ହକି ବିଶ୍ୱ କପ୍‌ : କଙ୍ଗାରୁ ଗୋଲ୍‌ ବର୍ଷାରେ ଡୁବିଗଲା ଚୀନ୍‌

ଭୁବନେଶ୍ୱର (କେ ନ୍ୟୁଜ୍‌) : ହକି ବିଶ୍ୱ କପ୍‌ରେ ଅଷ୍ଟ୍ରେଲିଆର ରେକର୍ଡ଼ । ପୁଲ୍‌ ‘ବି’ ମ୍ୟାଚ୍‌ରେ ଆଜି ଶକ୍ତିଶାଳୀ ଅଷ୍ଟ୍ରେଲିଆ ୧୧-୦ ଗୋଲ୍‌ରେ ନବାଗତ ଚୀନ୍‌ ଦଳକୁ ଶୋଚନୀୟ ଭାବେ ହରାଇଛି ।

ପ୍ରଥମ ଦୁଇଟି ମ୍ୟାଚ୍‌ ଜିତି ଅଷ୍ଟ୍ରେଲିଆ ଦଳ କ୍ୱାର୍ଟରଫାଇନାଲ୍‌କୁ ଯାଇ ସାରିଛି । ଆଜିର ମ୍ୟାଚ୍‌ ଏହା ପାଇଁ ସେଭଳି ଗୁରୁତ୍ୱପୂର୍ଣ୍ଣ ନଥିଲା । ତେବେ ଏକ ପେସାଦାର ଟିମ୍‌ ଭଳି ଖେଳି ଚୀନ୍‌ର ଡିଫେନ୍‌ସ ବିଭାଗକୁ ପ୍ରତି ମୁହୂର୍ତ୍ତରେ ଚିରି ଚାଲିଥିଲେ କଙ୍ଗାରୁ ଦଳ । ଖେଳକୁ ସମ୍ପୂର୍ଣ୍ଣ ଭାବେ ନିଜ ନିୟନ୍ତ୍ରଣରେ ରଖିଥିଲା ଏବଂ ମନଇଚ୍ଛା ଗୋଲ୍‌ କରି ବଡ଼ ବ୍ୟବଧାନରେ ପୁଲ୍‌ ପର୍ଯ୍ୟାୟ ଶେଷ କରିଛି ଅଷ୍ଟ୍ରେଲିଆ ଦଳ । ଏହି ମ୍ୟାଚ୍‌ ଜିତି ଅଷ୍ଟ୍ରେଲିଆ ୩ଟି ମ୍ୟାଚ୍‌ରୁ ୩ଟି ବିଜୟ ସହ ସର୍ବାଧିକ ୯ ପଏଣ୍ଟ ହାସଲ କରିଛି । ଟୁର୍ଣ୍ଣାମେଣ୍ଟରେ ଏପର୍ଯ୍ୟନ୍ତ ସର୍ବାଧିକ ୧୫ଟି ଗୋଲ୍‌ ସ୍କୋର କରିଛି ଦଳ ।

ବ୍ଲାକ୍‌ ଗୋଭର୍ସଙ୍କୁ ଆଜିର ଶ୍ରେଷ୍ଠ ଖେଳାଳି ବିବେଚିତ କରାଯାଇଛି । ସେ ମ୍ୟାଚ୍‌ର ୧୦ ମିନିଟ୍‌ରେ ପ୍ରଥମ ଗୋଲ୍‌ ସ୍କୋର କରିଥିଲେ । ପରେ ବ୍ୟକ୍ତିଗତ ଭାବେ ୩ଟି ଗୋଲ୍‌ ଦେଇଥିଲେ । ଗୋଭର୍ସ ୧୦, ୧୯ ଓ ୩୪ ମିନିଟ୍‌ ଗୋଲ୍‌ ସବୁ ସ୍କୋର କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆରନ ଜାଲେ୍ଵସ୍କି, ଟମ୍‌ କ୍ରେଗ୍‌, ଜେରମୀ ହେଓ୍ଵାର୍ଡ଼, ଜେକ ହେ୍ଵଟନ୍‌ ଗୋଲ୍‌ ଦେବା ଫଳରେ ମଧ୍ୟାନ୍ତର ସୁଦ୍ଧା ଆଷ୍ଟ୍ରେଲିଆ ୬-୦ରେ ଆଗୁଆ ଥିଲା । ବିରତି ପରେ ଟିମ୍‌ ବ୍ରାଣ୍ଡ ୨ଟି, ଗୋଭର ଗୋଟିଏ ଏବଂ ଡାଇଲନ୍‌ ଓ୍ଵଦରସ୍ପୁନ୍‌ ଓ ଫିନ୍‌ ଓଜିଲିଭ୍‌ ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲେ । ବ୍ରାଣ୍ଡ ୫୫ ମିନିଟ୍‌ରେ ଶେଷ ଗୋଲ୍‌ଟି ସ୍କୋର କରିଥିଲେ ।

KNews Bureau

Recent Posts

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

14 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

28 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

41 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

42 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

8 hours ago

ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…

9 hours ago