Categories: ସ୍ପେଶାଲ

ଜୋମାଟୋ ଡେଲିଭରୀ ବୟ ୫ ମାସ ରୋଜଗାରରେ କିଣିଲେ ନିଜ ସ୍ବପ୍ନର ବାଇକ୍

ଫିଲ୍ମ ଓମ୍ ଶାନ୍ତି ଓମରେ ଶାହରୁଖ ଖାନଙ୍କର ଏକ ବହୁତ ବଡ ଡାଇଲଗକ ରହିଛି ଯେଉଁଥିରେ ସେ କହୁଛନ୍ତି ‘ଯଦି କୌଣସି ଜିନିଷକୁ ପୂରା ମନରେ ଚାହିଁବେ ତ ପୂରା ଭାଗ୍ୟ ଆପଣଙ୍କୁ ତାକୁ ମିଳିବାକୁ ଲାଗିପଡିବେ। ଅନଲାଇନ ଫୁଡ୍ ଡେଲିଭରୀ କମ୍ପାନୀ ଜୋମାଟୋର ଜଣେ କର୍ମଚାରୀଙ୍କ ସହିତ କିଛି ଏମିତି ହୋଇଛି। ସେ ମାତ୍ର ୫ ମାସର ରୋଜଗାରରେ ନିଜର ସ୍ବପ୍ନର ବାଇକ୍ କିଣିଛନ୍ତି। ଏହାପରେ ଲୋକମାନେ ତାଙ୍କର କଠିନ ପରିଶ୍ରମର ପ୍ରଶଂସା କରୁଛନ୍ତି।

ଏହା ସହ ପଢ଼ନ୍ତୁ : ୧୯ ବର୍ଷର ଏହି ବାଳକ ନଡିଆ ଖୋଳ ସହିତ କଲେ କିଛି ଏପରି କାରନାମା, ଯାହାକୁ ଦେଖି ରହିଗଲା ସାରା ଦୁନିଆ

କର୍ଣ୍ଣାଲ ହରିୟାଣାର ବାସିନ୍ଦା ସୁରଜ୍ ଅନଲାଇନ୍ ଫୁଡ୍ ଡେଲିଭରୀ କମ୍ପାନୀ ଜୋମାଟୋରେ ଡେଲିଭରୀ ବୟ ଅଛନ୍ତି। ସେ କଠିନ ପରିଶ୍ରମ କରି ଟଙ୍କା ସଞ୍ଚୟ କରି ନିଜ ସ୍ବପ୍ନର ବାଇକ୍ KTM RC 200 କିଣିଛନ୍ତି। ସୁରଜଙ୍କ ଏହି ସ୍ବପ୍ନର ଗାଡିକୁ କିଣିବା ପାଇଁ କର୍ପୋରେଟ ସେକ୍ଟରରେ ଚାକିରି କରିଥିବା ବ୍ୟକ୍ତି ମଧ୍ୟ ୧୦ ଥର ଚିନ୍ତା କରିବେ।

ତାଙ୍କର ଏହି କଠିନ ପରିଶ୍ରମରେ ପ୍ରଭାବିତ ହୋଇ ଜୋମାଟୋ କମ୍ପାନୀର ଫାଉଣ୍ଡର ଏବଂ ସିଇଓ ଦୀପିନ୍ଦର ଗୋୟେଲ ମଧ୍ୟ ତାଙ୍କର ବହୁତ ପ୍ରଶଂସା କରି ଟ୍ବିଟ କରି ଲେଖିଛନ୍ତି ଯଦି ଜଣେ କଠିନ ପରିଶ୍ରମ କରେ ତେବେ ଯେତେ ବି ବାଧାବିଘ୍ନ ଆସିଲେ ତାହାକୁ କେହି ଅଟକାଇ ପାରିବେ ନାହିଁ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ସୁରଜଙ୍କର ଏହି ବାଇକର ଅନରୋଡ୍ ଦାମ୍ ୨.୨୩ ଟଙ୍କା।

KTM RC 200ରେ ୧୯୯.୫ ସିସିର ଲିକ୍ୟୁଡ୍ କୁଲ ସିଙ୍ଗଲ ସିଲିଣ୍ଡର ୪ ଷ୍ଟ୍ରୋକ୍ ଇଞ୍ଜିନରେ ଦିଆଯାଇଛି। ଯାହା ୨୫ ବିଏଚପି ପାୱାର ଏବଂ ୧୯ ଏନଏମ୍ ଟାର୍କ ଦେଇଥାଏ। KTM RC 200KTM RC 200ରେ ଫ୍ରଣ୍ଟରେ ଡୁଆଲ ପ୍ରୋଜେକ୍ଟର ହେଡଲ୍ୟାମ୍ପ ଏବଂ ଫୁଲ୍ ଡିଜିଟାଲ ଏଲସିଡି ଇନଷ୍ଟ୍ରମେଣ୍ଟ କ୍ଲଷ୍ଟର ଦିଆଯାଇଛି। ଏଥିରେ ଏଲଇଡି ଟେଲ ଲ୍ୟାମ୍ପ ଏବଂ ଟର୍ଣ୍ଣ ଇଣ୍ଡିକେଟର୍ସ ଏଲଇଡି ଫିଚର ରହିଛି। ନୂଆ KTM RC 200ରେ ଫ୍ରଣ୍ଟ ଏବଂ ରିୟରରେ ଡିସ୍କ ବ୍ରେକ ଦିଆଯାଇଛି। KTM RC 200ର ଏକ୍ସ-ଶୋରୁମ୍ ଦାମ ୧.୯୧ ଟଙ୍କା ରହିଥିବାବେଳେ ଏହାର ମୁକାବିଲା ୟାମାହାର ନୂଆ YZF-R15 V3.0 ସହିତ କରାଯାଉଛି।

Pritiparna

Recent Posts

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

30 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

44 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

59 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

1 hour ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

1 hour ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

2 hours ago