Categories: ମନୋରଂଜନ

ଏଥର ବିଗ୍‌ବସ୍‌ ରୁ ବିଦା ହୋଇପାରନ୍ତି ଏହି ଅଭିନେତ୍ରୀ, ଜାଣନ୍ତୁ ସେ କିଏ

ବିଗ୍‌ବସ୍ ୧୩ର ପ୍ରଥମ ସପ୍ତାହରେ କୌଣସି ସଦସ୍ୟଙ୍କୁ ବେଘର କରାଯାଇନଥିଲା। ସେହିପରି ଦିତୀୟ ସପ୍ତାହ ପାଇଁ ନୋମିନେସନ୍ ହୋଇସାରିଛି। ନୋମିନେସନ୍ ପରେ ହିଁ ଘରେ ରାଜନୀତି ଦେଖିବାକୁ ମିଳିଥାଏ। ପ୍ରଥମ ସପ୍ତାହରେ ରଶ୍ମି ଏବଂ ସିଦ୍ଧାର୍ଥ ଶୁକ୍ଳା ଭଲ ବନ୍ଧୁ ଭାବେ ଦେଖିବାକୁ ମିଳିଥିବା ବେଳେ ଦ୍ୱିତୀୟ ସପ୍ତାହରେ ଉଭୟଙ୍କ ମଧ୍ୟରେ ଝଗଡା ଲାଗିଥିବାର ଦେଖିବାକୁ ମିଳିଥିଲା। ସିଦ୍ଧାର୍ଥ ରଶ୍ମିଙ୍କୁ ଛାଡି ଆରତୀଙ୍କୁ ସୁରକ୍ଷିତ କରିବାର ଦେଖିବାକୁ ମିଳିଥିଲା।

ବର୍ତ୍ତମାନ ଏହି ସପ୍ତାହରେ ଘରୁ ବାହାରିବାର ପ୍ରତିଯୋଗୀମାନଙ୍କର ନା ସାମ୍ନାକୁ ଆସିସାରିଛି। ବିଗ୍‌ବସ୍ ସୂଚନା ଅନୁଯାୟୀ ଏହି ସପ୍ତାହରେ ଟେଲିଭିଜନ୍ ଅଭିନେତ୍ରୀ ଦଲଜିତ୍ କୌର୍ ବିଗ୍‌ବସ୍ ଘରୁ ବାହାର ହୋଇପାରନ୍ତି। ଦଲଜିତ୍ କୌର ବିଗ୍‌ବସ୍ ଘରୁ ବାହାର ହୋଇପାରନ୍ତି ବୋଲି ଏହି ଖବର ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟରେ ପ୍ରକାଶ ପାଇଛି। ଏହି ପୋଷ୍ଟରେ ଲୋକମାନେ ଖୁବ୍ ରିଆକ୍ଟ କରିଛନ୍ତି। ରିପୋର୍ଟ ଅନୁଯାୟୀ ବିଗ୍‌ବସ୍ ଘରୁ ବାହାରିବା ପାଇଁ ରଶ୍ମି ଦେଶାଇ, କୋଏନା ମିତ୍ରା, ଦଲଜିତ୍ କୌର୍ ଏବଂ ଶହନାଜ୍ ଗିଲ ନୋମିନେଟ୍ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଦଲଜିତ୍ କୌର୍ ବାହାର ହୋଇପାରନ୍ତି।

ଏହାସହ ପଢନ୍ତୁ: ଅକ୍ଷୟ କୁମାର ସେୟାର କଲେ ସଙ୍ଗ୍‌ ‘ବାଲା’ ର ଟିଜର

ରିପୋର୍ଟ ଅନୁଯାୟୀ ଏହି ସୋ’ରେ ଅଶ୍ଳୀଳତାର ଆରୋପ ମଧ୍ୟ ଲାଗିସାରିଛି। ଆସନ୍ତା ମଙ୍ଗଳବାର ଦିନ ପ୍ରସାରିତ ହେବାକୁ ଥିବା ସୋ’ ରେ ବିଗ୍‌ବସ୍ ‘ବେଡ୍ ଫ୍ରେଣ୍ଡ ଫର୍ ଏଭର୍‌’ ପ୍ରତିଯୋଗୀମାନଙ୍କୁ କୁହାଯିବା ପରେ ଶେଷ କରାଯାଇଛି। ବର୍ତ୍ତମାନ କିନ୍ତୁ ପ୍ରତିଯୋଗୀମାନେ ପରସ୍ପରଙ୍କୁ ଜାଣିବା ପରେ ଏହି ରାଉଣ୍ଡ୍‌କୁ ଶେଷ କରାଯାଇଛି।

KNews Bureau

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

14 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

15 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

56 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

1 hour ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

1 hour ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

2 hours ago