ସ୍ପେଶାଲ

ଦୁନିଆର ଏହି ପାଞ୍ଚଟି ଭୟଂକର ଓ ବିଷାକ୍ତ ସାପ, ଗୋଟିଏ କାମୁଡ଼ାର ବିଷ ଯୋଗୁଁ ହୋଇପାରେ ୧୦୦ ଲୋକଙ୍କ ମୃତ୍ୟୁ

ସାପର ନାମ ଶୁଣିବା ପରେ ପ୍ରାୟତ ଅନେକ ଲୋକ ଡରି ଯାଆନ୍ତି। ଅନେକ ଲୋକ ସାପର ଫଟୋ ଦେଖି ମଧ୍ୟ ଭୟଭୀତ ହୁଅନ୍ତି ଏବଂ ଏପରିକି ସେମାନଙ୍କ ସ୍ୱପ୍ନରେ ମଧ୍ୟ ସାପ ଆସିଥାଏ। କିନ୍ତୁ ଆପଣ କଣ ଜାଣନ୍ତି କି ଆମେ ରହୁଥିବା ପୃଥିବୀରେ ଏହି ସାପ ସବୁଠାରୁ ବିପଦପୂର୍ଣ୍ଣ ପ୍ରାଣୀମାନଙ୍କ ମଧ୍ୟରୁ ଅନ୍ୟତମ। ଏମିତିକି ଦୁନିଆରେ ତିନି ହଜାରରୁ ଅଧିକ ପ୍ରଜାତିର ସାପ ଦେଖିବାକୁ ମିଳେ। ଏହି ସାପଗୁଡ଼ିକ ମଧ୍ୟରୁ କେତେକ ଅତ୍ୟଧିକ ବିଷାକ୍ତ।

ଏକ ରିପୋର୍ଟ ଅନୁଯାୟୀ, ଭାରତରେ ଏହିପରି ୬୯ ପ୍ରକାରର ସାପ ଦେଖିବାକୁ ମିଳେ ଯାହା ଅତ୍ୟନ୍ତ ବିପଜ୍ଜନକ ଓ ବିଷାକ୍ତ। ସେଥିମଧ୍ୟରୁ ୨୯ ଟି ପ୍ରଜାତି ସମୁଦ୍ର ସାପ ହୋଇଥିବାବେଳେ ୪୦ ଟି ପ୍ରଜାତି ସ୍ଥଳଭାଗରେ ବାସ କରୁଛନ୍ତି। ଏହି ବିପଦପୂର୍ଣ୍ଣ ସାପ ଖାସ କରି ଲୋକଙ୍କ ପାଇଁ ଖୁବ୍ ଭୟଂକର ଓ ବିଷାକ୍ତ।

ଆଜି ଏହି ଭିଡ଼ିଓରେ ଆମେ ଆପଣଙ୍କୁ ଏପରି କିଛି ବିଷାକ୍ତ ଏବଂ ମାରାତ୍ମକ ସାପ ବିଷୟରେ କହିବାକୁ ଯାଉଛୁ। ଯଦି ଏହି ବିଷାକ୍ତ ସାପ ମଣିଷକୁ କାମୁଡ଼େ, ତେବେ ଏଥିରୁ ରକ୍ଷା ପାଇବା ବହୁତ କଷ୍ଟକର।

କୋବ୍ରା ସାପ:

ବିଷଧର ସାପ ଲିଷ୍ଟରେ ସର୍ବପ୍ରଥମେ ଆସୁଛି କୋବ୍ରା। ଏହି ସାପଟି ଅତ୍ୟଧିକ ବିଷାକ୍ତ ଏବଂ ଏହି ଫିଲିପିନି ପ୍ରଜାତିରେ ସର୍ବାଧିକ ବିଷ ମିଳିଥାଏ। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଫିଲିପିନି ପ୍ରଜାତିର କୋବ୍ରା ଶିକାରକୁ କାମୁଡ଼େ ନାହିଁ, ବରଂ ଏହା ତାର ଶିକାର ଉପରେ ବିଷକୁ ପାଟିବାଟେ ସ୍ପ୍ରେ କରେ। ଯାହାକି ଜଣେ ବ୍ୟକ୍ତିର ନିଶ୍ୱାସ ଏବଂ ହୃଦୟକୁ ପ୍ରଭାବିତ କରିଥାଏ। ଭାରତୀୟ କୋବ୍ରା ମଧ୍ୟ ଅତ୍ୟନ୍ତ ବିପଜ୍ଜନକ ବୋଲି ବିବେଚନା କରାଯାଏ। ଏହି ସାପର ବିଷ ଅତ୍ୟନ୍ତ ବିଷାକ୍ତ।

ଇନଲ୍ୟାଣ୍ଡ ତାଇପନ୍:

ଇନଲ୍ୟାଣ୍ଡ ତାଇପନ୍ ସାପ ସ୍ଥଳଭାଗରେ ବାସ କରେ, ଯାହା ଅତ୍ୟଧିକ ବିଷାକ୍ତ ଏବଂ ବିପଜ୍ଜନକ। ଏହି ସାପର କାମୁଡ଼ାରେ ପ୍ରାୟ ୧୦୦ ମିଲିଗ୍ରାମ ବିଷ ରହିଥାଏ, ଯାହା ଗୋଟିଏ ଷ୍ଟ୍ରୋକରେ ୧୦୦ ଜଣଙ୍କୁ ମାରି ପାରିବ। ଏହି ସାପର ବିଷ କୋବ୍ରା ଅପେକ୍ଷା ୫୦ ଗୁଣ ଅଧିକ ବିଷାକ୍ତ। ତେବେ ଏହା ପ୍ରାୟତଃ ଅଷ୍ଟ୍ରେଲିଆରେ ଦେଖାଯାଆନ୍ତି। ଏହି ସାପକୁ ଅଷ୍ଟ୍ରେଲିଆରେ ଦଣ୍ଡରବିଲା ମଧ୍ୟ କୁହାଯାଇଥାଏ।

ସ- ସ୍କେଲ୍ଡ ଭାଇପର:

ଏହି ସାପ ମଧ୍ୟ ଖୁବ୍ ଭୟଂକର ଓ ବିଷାକ୍ତ। ଏହି ସାପର ଗୋଟିଏ କାମୁଡ଼ାରେ ୭୦ ମିଗ୍ରା ବିଷ ଥାଏ। ଏହାର ୫ ମିଗ୍ରା ବିଷ ଜଣେ ସାଧାରଣ ମଣିଷକୁ ଗୁରୁତର ଭାବରେ ଆଘାତ ଦେଇପାରେ। ବର୍ତ୍ତମାନ ଆପଣ ବୁଝିପାରୁଥିବେ ଏହି ସାପ କେତେ ବିପଦପୂର୍ଣ୍ଣ।

ବ୍ଲାକ ମାମ୍ବା :

ଏହି ସାପ ପୃଥିବୀର ଦ୍ରୁତତମ ଚାଳକ ଭାବରେ ପରିଗଣିତ ହୁଏ। ଅର୍ଥାତ ଏହା ଖୁବ୍ ଶୀଘ୍ର ଚାଲିପାରେ। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହା ଘଣ୍ଟା ପ୍ରତି ୨୦ କିଲୋମିଟର ବେଗରେ ଚାଲିଥାଏ। ବ୍ଲାକ ମାମ୍ବା ଏହାର ଶିକାର ମଧ୍ୟରୁ ୧୦ ରୁ ୧୨ ଥର କାମୁଡ଼େ ଏବଂ ଶରୀରରେ ୪୦୦ ମିଗ୍ରା ବିଷ ଛାଡିଥାଏ।

ଇଷ୍ଟର୍ନ ଟାଇଗର ସ୍ନେକ୍:
ଇଷ୍ଟର୍ନ ଟାଇଗର ସାପର ବିଷରେ ଏକ ବିପଜ୍ଜନକ ଜିନିଷ ମିଳିଥାଏ ଯାହା ମଣିଷ ପାଇଁ ଅତ୍ୟନ୍ତ କ୍ଷତିକାରକ। ଏମିତିକି ଏହା ରକ୍ତ ଜମାଟ ବାନ୍ଧିବା ସହିତ ଏବଂ ସ୍ନାୟୁ ପକ୍ଷାଘାତକାରୀ ମଧ୍ୟ। ଇଷ୍ଟର୍ନ ଟାଇଗର ସାପ ମୁଣ୍ଡ ଏବଂ ବେକକୁ ଚଟାଣ ସହିତ ଲଗାଇ ଶିକାରକୁ ଆକ୍ରମଣ କରେ। ତେବେ ଏହି ସାପ ଗୁଡ଼ିକ ହେଉଛନ୍ତି ପୃଥିବୀର ସବୁଠାରୁ ଭୟଙ୍କର ସାପ। ଯାହା କାମୁଡ଼ିଲେ କୌଣସି ବ୍ୟକ୍ତି ବଞ୍ଚିବା ସମ୍ଭବ ହୁଏ ନାହିଁ।

KNews Bureau

Recent Posts

ଆରବିଆଇର ବଡ଼ ଘୋଷଣା: ଲଗାତାର ଅଷ୍ଟମ ଥର ପାଇଁ ରେପୋ ରେଟ୍ ଅପରିବର୍ତ୍ତିତ

ନୂଆଦିଲ୍ଲୀ : ସୁଧ ହାର ଅପରିବର୍ତ୍ତିତ ରଖିଲା RBI । ଅଷ୍ଟମ ଥର ପାଇଁ ସୁଧ ହାର ଅପରିବର୍ତ୍ତିତ ରଖିଛନ୍ତି…

2 mins ago

ଆଇଫୋନ୍ ୟୁଜରଙ୍କ ପାଇଁ ଗୁଗଲ ରୋଲଆଉଟ କଲା ନୂଆ ଫିଚର, ୟୁଜର୍ସଙ୍କ ପାଇଁ ଲାଭ ହିଁ ଲାଭ

ଯଦି ଆପଣ iOS ଅର୍ଥାତ୍ ଆଇଫୋନ୍ ବ୍ୟବହାର କରୁଛନ୍ତି ତେବେ ଆପଣଙ୍କ ପାଇଁ ଆସିଛି ଖୁସି ଖବର । ଗୁଗଲ୍…

11 mins ago

ପାଖେଇ ଆସିଲାଣି ମହାପ୍ରଭୁଙ୍କ ରଥଯାତ୍ରା, ତିନି ରଥର ୪୨ ଚକ ନିର୍ମାଣ ଶେଷ

ପୁରୀ (କେନ୍ୟୁଜ): ଜୁଲାଇ ୭ରେ ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା ।  ରଥଯାତ୍ରା ଯେତିକି ନିକଟତର ହେଉଛି ସେତିକି ଚଳଚଞ୍ଚଳ ହେଉଛି…

17 mins ago

ଆସୁଛି ମୌସୁମୀ : ଜୁନ ୧୨ରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଶିମିଳିପାଳ

କରଞ୍ଜିଆ (କେନ୍ୟୁଜ): ବନ୍ଦ ହେବ ଶିମିଳିପାଳ। ୧୨ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ହେବ ଶିମିଳିପାଳ ଅଭୟାରଣ୍ୟ । ଅକ୍ଟୋବର…

36 mins ago

ସିରିଆ: ନଦୀରେ ଖସିଲା ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ବସ୍‌; ୭ ମୃତ, ୨୦ ଆହତ

ଉତ୍ତର-ପଶ୍ଚିମ ସିରିଆରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଠାରେ ଏକ ସ୍କୁଲ ବସ୍ ରାସ୍ତାରେ ଯାଉଥିବା…

1 hour ago

ଆଜି ପୁଣି ବାଲେଶ୍ୱର ଓ ଭଦ୍ରକ ଅଂଚଳରେ ଶୁଭିଲା ପ୍ରଚଣ୍ଡ ଶବ୍ଦ

ବାଲେଶ୍ବର (କେନ୍ୟୁଜ): ଆଜି ପୁଣି ଶୁଭିଲା ପ୍ରଚଣ୍ଡ ଶବ୍ଦ । ବାଲେଶ୍ବର ଅଞ୍ଚଳରେ ଆକାଶରେ କ୍ରମାଗତ ଦୁଇ ଥର ଶବ୍ଦ…

1 hour ago