Below header

କଟକ ଜଗତପୁର ଆଇବି ରୋଡରେ ଥିବା ସୁନା ଦୋକାନରୁ ଲୁଟ ଘଟଣା: ଲୁଟେରା ଗ୍ୟାଙ୍ଗ୍‌କୁ ଧରିବାରେ ସଫଳ ହେଲା ପୋଲିସ

କଟକ(କେନ୍ୟୁଜ୍):  କଟକ କମିଶନରେଟ୍‌ ପୋଲିସକୁ ବଡ ସଫଳତା। ଜଗତପୁର ଆଇବି ରୋଡରେ ଥିବା ସୁନା ଦୋକାନ ଲୁଟ ଘଟଣାର ହୋଇଛି ପର୍ଦ୍ଦାଫାସ। ଜାନୁଆରି ୪ତାରିଖରେ ସୁନା ଦୋକାନରୁ ଲୁଟ୍‌ ହୋଇଥିଲା ଲକ୍ଷାଧିକ ସୁନା ଅଳଙ୍କାର। ତଦନ୍ତ ପରେ ଜଗତପୁର ଥାନା ପୋଲିସ ଲୁଟେରା ଗ୍ୟାଙ୍ଗ୍‌କୁ ଧରିବାରେ ସଫଳ ହୋଇଛି। ଲୁଟ ଘଟଣାର ମୁଖ୍ୟ ଅଭିଯୁକ୍ତ ଜଗତସିଂହପୁରର ତପନ ସେଠୀକୁ ଗିରଫ କରାଯାଇଛି।

ତା ନିକଟରୁ ୩ଶହ ୮୫ଗ୍ରାମ ସୁନା,୨୫କିଲୋ ୫ଶହ ଗ୍ରାମ ରୂପା, ୧୨ ହଜାର ୪ଶହ ଟଙ୍କା ଉଦ୍ଧାର କରାଯାଇଥିବା କହିଛନ୍ତି କଟକ ଡିସିପି। ଏହା ସହ ୨ଟି ବାଇକ୍‌, ଗୋଟିଏ କାର୍‌, ୪ଟି ମୋବାଇଲ ଫୋନ ମଧ୍ୟ ଜବତ କରାଯାଇଛି। ମୁଖ୍ୟ ଅଭିଯୁକ୍ତ ତପନ ସହ ଆଉ ୪ଜଣଙ୍କୁ ଗିରଫ କରିଛି ଜଗତପୁୁର ପୋଲିସ। ଲୁଟ କରିବା ପରେ ଅଭିଯୁକ୍ତମାନେ ସିସିଟିଭିର ହାର୍ଡ ଡିସ୍କ ସହ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଉପକରଣ ନେଇ ଚାଲିଯାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.