ସ୍ପେଶାଲ

ବୟସ ମାତ୍ର ୨୦ ମାସ କିନ୍ତୁ ପାଞ୍ଚ ଜଣଙ୍କୁ ଦେଇଛି ନୂଆ ଜୀବନ

ଆମେ ସମସ୍ତେ ଜାଣିଛନ୍ତି ଯେ ଜୀବନ ଅଛି ମାନେ ମୃତ୍ୟୁ ବି ସୁନିଶ୍ଚିତ। କିନ୍ତୁ ମୃତ୍ୟୁ ପରେ ବି ଯିଏ ଜୀବନ ପାଏ ସେ ହେଉଛି ବିରଳ। ସାଧାରଣ ଭାବରେ କହିବା ତ ମୃତ୍ୟୁ ପରେ ବି ଜୀବନ। ଆମେ ଆପଣଙ୍କୁ ଏହା ଏଥିପାଇଁ କହୁଛୁ କାରଣ ଜଣେ କୁନି ପିଲାଟି, ଯିଏ ଏହି ଦୁନିଆକୁ ମାତ୍ର ୨୦ ମାସର ଅତିଥି ହୋଇ ଆସିଥିଲା। ଆଜି ସିଏ ବଞ୍ଚାଇଛି ୫ ଜଣଙ୍କ ଜୀବନ।

କୁହାଯାଏ ଖୁସି ବାଣ୍ଟିଲେ ଖୁସି ବଢ଼େ। ବୋଧହୁଏ ଏହି ପିଲାଟି ଅନ୍ୟକୁ ଖୁସି ଦେବା ପାଇଁ ଧରାପୃଷ୍ଠକୁ ଆସିଥିଲା। ୨୦ ମାସର ଏହି ଛୋଟିଆ ଝିଅ ତାର ହସକୁ ଆଜି ୫ଜଣଙ୍କୁ ବାଣ୍ଟି ଦେଇଛି । ଦୁନିଆ ଛାଡ଼ିବା ପୂର୍ବରୁ ସେ ତାର ଜୀବନକୁ ଭାଗ ଭାଗ କରି ୫ ଜଣଙ୍କୁ ନୂଆ ଜୀବନ ଦେଇ ଯାଇଛି । ଆଉ ସବୁଠାରୁ କମ୍ ବୟସର କ୍ୟାଡେଭର ଡୋନର୍ ହୋଇଯାଇଛି।

୨୦ ମାସର ଝିଅ ଧନିଷ୍ଠା ମରିବା ପରେ ବି ଆଜି ସମାଜ ପାଇଁ ଏକ ବହୁତ ବଡ ଉଦାହରଣ ସାଜିଛି। ଦିଲ୍ଲୀର ରୋହିଣୀ ଅଞ୍ଚଳର ନିଜ ମାତା-ପିତାଙ୍କ ସହିତ ରହୁଥିଲା ଧନିଷ୍ଠା। ତେବେ ଜାନୁଆରୀ ୮ ତାରିଖରେ ସେ ନିଜ ଘରର ପ୍ରଥମ ମହଲାରୁ ତଳକୁ ଖସି ପଡ଼ିଥିଲା। ଯାହାପରେ ସେ ବେହୋସ ହୋଇଯାଇଥିଲା। ପରିବାର ଲୋକେ ତାକୁ ସଙ୍ଗେସଙ୍ଗେ ଗଙ୍ଗାରାମ ହସ୍ପିଟାଲ୍କୁ ନେଇଯାଇଥିଲେ । ଡାକ୍ତର ତାକୁ ହୋସ୍ରେ ଆଣିବାକୁ ବହୁତ ଚେଷ୍ଟା କଲେ କିନ୍ତୁ ଅସଫଳ ହେଲେ।

ଏହପେ ଗତ ୧୧ ତାରଖରେ ଧନିଷ୍ଠାଙ୍କୁ ଡାକ୍ତର ବ୍ରେନ୍ ଡେଡ୍ ଘୋଷଣା କରିଦେଲେ । କେବଳ ମସ୍ତିଷ୍କକୁ ଛାଡ଼ି ତାଙ୍କର ସବୁ ଅଙ୍ଗ-ପ୍ରତ୍ୟଙ୍ଗ ଠିକ୍ ଭାବରେ କାମ କରୁଥିଲା । ତେଣୁ ତାଙ୍କ ପିତା ଆଶିଷ୍ କୁମାର ଏବଂ ମାତା ବବିତା ତାଙ୍କର ଅଙ୍ଗକୁ ଦାନ କରିବା ପାଇଁ ନିଷ୍ପତ୍ତି ନେଲେ । ଧନିଷ୍ଠାଙ୍କ ହାର୍ଟ, ଲିଭର୍, ଦୁଇ କିଡ୍ନୀ ଏବଂ ଆଖିର କିଛି ଅଂଶ ଗଙ୍ଗାରାମ ହସ୍ପିଟାଲ୍ର ଡାକ୍ତର ବାହାର କରି ପାଞ୍ଚ ଜଣ ରୋଗୀଙ୍କ ଶରୀରରେ ପ୍ରତ୍ୟାରୋପଣ କରିଥିଲେ ।

ତେବେ ଧନିଷ୍ଠାର ବାପା ଆଶିଷ କୁମାର କହିଥିଲେ ଯେ ମୁଁ ହସପିଟାଲରେ ରହିବା ଭିତରେ ଅନେକ ଜଣ ରୋଗୀଙ୍କୁ ଦେଖିଲି ଯେଉଁମାନଙ୍କୁ ଅଙ୍ଗ ନିହାତି ଭାବରେ ଆବଶ୍ୟକ ରହିଛି। ଆମେ ତ ଆମେ ଝିଅ ଧନିଷ୍ଠାକୁ ହରାଇଲୁ କିନ୍ତୁ ଅଙ୍ଗ ଦାନ କରି ଆମେ କାହାର ଜୀବନ ବଞ୍ଚାଇ ପାରିଲୁ। ଯାହାଫଳରେ ଆଜି ମରିବା ପରେ ବି ପାଞ୍ଚ ଜଣଙ୍କ ଶରୀରରେ ଜୀବିତ ଅଛି ଧନିଷ୍ଠା।

Pritiparna

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

7 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

9 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

9 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

10 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

10 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

10 hours ago