ଗୃହିଣୀକୁ ରୋଜଗାରର ବାଟ ଦେଖାଇଲା ୟୁଟ୍ୟୁବ୍‌

ଏବେ ଜମାନା ସୋସିଆଲ ମିଡିଆର। ସୋସିଆଲ ମିଡିଆ ଯୁଗରେ ଲୋକମାନେ ଅନେକ କିଛି ଜାଣିପାରୁଛନ୍ତି ଏବଂ ଅନେକ କିଛି ଶିଖି ପାରୁଛନ୍ତି। ଦେଶ ଦୁନିଆର ଅନେକ କିଛି କଥାକୁ ଏବେ ଇଣ୍ଟରନେଟରେ ଦ୍ୱାରା ଲୋକମାନେ ଜାଣିପାରୁଛନ୍ତି। ଆଧୁନିକ ସମାଜରେ ଡିଜିଟାଲ ପ୍ଲାଟଫର୍ମ ଫଲୋ କରି ଅନେକ ଲୋକ ରୋଜଗାରକ୍ଷମ ହୋଇପାରୁଛନ୍ତି । ତେବେ ଡିଜିଟାଲ ପ୍ଲାଟଫର୍ମ ୟୁଟ୍ୟୁବକୁ ଫଲୋ କରି ଜଣେ ଗୃହିଣୀ ସ୍ୱାବଲମ୍ବୀ ହୋଇପାରିଛନ୍ତି।

ଆମେ ଆଜି ଯାହାଙ୍କ ବିଷୟରେ ଜଣାଇବୁ ସେ ହେଉଛନ୍ତି କେନ୍ଦୁଝର ଜିଲ୍ଲା ଘଟଗାଁ ସନ୍ନିକଟ ନାକଝରୀ ଗ୍ରାମର ଶେଷ ନନ୍ଦନ ବଳଙ୍କ ପତ୍ନୀ ପ୍ରିୟମ୍ବଦା ବଳଙ୍କ କଥା। ସେ ଗୃହିଣୀ ହୋଇଥିବା ବେଳେ ଘର କାର୍ଯ୍ୟ କରିସାରିବା ପରେ ଅଧିକାଂଶ ସମୟ ଫାଙ୍କା ପାଇଥାନ୍ତି । ତେବେ ଏହି ଫାଙ୍କା ସମୟର ଦୁରୁପୋଜଗ ନକରି କିଛି କରିବା ପାଇଁ ମନବଳାଇଲେ ପ୍ରିୟମ୍ବଦା। ୟୁଟ୍ୟୁବ ମାଧ୍ୟମରେ କୁକୁଡା ଚାଷ ବାବଦରେ ଅବଗତ ହେବା ପରେ ପ୍ରଥମେ କେନ୍ଦୁଝରରୁ ୧୦୦ ଆର୍ସେଲ ପ୍ରଜାତିର କୁକୁଡା ଆଣି ଘର ବାଡି ଅଗଣାରେ ଏକ ଛୋଟିଆ ଘର କରି କୁକୁଡାର ଲାଳଣ ପାଳନ କରି ତାକୁ ବିକ୍ରି କେଲେ ।

KUKUDAଲାଭାଶଂରୁ ଧିରେ ଧିରେ ସଂଚୟ କରି ଏବେ ୫୦୦ରୁ ଉର୍ଦ୍ଧ କୁକୁଡା ପାଳନ କରି ବେସ ଭଲ ରୋଜଗାର କରିପାରୁଛନ୍ତି । ଘରକାର୍ଯ୍ୟ ସରିବା ପରେ କୁକୁଡା ମାନଙ୍କର ଲାଳନ ପାଳନ ପାଇଁ ନିଜର ସମୟ ବିନିଯୋଗ କରିଥାନ୍ତି । ସ୍ଥାନୀୟ ବେପାରୀଙ୍କ ନିକଟରେ କୁକୁଡା ଗୁଡିକୁ ବିକ୍ରି କରି ମାସିକ ୧୦ ରୁ ୧୨ ହଜାର ଟଙ୍କା ରୋଜଗାର କରି ଅନ୍ୟ ମହିଳା ମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ।

ତେବେ ଯେଉଁ ଗୃହୀଣୀ ମାନେ ଫାଙ୍କା ସମୟ ପାଉଛନ୍ତି ତାର ସଦୁପେଯୋଗ କଲେ ସମସ୍ତେ ସ୍ୱାବଲମ୍ବୀ ହୋଇପାରନ୍ତେ ବୋଲି ସେ ମତ ଦେଇଛନ୍ତି। ବାସ୍ତବରେ ସବୁ ମହିଳାମାନେ ଯଦି ଏପରି ଭାବେ ଆତ୍ମନିର୍ଭରଶୀଳ ହୋଇପାରନ୍ତେ ତାହେଲେ ବୋଧହୁଏ ସମସ୍ତେ ରୋଜଗାରକ୍ଷମ ହୋଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.