ଯାଜପୁର: ସମଲିଙ୍ଗୀ ବିବାହ କରିବା ପରେ ଦୁଇ ଯୁବତୀଙ୍କୁ ଜୀବନର ମାରିଦେବାକୁ ଧମକ, ଥାନାରେ ଆଶ୍ରୟ ନେଲେ ଦମ୍ପତି

ଯାଜପୁର ରୋଡ(କେନ୍ୟୁଜ୍):  କଳିଙ୍ଗନଗର ସମଲିଙ୍ଗୀ ବିବାହକୁ ନେଇ ଦୁଇ ପରିବାର ମଧ୍ୟରେ ଉତ୍ତେଜନା । ନିଜର ଜୀବନ ପ୍ରତି ବିପଦ ଥିବାରୁ  ଥାନାରେ ଆଶ୍ରୟ ନେଲେ ସମଲିଙ୍ଗୀ ଦମ୍ପତି। ଏହି ଦମ୍ପତି ଦୀର୍ଘ ଦୁଇ ବର୍ଷ ଧରି ସମ୍ପର୍କରେ ଥିଲେ। ସେ ଦୁଇଜଣ ଦୁଇଜଣକୁ ପାଇ ସୁଖରେ ଅଛନ୍ତି ତାହେଲେ ପରିବାର ଲୋକ କାହିଁକି ବିରୋଧ କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଦମ୍ପତି ଦ୍ୱୟ । ଆଇନ ଯେତେବେଳେ ଏହାକୁ ସ୍ୱୀକୃତି ଦେଇସାରିଛି ତାପରେ ଲୋକଙ୍କ ବିରୋଧ ଓ ଧମକ ଏମାନଙ୍କୁ ବିଚଳିତ କରିଛି । ଏବେ ଏମାନେ ନିଜର ସୁରକ୍ଷା ପାଇଁ  ଦାନଗଦି ଫାଣ୍ଡିରେ ଆଶ୍ରୟ ନେଇଛନ୍ତି।

ଦମ୍ପତି ଦ୍ୱୟ ହେଉଛନ୍ତି ଜଖପୁରା ଥାନା ଅନ୍ତର୍ଗତ ରାବଣା ଗ୍ରାମର ଜନୈକ ୨୨ ବର୍ଷୀୟା ଯୁବତୀ ଓ ଆଉ ଜଣେ ହେଉଛନ୍ତି କୋରେଇ ଥାନା ଅନ୍ତର୍ଗତ ଚାନ୍ଦମା ଗ୍ରାମର ୨୧ ବର୍ଷୀୟା ଯୁବତୀ । ଏହି ସମଲିଙ୍ଗୀ ବିବାହକୁ ନେଇ ମଧ୍ୟ  ଚାନ୍ଦମା ଗ୍ରାମର ଜନୈକ ଯୁବତୀଙ୍କ ବାପା କୋରେଇ ଥାନାରେ ଅଭିଯୋଗ କରିଛନ୍ତି। କିଛିଦିନ ହେବ ଦୁଇ ସମଲିଙ୍ଗୀ  ବିବାହ ବନ୍ଧନରେ ବାନ୍ଧି ହୋଇ ଦାନଗଦି ଠାରେ ରହିଆସୁଥିଲେ କିନ୍ତୁ ଦୁଇ ଦମ୍ପତି ତାଙ୍କ ଜୀବନ ପ୍ରତି ବିପଦ ଥିବାରୁ ଦାନଗଦି ଫାଣ୍ଡିରେ ଅଭିଯୋଗ କରିଥିବାବେଳେ ଏଘଟଣା ସମ୍ପର୍କରେ କୋରେଇ ପୋଲିସ ଖବର ପାଇ ଦୁଇ ସମଲିଙ୍ଗୀ ଦମ୍ପତିଙ୍କୁ କୋରେଇ ଥାନାକୁ  ନେଇଥିଲେ । ଏହି ସମଲିଙ୍ଗୀ ବିବାହ କଳିଙ୍ଗନଗର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । କିନ୍ତୁ ଏ ଘଟଣା ସମ୍ପର୍କରେ କୋରେଇ ପୋଲିସ ଗଣମାଧ୍ୟମ ସାମ୍ନାରେ କିଛି କହି ନାହିଁ । 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.