Categories: ସ୍ପେଶାଲ

ଦୁନିଆର ପ୍ରଥମ ବିଶ୍ୱବିଦ୍ୟାଳୟ, ଯାହାକୁ ନିଆଁ ଲଗାଇ ନଷ୍ଟ କରିଥିଲେ ବଖତିୟାର ଖିଲଜୀ, କିନ୍ତୁ ଜଳିବା ପାଇଁ ଲାଗିଥିଲା ତିନି ମାସ

ଶିକ୍ଷା କ୍ଷେତ୍ରରେ ଭାରତ ଅନେକ ଦେଶଠୁ ପଛରେ ରହିଛି କିନ୍ତୁ ଏକ ସମୟରେ ଭାରତ ଶିକ୍ଷା ପାଇଁ ମୁଖ୍ୟ ସ୍ଥଳ ରହିଥିଲା। ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ, ଭାରତରେ ଦୁନିଆର ପ୍ରଥମ ବିଶ୍ୱବିଦ୍ୟାଳୟ ପ୍ରଥମେ ଖୋଲିଥିଲା। ଯାହା ନାଳନ୍ଦା ବିଶ୍ୱବିଦ୍ୟାଳୟ ନାମରେ ଜଣାଶୁଣା। ପ୍ରାଚୀନ ନାଳନ୍ଦା ବିଶ୍ୱବିଦ୍ୟାଳୟର ସ୍ଥାପନା ଗୁପ୍ତକାଳରେ ପଞ୍ଚମ ଶତାବ୍ଦୀରେ ହୋଇଥିଲା କିନ୍ତୁ ୧୧୯୩ରେ ଆକ୍ରମଣ ସମୟରେ ଧ୍ୱଂସ ହୋଇଯାଇଥିଲା।

ବିହାରର ନାଳନ୍ଦା ସ୍ଥିତ ଏହି ବିଶ୍ୱବିଦ୍ୟାଳୟକୁ ୮ତ ଶତାବ୍ଦୀ ରୁ ୧୨ ଶ ଶତାବ୍ଦୀ ମଧ୍ୟରେ ବିଭିନ୍ନ ଦେଶରେ ଛାତ୍ରଛାତ୍ରୀ ପଢିବାକୁ ଆସୁଥିଲେ। ଏଠାକୁ କୋରିଆ, ଜାପାନ, ଚୀନ, ତିବ୍ଦତ, ଇଣ୍ଡୋନେିଆ ଓ ତୁର୍କୀ ଭଳି ଦେଶର ଛାତ୍ରଛାତ୍ରୀ ପଢିବାକୁ ଆସୁଥିଲେ। ଏହି ବିଶ୍ୱବିଦ୍ୟାଳୟରେ ପାଖାପାଖି ୧୦ ହଜାର ଛାତ୍ର ପଢୁଥିଲେ। ଏଠାରେ ପାଖାପାଖି ୨ ହଜାର ଶିକ୍ଷକ ମଧ୍ୟ ରହିଥିଲେ।

ଏହି ବିଶ୍ୱବିଦ୍ୟାଳୟର ସ୍ଥାପନା ଗୁପ୍ତ ଶାସକ କୁମାରଗୁପ୍ତ ପ୍ରଥମ (୪୫୦-୪୭୦) ନିର୍ମାଣ କରିଥିଲେ। ଏହି ବିଶ୍ୱବିଦ୍ୟାଳୟକୁ ୯ମ ଶତାବ୍ଦୀରୁ ୧୨ ଶ ଶତାବ୍ଦୀ ପର୍ଯ୍ୟନ୍ତ ଅର୍ନ୍ତରାଷ୍ଟ୍ରୀୟ ଖ୍ୟାତି ପ୍ରାପ୍ତ ହୋଇଥିଲା। କିନ୍ତୁ ଏବେ ଏହା ଭଗ୍ନ ସ୍ଥାପତ୍ୟ ହୋଇ ରହିଛି। ଯେଉଁଠିକୁ ବିଶ୍ୱର ସବୁ ସ୍ଥାନରୁ ପର୍ଯ୍ୟଟକମାନେ ବୁଲିବାକୁ ଆସୁଛନ୍ତି।

ପ୍ରାଚୀନ ନାଳନ୍ଦା ବିଶ୍ୱବିଦ୍ୟାଳୟ ସ୍ଥାପତ୍ୟ କଳାର ଏକ ଅଦ୍ଭୁତ ନମୁନା ରହିଛି। ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଏହି ବିଶ୍ୱବିଦ୍ୟାଳୟରେ ତିନି ଶହ ରୁମ୍‌, ସାତଟି ବଡ ବଡ କକ୍ଷ ଏବଂ ଅଧ୍ୟୟନ କରିବା ପାଇଁ ୯ଟି ମହଲା ବିଶିଷ୍ଟ ଏକ ଲାଇବ୍ରେରୀ ରହିଥିଲା। ଯେଉଁଠାରେ ତିନି ଲକ୍ଷରୁ ଉର୍ଦ୍ଧ୍ୱ ବହି ରହିଥିଲା। ଏହି ବିଶ୍ୱ ବିଦ୍ୟାଳୟରେ ପଢିବା ପାଇଁ ପ୍ରବେଶ ପରୀକ୍ଷା ଅତ୍ୟନ୍ତ କଠିନ ରହିଥିଲା। ଏଥିରେ କେବଳ ପ୍ରତିଭାଶାଳୀ ଛାତ୍ରଛାତ୍ରୀ ହିଁ ପ୍ରବେଶ କରିପାରୁଥିଲେ। ଯେଉଁଥି ପାଇଁ ସେମାନଙ୍କୁ ତିନିଟି କଠିନ ପରୀକ୍ଷା ଦେବାକୁ ପଡୁଥିଲା।

ଏହି ବିଶ୍ୱବିଦ୍ୟାଳୟର ସମଗ୍ର ପରିସର ଏକ ବିଶାଳ ପାଚେରୀ ଦ୍ୱାରା ଆବଦ୍ଧ। ଯେଉଁଠି ପ୍ରବେଶ କରିବା ପାଇଁ ଗୋଟେ ହିଁ ମୁଖ୍ୟଦ୍ୱାର ରହିଛି। ଉତ୍ତର ରୁ ଦକ୍ଷିଣ ପର୍ଯ୍ୟନ୍ତ ମଠ ଏବଂ ତା ସାମ୍ନାରେ ଭବ୍ୟ ସ୍ତୁପ ଏବଂ ଏକ ମନ୍ଦିର ରହିଛି। ମନ୍ଦିରରେ ବୁଦ୍ଧ ଭଗବାନଙ୍କ ପ୍ରତିମୂର୍ତ୍ତି ରହିଥିଲା, ଯାହା ଏବେ ନଷ୍ଟ ହୋଇଗଲାଣି। ଏହି ବିଶ୍ୱବିଦ୍ୟାଳୟର ପାଚେରୀ ଏତେ ଚଉଡା ଯେ, ଏହା ଉପରେ ଟ୍ରକ ଚଲାଇହୋଇପାରିବ।

ଏହାସହ ପଢ଼ନ୍ତୁ ; ୧୦ ବର୍ଷ ହେଲା ଭିକ ମାଗୁଥିଲେ ଏହି ମହିଳା, ଯାହାଙ୍କ ବ୍ୟାଙ୍କ ଆକାଉଣ୍ଟର ଅର୍ଥରାଶି ଜାଣିଲେ ଉଡିଯିବ ଆପଣଙ୍କ ହୋସ୍‌

୧୧୯୯ରେ ତୁର୍କ ଆକ୍ରମଣକାରୀ ବଖତିୟାର ଖିଲଜୀ ଏହି ବିଶ୍ୱବିଦ୍ୟାଳୟକୁ ନିଆଁ ଲଗାଇ ଜଳାଇ ନଷ୍ଟ କରିଦେଇଥିଲେ। ଏହି ଲାଇବ୍ରେରୀରେ ଥିବା ବହି ଜଳିବା ପାଇଁ ତିନି ମାସ ଲାଗିଥିଲା। ଏହାଛଡା ଅନେକ ଧର୍ମାଚାର୍ଯ୍ୟ ଏବଂ ବୌଦ୍ଧ ଭିକ୍ଷୁକଙ୍କୁ ମଧ୍ୟ ହତ୍ୟା କରିଥିଲେ।

Swagatika

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

6 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

8 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

49 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

1 hour ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

1 hour ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

1 hour ago