ଏଥର ବିଗ୍‌ବସ୍‌ ରୁ ବିଦା ହୋଇପାରନ୍ତି ଏହି ଅଭିନେତ୍ରୀ, ଜାଣନ୍ତୁ ସେ କିଏ

ବିଗ୍‌ବସ୍ ୧୩ର ପ୍ରଥମ ସପ୍ତାହରେ କୌଣସି ସଦସ୍ୟଙ୍କୁ ବେଘର କରାଯାଇନଥିଲା। ସେହିପରି ଦିତୀୟ ସପ୍ତାହ ପାଇଁ ନୋମିନେସନ୍ ହୋଇସାରିଛି। ନୋମିନେସନ୍ ପରେ ହିଁ ଘରେ ରାଜନୀତି ଦେଖିବାକୁ ମିଳିଥାଏ। ପ୍ରଥମ ସପ୍ତାହରେ ରଶ୍ମି ଏବଂ ସିଦ୍ଧାର୍ଥ ଶୁକ୍ଳା ଭଲ ବନ୍ଧୁ ଭାବେ ଦେଖିବାକୁ ମିଳିଥିବା ବେଳେ ଦ୍ୱିତୀୟ ସପ୍ତାହରେ ଉଭୟଙ୍କ ମଧ୍ୟରେ ଝଗଡା ଲାଗିଥିବାର ଦେଖିବାକୁ ମିଳିଥିଲା। ସିଦ୍ଧାର୍ଥ ରଶ୍ମିଙ୍କୁ ଛାଡି ଆରତୀଙ୍କୁ ସୁରକ୍ଷିତ କରିବାର ଦେଖିବାକୁ ମିଳିଥିଲା।

Daljeet-Kaurବର୍ତ୍ତମାନ ଏହି ସପ୍ତାହରେ ଘରୁ ବାହାରିବାର ପ୍ରତିଯୋଗୀମାନଙ୍କର ନା ସାମ୍ନାକୁ ଆସିସାରିଛି। ବିଗ୍‌ବସ୍ ସୂଚନା ଅନୁଯାୟୀ ଏହି ସପ୍ତାହରେ ଟେଲିଭିଜନ୍ ଅଭିନେତ୍ରୀ ଦଲଜିତ୍ କୌର୍ ବିଗ୍‌ବସ୍ ଘରୁ ବାହାର ହୋଇପାରନ୍ତି। ଦଲଜିତ୍ କୌର ବିଗ୍‌ବସ୍ ଘରୁ ବାହାର ହୋଇପାରନ୍ତି ବୋଲି ଏହି ଖବର ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟରେ ପ୍ରକାଶ ପାଇଛି। ଏହି ପୋଷ୍ଟରେ ଲୋକମାନେ ଖୁବ୍ ରିଆକ୍ଟ କରିଛନ୍ତି। ରିପୋର୍ଟ ଅନୁଯାୟୀ ବିଗ୍‌ବସ୍ ଘରୁ ବାହାରିବା ପାଇଁ ରଶ୍ମି ଦେଶାଇ, କୋଏନା ମିତ୍ରା, ଦଲଜିତ୍ କୌର୍ ଏବଂ ଶହନାଜ୍ ଗିଲ ନୋମିନେଟ୍ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଦଲଜିତ୍ କୌର୍ ବାହାର ହୋଇପାରନ୍ତି।

ଏହାସହ ପଢନ୍ତୁ: ଅକ୍ଷୟ କୁମାର ସେୟାର କଲେ ସଙ୍ଗ୍‌ ‘ବାଲା’ ର ଟିଜର

ରିପୋର୍ଟ ଅନୁଯାୟୀ ଏହି ସୋ’ରେ ଅଶ୍ଳୀଳତାର ଆରୋପ ମଧ୍ୟ ଲାଗିସାରିଛି। ଆସନ୍ତା ମଙ୍ଗଳବାର ଦିନ ପ୍ରସାରିତ ହେବାକୁ ଥିବା ସୋ’ ରେ ବିଗ୍‌ବସ୍ ‘ବେଡ୍ ଫ୍ରେଣ୍ଡ ଫର୍ ଏଭର୍‌’ ପ୍ରତିଯୋଗୀମାନଙ୍କୁ କୁହାଯିବା ପରେ ଶେଷ କରାଯାଇଛି। ବର୍ତ୍ତମାନ କିନ୍ତୁ ପ୍ରତିଯୋଗୀମାନେ ପରସ୍ପରଙ୍କୁ ଜାଣିବା ପରେ ଏହି ରାଉଣ୍ଡ୍‌କୁ ଶେଷ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.