ବୟସ ମାତ୍ର ୨୦ ମାସ କିନ୍ତୁ ପାଞ୍ଚ ଜଣଙ୍କୁ ଦେଇଛି ନୂଆ ଜୀବନ

ଆମେ ସମସ୍ତେ ଜାଣିଛନ୍ତି ଯେ ଜୀବନ ଅଛି ମାନେ ମୃତ୍ୟୁ ବି ସୁନିଶ୍ଚିତ। କିନ୍ତୁ ମୃତ୍ୟୁ ପରେ ବି ଯିଏ ଜୀବନ ପାଏ ସେ ହେଉଛି ବିରଳ। ସାଧାରଣ ଭାବରେ କହିବା ତ ମୃତ୍ୟୁ ପରେ ବି ଜୀବନ। ଆମେ ଆପଣଙ୍କୁ ଏହା ଏଥିପାଇଁ କହୁଛୁ କାରଣ ଜଣେ କୁନି ପିଲାଟି, ଯିଏ ଏହି ଦୁନିଆକୁ ମାତ୍ର ୨୦ ମାସର ଅତିଥି ହୋଇ ଆସିଥିଲା। ଆଜି ସିଏ ବଞ୍ଚାଇଛି ୫ ଜଣଙ୍କ ଜୀବନ।

କୁହାଯାଏ ଖୁସି ବାଣ୍ଟିଲେ ଖୁସି ବଢ଼େ। ବୋଧହୁଏ ଏହି ପିଲାଟି ଅନ୍ୟକୁ ଖୁସି ଦେବା ପାଇଁ ଧରାପୃଷ୍ଠକୁ ଆସିଥିଲା। ୨୦ ମାସର ଏହି ଛୋଟିଆ ଝିଅ ତାର ହସକୁ ଆଜି ୫ଜଣଙ୍କୁ ବାଣ୍ଟି ଦେଇଛି । ଦୁନିଆ ଛାଡ଼ିବା ପୂର୍ବରୁ ସେ ତାର ଜୀବନକୁ ଭାଗ ଭାଗ କରି ୫ ଜଣଙ୍କୁ ନୂଆ ଜୀବନ ଦେଇ ଯାଇଛି । ଆଉ ସବୁଠାରୁ କମ୍ ବୟସର କ୍ୟାଡେଭର ଡୋନର୍ ହୋଇଯାଇଛି।

dhanishta୨୦ ମାସର ଝିଅ ଧନିଷ୍ଠା ମରିବା ପରେ ବି ଆଜି ସମାଜ ପାଇଁ ଏକ ବହୁତ ବଡ ଉଦାହରଣ ସାଜିଛି। ଦିଲ୍ଲୀର ରୋହିଣୀ ଅଞ୍ଚଳର ନିଜ ମାତା-ପିତାଙ୍କ ସହିତ ରହୁଥିଲା ଧନିଷ୍ଠା। ତେବେ ଜାନୁଆରୀ ୮ ତାରିଖରେ ସେ ନିଜ ଘରର ପ୍ରଥମ ମହଲାରୁ ତଳକୁ ଖସି ପଡ଼ିଥିଲା। ଯାହାପରେ ସେ ବେହୋସ ହୋଇଯାଇଥିଲା। ପରିବାର ଲୋକେ ତାକୁ ସଙ୍ଗେସଙ୍ଗେ ଗଙ୍ଗାରାମ ହସ୍ପିଟାଲ୍କୁ ନେଇଯାଇଥିଲେ । ଡାକ୍ତର ତାକୁ ହୋସ୍ରେ ଆଣିବାକୁ ବହୁତ ଚେଷ୍ଟା କଲେ କିନ୍ତୁ ଅସଫଳ ହେଲେ।

ଏହପେ ଗତ ୧୧ ତାରଖରେ ଧନିଷ୍ଠାଙ୍କୁ ଡାକ୍ତର ବ୍ରେନ୍ ଡେଡ୍ ଘୋଷଣା କରିଦେଲେ । କେବଳ ମସ୍ତିଷ୍କକୁ ଛାଡ଼ି ତାଙ୍କର ସବୁ ଅଙ୍ଗ-ପ୍ରତ୍ୟଙ୍ଗ ଠିକ୍ ଭାବରେ କାମ କରୁଥିଲା । ତେଣୁ ତାଙ୍କ ପିତା ଆଶିଷ୍ କୁମାର ଏବଂ ମାତା ବବିତା ତାଙ୍କର ଅଙ୍ଗକୁ ଦାନ କରିବା ପାଇଁ ନିଷ୍ପତ୍ତି ନେଲେ । ଧନିଷ୍ଠାଙ୍କ ହାର୍ଟ, ଲିଭର୍, ଦୁଇ କିଡ୍ନୀ ଏବଂ ଆଖିର କିଛି ଅଂଶ ଗଙ୍ଗାରାମ ହସ୍ପିଟାଲ୍ର ଡାକ୍ତର ବାହାର କରି ପାଞ୍ଚ ଜଣ ରୋଗୀଙ୍କ ଶରୀରରେ ପ୍ରତ୍ୟାରୋପଣ କରିଥିଲେ ।

dhanisthaaତେବେ ଧନିଷ୍ଠାର ବାପା ଆଶିଷ କୁମାର କହିଥିଲେ ଯେ ମୁଁ ହସପିଟାଲରେ ରହିବା ଭିତରେ ଅନେକ ଜଣ ରୋଗୀଙ୍କୁ ଦେଖିଲି ଯେଉଁମାନଙ୍କୁ ଅଙ୍ଗ ନିହାତି ଭାବରେ ଆବଶ୍ୟକ ରହିଛି। ଆମେ ତ ଆମେ ଝିଅ ଧନିଷ୍ଠାକୁ ହରାଇଲୁ କିନ୍ତୁ ଅଙ୍ଗ ଦାନ କରି ଆମେ କାହାର ଜୀବନ ବଞ୍ଚାଇ ପାରିଲୁ। ଯାହାଫଳରେ ଆଜି ମରିବା ପରେ ବି ପାଞ୍ଚ ଜଣଙ୍କ ଶରୀରରେ ଜୀବିତ ଅଛି ଧନିଷ୍ଠା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.