁଥିଲେ । ତାଙ୍କର ଦବ୍ଦବା ସବୁଆଡ଼େ ଆତଙ୍କ ଖେଳାଇଥିଲା । ସେ ୨୬ ବର୍ଷ ବୟସରେ ହାତକୁ ଦୁଇ ହାତ ହୋଇଥିଲେ। ପବ୍ଲୋ ୧୯୭୬ରେ ୧୫ ବର୍ଷିୟ ମାରିଆ ଭିକ୍ଟୋରିଆଙ୍କୁ ବିବାହ କରିଥିଲେ । ତାଙ୍କର ୨ ଟି ପୁଅ, ଝିଅ ରହିଥିଲେ । ସେ ଯେମିତି ରୋଜଗାର କରନ୍ତି ସେମିତି ଖର୍ଚ୍ଚ କରିବାର ଶୈଳୀ ମଧ୍ୟ ଭିନ୍ନ ।
ବିଶ୍ୱରେ ଡ୍ରଗ୍ ବ୍ୟବସାୟରେ ପାବଲୋ ୮୦ ପ୍ରତିଶତ ରାଜ୍ କରୁଥିଲେ । ସେ ତାଙ୍କ ବ୍ୟବସାୟ ହେତୁ ପ୍ରାୟ ୧୫ ହଜାର ଲୋକଙ୍କୁ ହତ୍ୟା କରିଥିଲେ । ୧୯୮୯ ର ଫୋର୍ବସ୍ ପତ୍ରିକା ରିପୋର୍ଟ ଅନୁଯାୟୀ, ବିଶ୍ୱର ସପ୍ତମ ଧନୀ ବ୍ୟକ୍ତି ଭାବରେ ଘୋଷିତ ହୋଇଥିଲେ । ସେହି ସମୟରେ ତାଙ୍କର ସମ୍ପତ୍ତି ୨୫ ନିୟୁତ ଡଲାର ଥିଲା। ୧୯୯୩ ମସିହା ଡିସେମ୍ବର ୨ ରେ ପାବଲୋ ଏସ୍କୋବରଙ୍କୁ କଲମ୍ବିଆ ପୋଲିସ ଏନକାଉଣ୍ଟର କରିଥିଲା । ତାଙ୍କ ମୃତଦେହ ଟେରାସରେ ପଡ଼ିଥିବାର ଦେଖିବାକୁ ମିଳିଥିଲା। କୁହାଯାଏ ସେ ନିଜ ଜୀବନ ନିଜେ ନେଇଥିଲେ । କିନ୍ତୁ ସତ୍ୟ କ’ଣ ତାହା କେହି ଜାଣନ୍ତି ନାହିଁ । ଆଜି ବି ତାଙ୍କ ମୃତ୍ୟୁର ରହସ୍ୟ ଉପରୁ ପରଦା ହଟିନି ।
ମେଷ: ପାରିବାରିକ ଜୀବନ ସୁଖମୟ ହେବ । ଆୟ ହ୍ରାସ ଏବଂ ଖର୍ଚ୍ଚ ବୃଦ୍ଧି ହେବ । ପ୍ରଗତିର ସମ୍ଭାବନା…
ଭୁବନେଶ୍ୱର (କେନ୍ୟୁଜ୍) : ମୋହନ ମାଝୀଙ୍କ ବିଜେପି ସରକାର ଆଜି ଶପଥ ନେବା ପରେ କ୍ୟାବିନେଟରେ ୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ…
ଯାଜପୁର(କେନ୍ୟୁଜ୍): ନୂତନ ମୁଖ୍ୟମନ୍ତ୍ରୀଙ୍କୁ ସ୍ଵାଗତ ସଙ୍ଗୀତ ମାଧ୍ୟମରେ ସ୍ୱାଗତ ଓ ସମ୍ବର୍ଦ୍ଧନା। ଯାଜପୁର ଦଶରଥପୁର ବ୍ଲକ ଅନ୍ତର୍ଗତ ମଙ୍ଗଳପୁରର ଅଗ୍ରଣୀ…
ଭୁବନେଶ୍ୱର(କେନ୍ୟୁଜ୍): ମୋହନ ମାଝୀ ସରକାରଙ୍କ ପ୍ରଥମ କ୍ୟାବିନେଟ ବୈଠକ । ଶପଥ ଗ୍ରହଣ ପରେ ବିଜେପି ସରକାରଙ୍କ ପ୍ରଥମ କ୍ୟାବିନେଟ…
ଦେହ ଅଛି ତ ରୋଗ ଅଛି । ସେଥିଲାଗି ତ କୁହାଯାଏ, ସ୍ୱାସ୍ଥ୍ୟ ହିଁ ସମ୍ପଦ । ପ୍ରତିଟି ଜୀବନ…
ଭୁବନେଶ୍ୱର(କେନ୍ୟୁଜ୍): ସୁରମା ପାଢୀ ହୋଇପାରନ୍ତି ନୂଆ ବାଚସ୍ପତି । ବିଧାନସଭା ବାଚସ୍ପତି ଭାବେ ରଣପୁରର ବିଧାୟିକାଙ୍କ ନାଁକୁ ନେଇ ଚର୍ଚ୍ଚା…