Below header

ଏ ପିଲାଟିର ହାର୍ଟ କେଉଁଠି ଅଛି ଦେଖନ୍ତୁ, ଡାକ୍ତର ବି ଆଶ୍ଚର୍ଯ୍ୟ ଏମିତି କେମିତି ହେଲା ?

ହୃଦୟର ସ୍ପନ୍ଦନ କେବଳ ଅନୁଭବ କରିହୁଏ । ଆଖିରେ ଏହାକୁ ଦେଖି ହୁଏ ନାହିଁ । କାରଣ ମନୁଷ୍ୟ ଶରୀର ଭିତରେ ରହିଥାଏ ହୃଦୟ । ମାତ୍ର ଏମିତି ଜଣେ ଝିଅ ଏବେ ଦେଖିବାକୁ ମିଳିଛନ୍ତି ଯାହାଙ୍କ ହୃଦୟ ଶରୀର ବାହାରେ ଥିବା ଦେଖିବାକୁ ମିଳିଛି । ଆମେରିକାରେ ରହୁଛନ୍ତି ଏହି ଝିଅଟି । ନାଁ ହେଉଛି ଗୋନ୍‌ଚାରଓ୍ଵା । ଝିଅଟିର ଶରୀର ଗଠନ ଦେଖି ଡାକ୍ତରମାନେ ବି ଚକିତ ।

goncharawa.JPG-1
photo credit:punjabkesari

କଥାରେ ଅଛି ଭଗବାନ ସୃଷ୍ଟି ସମସ୍ତଙ୍କ ଚିନ୍ତା ଓ ଚେତନା ଶକ୍ତି ବାହାରେ । ବିଜ୍ଞାନ ଯେତେ ବିକାଶ କଲେ ମଧ୍ୟ ଏମତି କିଛି କଥା ଅଛି ଯେଉଁଠି ବୈଜ୍ଞାନିକଙ୍କ କଳ୍ପନା ଶକ୍ତି ବି ଫେଲ୍‌ ମାରିଥାଏ । ଏଭଳି ଏକ ଘଟଣା ଆମେରିକାରେ ଦେଖାଯାଇଛି । ଗୋନ୍‌ଚାରଓ୍ଵା ନାମକ ଏହି ଝିଅଟିର ହୃଦୟ ଶରୀର ବାହାରେ ପତଳା ଚର୍ମ ଆବରଣ ମଧ୍ୟରେ ରହିଛି ଯାହାକି ଦୃଶ୍ୟମାନ ହେଉଛି । ଫଳରେ ହୃଦୟର ସ୍ପନ୍ଦନ ମଧ୍ୟ ଆପଣ ଆଖିରେ ଦେଖିପାରିବେ । ତା’ର ଏହି ଶରୀର ଗଠନ ପାଇଁ ନା ସିଏ ଭଲ ଭାବେ ପିନ୍ଧି ପାରୁଛି ନା କରିପାରୁଛି ଖେଳକୁଦ୍‌ । ଯେଉଁଥିପାଇଁ ତାକୁ ସବୁବେଳେ ମେଡିକାଲରେ ରହିବାକୁ ପଡୁଛି ।

goncharawa.
photo credit: punjabkesari

ତେବେ ଝିଅଟିର ବ୍ଲଡ୍‌ ପ୍ରେସର ଉଚ୍ଚରେ ରହୁଥିବାରୁ ତା‘ର ଅପରେସନ୍‌ ମଧ୍ୟ କରାଯାଇପାରୁନି । ଏପରି ମାମଲା ଡାକ୍ତରଙ୍କ ଚିନ୍ତା ଶକ୍ତି ବାହାରେ ରହିଛି । ଏପରି ଅବସ୍ଥାରେ ଯେ ସେ ବଞ୍ଚିବେ ବୋଲି ଡାକ୍ତରମାନେ ମଧ୍ୟ ସେ ଆଶା କରିପାରି ନଥିଲେ । ଝିଅଟି ସୋସିଆଲ୍‌ ମିଡିଆରେ ମଧ୍ୟ ବେଶ୍‌ ଆକ୍ଟିଭ ରହିଥିବା ଜଣାଯାଇଛି । ଝିଅଟି ଅନ୍ୟମାନଙ୍କ ପରି ସାଧାରଣ ଜୀବନ ବିତାଇବାକୁ ଚାହୁଁଥିଲେ ମଧ୍ୟ ତାଙ୍କର ଏହି ଶାରୀରିକ ଗଠନ ତାଙ୍କୁ ସବୁଥିରୁ ବଞ୍ଚିତ କରିଛି । ଝିଅଟିର ଫଟୋ ଭାଇରାଲ୍‌ ହେବା ପରେ ତାଙ୍କୁ ସବୁ ଦିଗରୁ ଦୟା ଓ ଶ୍ରଦ୍ଧା ମିଳିବାରେ ଲାଗିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.