ଅନୁଗୁଳରୁ ୨୪ଜଣଙ୍କୁ ମିଶାଇ ରାଜ୍ୟରୁ ୨୧୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି

କେନ୍ୟୁଜ୍(ବ୍ୟୁରୋ):  ଆଜି ରାଜ୍ୟରୁ ୨୧୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜିର ସୁସ୍ଥଙ୍କ ମଧ୍ୟରେ ଅନୁଗୁଳରୁ ୨୪ଜଣ, ବଲାଙ୍ଗୀରରୁ ୨୩ଜଣ, ସୁନ୍ଦରଗଡ଼ରୁ ୨୩ଜଣ, କଟକରୁ ୧୭ଜଣ, ଖୋର୍ଧାରୁ ୧୬ଜଣ, ମୟୁରଭଞ୍ଜରୁ ୧୩ଜଣ, ଯାଜପୁରରୁ ୧୨ଜଣ, ବରଗଡ଼ରୁ ୧୦ଜଣ, ନୂଆପଡ଼ାରୁ ୧୦ଜଣ, ପୁରୀରୁ ୧୦ଜଣ, ଝାରସୁଗୁଡ଼ାରୁ ୯ଜଣ ଓ ସମ୍ବଲପୁରରୁ ୯ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସେହିପରି କେନ୍ଦୁଝରରୁ ୬ଜଣ, କେନ୍ଦ୍ରାପଡ଼ାରୁ ୪ଜଣ, ଭଦ୍ରକରୁ ୩ଜଣ, ବାଲେଶ୍ବରରୁ ୨ଜଣ, ବୌଦ୍ଧରୁ ୨ଜଣ, ଦେବଗଡ଼ରୁ ୨ଜଣ, ଗଞ୍ଜାମରୁ ୨ଜଣ,ଜଗତସିଂହପୁରରୁ ୨ଜଣ, ନୟାଗଡ଼ରୁ ୨ଜଣ, ସୁବର୍ଣ୍ଣପୁରରୁ ୨ଜଣ, କଳାହାଣ୍ଡିରୁ ଜଣେ, କନ୍ଧମାଳରୁ ଜଣେ, କୋରାପୁଟରୁ ଜ‌ଣେ ଓ ଷ୍ଟେଟପୁଲରୁ ୪ଜଣ ଲେଖାଏଁ କରୋନାରୁ ସୁସ୍ଥ ହୋଇଛନ୍ତି। ନୂଆ ସୁସ୍ଥଙ୍କୁ ମିଶାଇଲେ ରାଜ୍ୟରୁ ଏଯାବତ ୩୨୮୮୩୨ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ କରି ସୂଚନା ଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.