ଜୋମାଟୋ ଡେଲିଭରୀ ବୟ ୫ ମାସ ରୋଜଗାରରେ କିଣିଲେ ନିଜ ସ୍ବପ୍ନର ବାଇକ୍

ଫିଲ୍ମ ଓମ୍ ଶାନ୍ତି ଓମରେ ଶାହରୁଖ ଖାନଙ୍କର ଏକ ବହୁତ ବଡ ଡାଇଲଗକ ରହିଛି ଯେଉଁଥିରେ ସେ କହୁଛନ୍ତି ‘ଯଦି କୌଣସି ଜିନିଷକୁ ପୂରା ମନରେ ଚାହିଁବେ ତ ପୂରା ଭାଗ୍ୟ ଆପଣଙ୍କୁ ତାକୁ ମିଳିବାକୁ ଲାଗିପଡିବେ। ଅନଲାଇନ ଫୁଡ୍ ଡେଲିଭରୀ କମ୍ପାନୀ ଜୋମାଟୋର ଜଣେ କର୍ମଚାରୀଙ୍କ ସହିତ କିଛି ଏମିତି ହୋଇଛି। ସେ ମାତ୍ର ୫ ମାସର ରୋଜଗାରରେ ନିଜର ସ୍ବପ୍ନର ବାଇକ୍ କିଣିଛନ୍ତି। ଏହାପରେ ଲୋକମାନେ ତାଙ୍କର କଠିନ ପରିଶ୍ରମର ପ୍ରଶଂସା କରୁଛନ୍ତି।

ଏହା ସହ ପଢ଼ନ୍ତୁ : ୧୯ ବର୍ଷର ଏହି ବାଳକ ନଡିଆ ଖୋଳ ସହିତ କଲେ କିଛି ଏପରି କାରନାମା, ଯାହାକୁ ଦେଖି ରହିଗଲା ସାରା ଦୁନିଆ

କର୍ଣ୍ଣାଲ ହରିୟାଣାର ବାସିନ୍ଦା ସୁରଜ୍ ଅନଲାଇନ୍ ଫୁଡ୍ ଡେଲିଭରୀ କମ୍ପାନୀ ଜୋମାଟୋରେ ଡେଲିଭରୀ ବୟ ଅଛନ୍ତି। ସେ କଠିନ ପରିଶ୍ରମ କରି ଟଙ୍କା ସଞ୍ଚୟ କରି ନିଜ ସ୍ବପ୍ନର ବାଇକ୍ KTM RC 200 କିଣିଛନ୍ତି। ସୁରଜଙ୍କ ଏହି ସ୍ବପ୍ନର ଗାଡିକୁ କିଣିବା ପାଇଁ କର୍ପୋରେଟ ସେକ୍ଟରରେ ଚାକିରି କରିଥିବା ବ୍ୟକ୍ତି ମଧ୍ୟ ୧୦ ଥର ଚିନ୍ତା କରିବେ।

zomattoତାଙ୍କର ଏହି କଠିନ ପରିଶ୍ରମରେ ପ୍ରଭାବିତ ହୋଇ ଜୋମାଟୋ କମ୍ପାନୀର ଫାଉଣ୍ଡର ଏବଂ ସିଇଓ ଦୀପିନ୍ଦର ଗୋୟେଲ ମଧ୍ୟ ତାଙ୍କର ବହୁତ ପ୍ରଶଂସା କରି ଟ୍ବିଟ କରି ଲେଖିଛନ୍ତି ଯଦି ଜଣେ କଠିନ ପରିଶ୍ରମ କରେ ତେବେ ଯେତେ ବି ବାଧାବିଘ୍ନ ଆସିଲେ ତାହାକୁ କେହି ଅଟକାଇ ପାରିବେ ନାହିଁ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ସୁରଜଙ୍କର ଏହି ବାଇକର ଅନରୋଡ୍ ଦାମ୍ ୨.୨୩ ଟଙ୍କା।

ktmKTM RC 200ରେ ୧୯୯.୫ ସିସିର ଲିକ୍ୟୁଡ୍ କୁଲ ସିଙ୍ଗଲ ସିଲିଣ୍ଡର ୪ ଷ୍ଟ୍ରୋକ୍ ଇଞ୍ଜିନରେ ଦିଆଯାଇଛି। ଯାହା ୨୫ ବିଏଚପି ପାୱାର ଏବଂ ୧୯ ଏନଏମ୍ ଟାର୍କ ଦେଇଥାଏ। KTM RC 200KTM RC 200ରେ ଫ୍ରଣ୍ଟରେ ଡୁଆଲ ପ୍ରୋଜେକ୍ଟର ହେଡଲ୍ୟାମ୍ପ ଏବଂ ଫୁଲ୍ ଡିଜିଟାଲ ଏଲସିଡି ଇନଷ୍ଟ୍ରମେଣ୍ଟ କ୍ଲଷ୍ଟର ଦିଆଯାଇଛି। ଏଥିରେ ଏଲଇଡି ଟେଲ ଲ୍ୟାମ୍ପ ଏବଂ ଟର୍ଣ୍ଣ ଇଣ୍ଡିକେଟର୍ସ ଏଲଇଡି ଫିଚର ରହିଛି। ନୂଆ KTM RC 200ରେ ଫ୍ରଣ୍ଟ ଏବଂ ରିୟରରେ ଡିସ୍କ ବ୍ରେକ ଦିଆଯାଇଛି। KTM RC 200ର ଏକ୍ସ-ଶୋରୁମ୍ ଦାମ ୧.୯୧ ଟଙ୍କା ରହିଥିବାବେଳେ ଏହାର ମୁକାବିଲା ୟାମାହାର ନୂଆ YZF-R15 V3.0 ସହିତ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.