ଶିଳ୍ପା ଶେଟ୍ଟୀଙ୍କ ଉପରେ ଚଢ଼ିଲା ଶମ୍ମି କପୁରଙ୍କ ଫିଭର, ‘ବଦନ ପେ ସିତାରେଁ…’ ଗୀତରେ ସାନ ଭଉଣୀ ସହ ମିଶି କଲେ ଜବରଦସ୍ତ ଡ୍ୟାନ୍ସ

ବଲିଉଡ୍‌ ଅଭିନେତ୍ରୀ ଶମିତା ଶେଟ୍ଟୀ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ଏବଂ ତାଙ୍କ ବଡ଼ ଭଉଣୀ ଶିଳ୍ପା ଶେଟ୍ଟୀ ଏକାଠି ‘ବଦନ ପେ ସିତାରେଁ’ ଗୀତରେ ଜବରଦସ୍ତ ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି। ଭିଡିଓ ସେୟାର କରିବା ସମୟରେ ଶମିତା ଭଉଣୀ ଶିଳ୍ପାଙ୍କୁ ‘ଫେଭୋରାଇଟ୍‌ ଡ୍ୟାନ୍ସ ପାର୍ଟନର’ ଟ୍ୟାଗ ବି ଦେଇଛନ୍ତି। ଏହି ଭିଡିଓ ଦୁଇଜଣଙ୍କର ଗୋଆ ଭ୍ୟାକେଶନ ବେଳର।

ଏଥିରେ ଫ୍ୟାନମାନେ ଲାଇକସ ଏବଂ କମେଣ୍ଟସ୍‌ ଦ୍ୱାରା ଦୁଇ ଭଉଣୀଙ୍କୁ ବହୁତ ଭଲପାଇବା ଦେଇଛନ୍ତି। ଭିଡିଓଟି ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଫଟୋରେ ଶିଳ୍ପା ପିଙ୍କ ରଙ୍ଗର ଡ୍ରେସ୍‌ ପିନ୍ଧିଥିବା ବେଳେ ସାନ ଭଉଣୀ ଶମିତା ଧଳା ରଙ୍ଗର ଡ୍ରେସ୍‌ ପିନ୍ଧିଥିବା ନଜର ଆସୁଛନ୍ତି।

ନିକଟରେ ଶିଳ୍ପା ଓ ଶମିତା ଗତବର୍ଷ କ୍ରିସ୍‌ମସ ପୂର୍ବରୁ ନିଜ ପରିବାର ସହିତ ଗୋଆରେ ଛୁଟି କଟାଇବାକୁ ଯାଇଥିଲେ। ଦୁଇଜଣ ପରିବାର ସହିତ କ୍ରିସ୍‌ମସ୍‌ ସେଲିବ୍ରେଟ୍‌ କରିଥିଲେ ଏବଂ ନୂଆବର୍ଷକୁ ସ୍ୱାଗତ ଜଣାଇଥିଲେ। ଛୁଟି ସମୟର ସେମାନଙ୍କର ଅନେକ ଫଟୋ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.