Categories: ସ୍ପେଶାଲ

ଡାକ୍ତରଙ୍କ ବିନା ପରାମର୍ଶରେ ନେଟ୍‌ରୁ ସର୍ଚ୍ଚ କରି ଔଷଧ ଖାଉଥିଲେ, ସାବଧାନ! ଭୋଗିପାରନ୍ତି ଭୟଙ୍କର ପରିଣାମ

ବର୍ତ୍ତମାନ କାହା ପାଖରେ କିଛି ଥାଉ କି ନଥାଉ କିନ୍ତୁ ହାତରେ ନିହାତି ସ୍ମାର୍ଟଫୋନ୍‌ ଥିବା ଦେଖିବାକୁ ମିଳୁଛି। ଯେତେବେଳେ ଯାହା ଦରକାର ପଡ଼ୁଛି ମାତ୍ର କିଛି ସମୟ ମଧ୍ୟରେ ଆମେ ତାହାକୁ ଗୁଗଲରୁ ସର୍ଚ୍ଚ କରିଦେଉଛେ। ବେଳେ ବେଳେ ଦେହ ଖରାପ ହେଲେ ମଧ୍ୟ ଆମେ ନେଟ୍‌ରୁ ଦେଖି ଔଷଧ ଖାଇଥାଉ। କେବଳ ଜଣେ ନୁହେଁ ଅଧିକାଂଶ ଲୋକ ଏଭଳି କରିଥାନ୍ତି। ମାତ୍ର ଏଭଳି କରିବା ଅନୁଚିତ।

ଦେହ ଖରାପ ହେଉ ବା ଶରୀରର କିଛି ସମସ୍ୟା ପାଇଁ ଗୋଟିଏ ମେଡିସନ୍‌ ଅଧିକ ସମୟ ଧରି ଖାଇବା ଦ୍ୱାରା ଏହାର ପ୍ରଭାବ କିଡ୍‌ନୀ ଓ ଲିଭର ଉପରେ ପଡ଼େ। ନିକଟରେ ହୋଇଥିବା ଏକ ରିସର୍ଚ୍ଚରୁ ଜଣାପଡ଼ିଛି ଯେ ପେଟ ରୋଗ ନେଇ ଡାକ୍ତରଙ୍କ ପାଖକୁ ଯାଉଥିବା ରୋଗୀଙ୍କ ମଧ୍ୟରୁ ୧୦ ପ୍ରତିଶତ ଲୋକ ଗୁଗଲରୁ ସର୍ଚ୍ଚ କରି ମେଡିସିନ୍‌ ଖାଇଥାନ୍ତି। ଏହା ଦ୍ୱାରା ବଡ଼ ରୋଗ ହେବା ଆଶଙ୍କା ବୃଦ୍ଧି ପାଏ।

ଡାକ୍ତରଙ୍କ ପରାମର୍ଶ ନ ନେଇ ସିଧାସଳଖ ନେଟ୍‌ରୁ ସର୍ଚ୍ଚ କରି ମେଡିସିନ୍‌ ଖାଇବା ଦ୍ୱାରା ପ୍ରାୟ ୫ ପ୍ରତିଶତ ଲୋକଙ୍କ ଠାରେ କିଡ୍‌ନୀ ସମସ୍ୟା ଦେଖାଦେଉଛି। ସବୁବେଳେ ନିଜ ମନ ଇଚ୍ଛା ମେଡିସିନ୍‌ ଖାଇବା ଦ୍ୱାରା ଜଣେ ବ୍ୟକ୍ତିର ହାର୍ଟ ମଧ୍ୟ ଖରାପ ହୋଇଯାଇଥିବା ‘ପେନ୍‌ କ୍ଲିନିକ୍‌’ର ଡାକ୍ତର ଅଜୟ ଚୌଧୁରୀ କହିଛନ୍ତି। ଡାକ୍ତରଙ୍କ କହିବାନୁସାରେ ମାସକୁ ଗୋଟିଏ କିମ୍ବା ଦୁଇଟି ପେନ୍‌ କିଲର ଖାଇବା ଦ୍ୱାରା ଶରୀରର କୌଣସି କ୍ଷତି ଘଟିନଥାଏ। କିନ୍ତୁ ବାରମ୍ବାର ପେନ୍‌ କିଲର ଖାଇବା ଦ୍ୱାରା କିଡ୍‌ନୀ ପ୍ରଭାବିତ ହୋଇଥାଏ। ଏଣୁ ଶରୀରରେ କିଛି ସମସ୍ୟା ହେଉଥିଲେ ଡାକ୍ତରଙ୍କୁ ଦେଖାଇବାକୁ ଡା. ଶ୍ରୀ ଚୌଧୁରୀ ପରାମର୍ଶ ଦେଇଛନ୍ତି।

WCW 11

Recent Posts

ପରିବାର ଉପରେ ସଂଘବଦ୍ଧ ଆକ୍ରମଣ ଅଭିଯୋଗ, ୩ ଗୁରୁତର

 ଆଳି : କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଭୁଇଁପୁର ଛକରେ ଜଣେ ଠିକାଦାରଙ୍କ ଭାଇ ସମେତ ତାଙ୍କର ପରିବାର…

2 hours ago

କାମଚଳା ବାଚସ୍ପତି ହେଲେ ବିଜେଡିର ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

ଭୁବନେଶ୍ୱର : କାମଚଳା ବାଚସ୍ପତି ହେଲେ ବିଜେଡି ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ରାଜଭବନରେ ଶପଥ ପାଠ…

2 hours ago

ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ସରକାରୀ କାର୍ଯ୍ୟକ୍ରମ, ରାଜ୍ୟ ସଂଗ୍ରହାଳୟରେ ଆୟୋଜିତ ରଜ ମହୋତ୍ସବରେ ସାମିଲ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ହେବା ପରେ ମୋହନ ମାଝୀଙ୍କ ପ୍ରଥମ ସରକାରୀ କାର୍ଯ୍ୟକ୍ରମ । ରାଜ୍ୟ ସଂଗ୍ରହାଳୟରେ ଆୟୋଜିତ ରଜ…

4 hours ago

ପୂର୍ବ ଶତ୍ରୁତାରୁ ଆକ୍ରମଣ ଘଟଣା, ଥାନା ଅଧିକାରୀଙ୍କ ବିରୋଧରେ ଏସ୍‌ପିଙ୍କ ନିକଟରେ ଫେରାଦ ହେଲା ନାବାଳକ ପୁଅ

ନୟାଗଡ଼ (କେନ୍ୟୁଜ୍‌) : ଜମି ବାଡ଼ି ବିବାଦ କୁ ନେଇ ମାଡ଼ପିଟ l ଗୋଟିଏ ପରିବାରର ୪ ଜଣ ଗୁରୁତର…

4 hours ago

ଜବତ ବୋମାକୁ ନିଷ୍କ୍ରିୟ କରିବାକୁ କିଏ ନିର୍ଦ୍ଦେଶ ଦେଇଥିଲେ ?

କଟକ: ଜବତ ବୋମା ନିଷ୍କ୍ରିୟ କଲା ବେଳେ ଫୁଟିଲା ବୋମା । ବୋମା ଫୁଟିବା ଶଦ୍ଦ ଏତେ ଜୋରରେ ଥିଲା…

5 hours ago

କିଟରେ ଇଣ୍ଡିଆନ ନ୍ୟାସନାଲ ସାଇନ୍ସ ଏକାଡେମୀର ଦୁଇ ଦିନିଆ ସେମିନାର

ଭୁବନେଶ୍ୱର : କିଟ ବିଶ୍ଵବିଦ୍ୟାଳୟ ପରିସରରେ ଇଣ୍ଡିଆନ ନ୍ୟାସନାଲ ସାଇନ୍ସ ଏକାଡେମୀର ଦୁଇ ଦିନିଆ ସେମିନାର ଉଦଘାଟିତ ହୋଇଛି ।…

5 hours ago