Below header

ଇନ୍ଦୋରର ସରକାରୀ ଡାକ୍ତରଖାନାରେ ଏଭଳି ଅବ୍ୟବସ୍ଥାର ଭିଡିଓ ହେଲା ଭାଇରାଲ୍, ଅପରିଚିତ ମହିଳା ଓ ପୁରୁଷଙ୍କୁ ଗୋଟିଏ ଷ୍ଟ୍ରେଚର

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶ ସ୍ଥିତ ଇନ୍ଦୋରର ସବୁଠାରୁ ବଡ ସରକାରୀ ଡାକ୍ତରଖାନା ହେଉଛି ମହାରାଜା ଯଶବନ୍ତରାଓ ଡାକ୍ତରଖାନା । ଏହି ଡାକ୍ତରଖାନାର ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯାହା ଏବେ ଡାକ୍ତରଖାନାର ଅବ୍ଯବସ୍ଥାକୁ ପଦାରେ ପକାଇଛି ।

ଭିଡିଓରେ ଦେଖିବାକୁ ମିଳିଛି କି, ଏକ୍ସ-ରେ ପାଇଁ ଦୁଇ ଦୁଇ ଜଣ ରୋଗୀ ଗୋଟିଏ ଖଟରେ ଶୋଇଛନ୍ତି । ସେମାନଙ୍କ ମଧ୍ଯରୁ ଜଣେ ମହିଳା ଏବଂ ପୁରୁଷ । ଗୋଟିଏ ଷ୍ଟ୍ରେଚରରେ ଡାକ୍ତରଖାନାର କର୍ମଚାରୀ ସେମାନଙ୍କୁ ଶୁଆଇଥିବାର ଏକ ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି । ଆଶ୍ଚର୍ଯ୍ୟର କଥା ହେଉଛି ଦୁଇଜଣ ରୋଗୀ ସଂପୂର୍ଣ୍ଣ ଅପରିଚିତ ।

ଖଣ୍ଡବା ଜିଲ୍ଲାର ପନ୍ଧାନାରେ ରହୁଥିବା ସଂଗୀତାଙ୍କର ଗତ ୧୨ ଦିନ ତଳେ ଏକ ଦୁର୍ଘଟଣା ହେବାକୁ ଚିକିତ୍ସା ପାଇଁ ତାଙ୍କୁ ଏହି ହସ୍ୱିଟାଲ୍ କୁ ଅଣାଯାଇଥିଲା । ସଂଗୀତାଙ୍କ ସ୍ୱାମୀଙ୍କ କହିବାନୁସାରେ ସଂଗୀତା ଆର୍ଥୋପେଡିକ୍ ୱାର୍ଡରେ ଭର୍ତ୍ତୀ ହୋଇଥିଲେ । ଷ୍ଟ୍ରେଚର ଅଭାବରୁ ତାଙ୍କୁ ଜଣେ ପୁରୁଷ ରୋଗୀଙ୍କ ସହ ପରୀକ୍ଷଣ ପାଇଁ ନିଆଯାଇଥିଲା ।


ସେ କହିଥିଲେ ଡ୍ୟୁଟିରେ ଥିବା ଡାକ୍ତର ତାଙ୍କୁ ଦେଇଥିବା ସମୟରେ ଯିବା ପାଇଁ କହିଥିଲେ କାରଣ ଡ୍ୟୁଟି ଶେଷ ହେବା ପରେ ସେ ରୋଗୀଙ୍କ ଚିକିତ୍ସା କରନ୍ତି ନାହିଁ । ତେବେ ସେ ତାଙ୍କ ପତ୍ନୀଙ୍କୁ ଯିବାକୁ ଅନୁମତି ଦେଇଥିଲେ । ତେବେ ଏହି ଭିଡିଓ ଭାଇରାଲ୍ ହେବା ପରେ ହସ୍ପିଟାଲର ଚିକିତ୍ସା ଅଧ୍ୟକ୍ଷ ଡା. ପିଏସ୍ ଠାକୁର ,ନର୍ସ ଏବଂ ୱାର୍ଡ ବଏ ସମେତ ଆର୍ଥୋପେଡିକ୍ ଡ୍ୟୁଟିରେ ଥିବା କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ପଠାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.