Below header

ଆଜିଠୁ ବନ୍ଦ କରନ୍ତୁ ନିଦ ଔଷଧ ଖାଇବା, ଶୋଇବା ପୂର୍ବରୁ ଖାଆନ୍ତୁ ଏହି ୪ଟି ଜିନିଷ

ଅନିଦ୍ରା ସମସ୍ୟାକୁ ଦୂର କରିବା ପାଇଁ କିଛି ଲୋକ ଔଷଧ ଖାଇବା ଆରମ୍ଭ କରିଦିଅନ୍ତି। କିନ୍ତୁ ମନେ ରଖନ୍ତୁ, ଶୋଇବା ପାଇଁ ଔଷଧ ଖାଇବା ସ୍ୱାସ୍ଥ୍ୟ ପକ୍ଷେ ଠିକ୍‌ ନୁହେଁ। ଏହା ପୂର୍ବରୁ ଜାଣି ରଖିବା ଉଚିତ ଯେ ଆପଣଙ୍କର ଏହି ପ୍ରୋବ୍ଲେମ୍‌ କାହିଁକି ଅଛି?

ଯଦି ଆପଣ ବହୁତ ଅଧିକ ଚିନ୍ତା କରୁଥାଆନ୍ତି, ଆପଣଙ୍କ ଜୀବନଶୈଳୀ ଅସ୍ତବ୍ୟସ୍ତ ଏବଂ ଆପଣଙ୍କ ଶୋଇବା ଜାଗା ଠିକ୍‌ ନାହିଁ, ତା’ହେଲେ ଆପଣଙ୍କୁ ଏହି ସମସ୍ୟା ଆସିପାରେ। ଏହାଛଡ଼ା ଆହୁରି ଅଧିକ କାରଣ ରହିଛି। ସବୁଠାରୁ ବଡ଼ କାରଣ ହୋଇପାରେ, ଶୋଇବା ପୂର୍ବରୁ ଆପଣ ଖାଉଥିବା ଖାଦ୍ୟ। ଆଜି ଆମେ ଆପଣଙ୍କୁ ଏହା ବିଷୟରେ କହିବୁ।

banana

୧. ଦୁଧ: ଶୋଇବା ପୂର୍ବରୁ କ୍ଷୀର ପିଅନ୍ତୁ। ଏଥିରେ ଏମିତି ଏକ ଯୌଗିକ ପଦାର୍ଥ ରହିଛି, ଯାହା ସେରୋଟାଁନିନ୍‌କୁ ବନାଇବାରେ ସାହାଯ୍ୟ କରିଥାଏ। ଏହାଦ୍ୱାରା ଶରୀରକୁ ଆରାମ ମିଳିଥାଏ ଏବଂ ନିଦ ମଧ୍ୟ ଭଲ ହୋଇଥାଏ।

୨. ଶାକରକନ୍ଦ: ଏଥିରେ କାର୍ବୋହାଇଡ୍ରେଟ୍‌ ଏବଂ ପୋଟାସିୟମ୍‌ ରହିଥାଏ, ଯଦ୍ଦ୍ଵାରା ବଡି ରିଲାକ୍ସ ଫିଲ୍‌ କରିଥାଏ। ରାତିରେ ଶୋଇବା ପୂର୍ବରୁ ଶାକରକନ୍ଦ ଖାଆନ୍ତୁ।

୩. କଦଳୀ: କଦଳୀରେ ପୋଟାସିୟମ୍‌ ଓ ମାଗ୍ନେସିୟମ ଭରପୂର ରହିଛି। ଏହି ଦୁଇଟି ଯାକ ଶରୀରକୁ ଆରାମ ଦେଇଥାଆନ୍ତି।

୪. ଚେରୀ: ଚେରୀରେ ମେଲାଟାଁନିନ୍‌ ତତ୍ତ୍ୱ ରହିଛି, ଯାହାକୁ ଖାଇବାରେ ଭଲ ନିଦ ଆସିଥାଏ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.