Below header

କ୍ୟାନସରକୁ ରୋକିଥାଏ ଏହି ୫ଟି ଜିନିଷ, ଅଳ୍ପ ଅଳ୍ପ ମାତ୍ରାରେ ଦୈନିକ କରନ୍ତୁ ସେବନ

କ୍ୟାନସର ଏମିତି ଏକ ଭୟଙ୍କର ରୋଗ, ଯାହା ମଣିଷକୁ ମରଣ ମୁହଁକୁ ଠେଲି ଦେଇଥାଏ। କ୍ୟାନସର ଅନେକ ପ୍ରକାରର ହୋଇଥାଏ ଏବଂ ପ୍ରତ୍ୟେକ କ୍ୟାନସରର ଅଲଗା ଅଲଗା ଲକ୍ଷଣ ଦେଖିବାକୁ ମିଳିଥାଏ। ଯଦି ସମୟ ପୂର୍ବରୁ ରୋଗ ଚିହ୍ନଟ କରି ଏହାର ଚିକିତ୍ସା କରାଯାଏ, ତା’ହେଲେ ଏଥିରୁ ନିଜକୁ ରକ୍ଷା କରାଯାଇ ପାରିବ। ଆଜି ଆମେ ଆପଣଙ୍କୁ ଏମିତି କିଛି ଆହାର ବିଷୟରେ କହିବୁ, ଯାହାକୁ ସେବନ କରି ଆପଣ କ୍ୟାନସର ଭଳି ରୋଗ ସହିତ ଲଢ଼ିପାରିବେ।

୧. ନାଲି ଶିମଳା ଲଙ୍କା: ନାଲି ଶିମଳା ଲଙ୍କାରେ କ୍ୟାପ୍ସାସିନ ତତ୍ତ୍ୱ ମିଳିଥାଏ, ଯାହା ଫୁସ୍‌ଫୁସ ଏବଂ ଅଗ୍ନାଶୟରେ ମହଜୁଦ୍‌ ଥିବା କ୍ୟାନସର କୋଶିକାଗୁଡ଼ିକୁ ମାରିଦେଇଥାଏ।

୨. ଅଦା: କ୍ୟାନସର ରୋକିବା ପାଇଁ ଅଦା ବହୁତ ଲାଭଦାୟକ ହୋଇଥାଏ। ଏହା କ୍ୟାନସର ରୋଗୀଙ୍କ ପାଇଁ ଔଷଧ ରୂପେ କାମ କରିଥାଏ।

garlic

୩: ଗୋଲମରିଚ: ଗୋଲମରିଚରେ ଭିଟାମିନ୍‌ ସି, ଏ, ଫ୍ଲାଭୋନଏଡସ୍‌, କାରୋଟେନ୍ସ ଏବଂ ଆଣ୍ଟି ଅକ୍ସିଡେଣ୍ଟ ଭଳି ତତ୍ତ୍ୱ ମିଳିଥାଏ, ଯାହାକି କ୍ୟାନସରକୁ ଦୂର କରିବାରେ ସାହାଯ୍ୟ କରିଥାଏ।

୪. ରସୁଣ: ଯଦି ଦୈନିକ ଅଳ୍ପ ମାତ୍ରାରେ ରସୁଣ ନିୟମିତ ଭାବେ ସେବନ କରନ୍ତି, ତା’ହେଲେ କ୍ୟାନସର ହେବାର ସମ୍ଭାବନା ପାଖାପାଖି ୮୦ ପ୍ରତିଶତ ପର୍ଯ୍ୟନ୍ତ କମିଯାଇଥାଏ।

୫. ହଳଦୀ: ହଳଦୀରେ କ୍ୟାନସରରୋଧୀ ଗୁଣ ମିଳିଥାଏ। ଏହାକୁ ନିୟମିତ ସେବନ କଲେ କ୍ୟାନସରକୁ ନଷ୍ଟ କରିବାରେ ଏହା ସାହାଯ୍ୟ କରିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.