Below header

ହକି ବିଶ୍ୱ କପ୍‌ : କଙ୍ଗାରୁ ଗୋଲ୍‌ ବର୍ଷାରେ ଡୁବିଗଲା ଚୀନ୍‌

ଭୁବନେଶ୍ୱର (କେ ନ୍ୟୁଜ୍‌) : ହକି ବିଶ୍ୱ କପ୍‌ରେ ଅଷ୍ଟ୍ରେଲିଆର ରେକର୍ଡ଼ । ପୁଲ୍‌ ‘ବି’ ମ୍ୟାଚ୍‌ରେ ଆଜି ଶକ୍ତିଶାଳୀ ଅଷ୍ଟ୍ରେଲିଆ ୧୧-୦ ଗୋଲ୍‌ରେ ନବାଗତ ଚୀନ୍‌ ଦଳକୁ ଶୋଚନୀୟ ଭାବେ ହରାଇଛି ।

HOCKEY-3ପ୍ରଥମ ଦୁଇଟି ମ୍ୟାଚ୍‌ ଜିତି ଅଷ୍ଟ୍ରେଲିଆ ଦଳ କ୍ୱାର୍ଟରଫାଇନାଲ୍‌କୁ ଯାଇ ସାରିଛି । ଆଜିର ମ୍ୟାଚ୍‌ ଏହା ପାଇଁ ସେଭଳି ଗୁରୁତ୍ୱପୂର୍ଣ୍ଣ ନଥିଲା । ତେବେ ଏକ ପେସାଦାର ଟିମ୍‌ ଭଳି ଖେଳି ଚୀନ୍‌ର ଡିଫେନ୍‌ସ ବିଭାଗକୁ ପ୍ରତି ମୁହୂର୍ତ୍ତରେ ଚିରି ଚାଲିଥିଲେ କଙ୍ଗାରୁ ଦଳ । ଖେଳକୁ ସମ୍ପୂର୍ଣ୍ଣ ଭାବେ ନିଜ ନିୟନ୍ତ୍ରଣରେ ରଖିଥିଲା ଏବଂ ମନଇଚ୍ଛା ଗୋଲ୍‌ କରି ବଡ଼ ବ୍ୟବଧାନରେ ପୁଲ୍‌ ପର୍ଯ୍ୟାୟ ଶେଷ କରିଛି ଅଷ୍ଟ୍ରେଲିଆ ଦଳ । ଏହି ମ୍ୟାଚ୍‌ ଜିତି ଅଷ୍ଟ୍ରେଲିଆ ୩ଟି ମ୍ୟାଚ୍‌ରୁ ୩ଟି ବିଜୟ ସହ ସର୍ବାଧିକ ୯ ପଏଣ୍ଟ ହାସଲ କରିଛି । ଟୁର୍ଣ୍ଣାମେଣ୍ଟରେ ଏପର୍ଯ୍ୟନ୍ତ ସର୍ବାଧିକ ୧୫ଟି ଗୋଲ୍‌ ସ୍କୋର କରିଛି ଦଳ ।

HOCKEY-1

ବ୍ଲାକ୍‌ ଗୋଭର୍ସଙ୍କୁ ଆଜିର ଶ୍ରେଷ୍ଠ ଖେଳାଳି ବିବେଚିତ କରାଯାଇଛି । ସେ ମ୍ୟାଚ୍‌ର ୧୦ ମିନିଟ୍‌ରେ ପ୍ରଥମ ଗୋଲ୍‌ ସ୍କୋର କରିଥିଲେ । ପରେ ବ୍ୟକ୍ତିଗତ ଭାବେ ୩ଟି ଗୋଲ୍‌ ଦେଇଥିଲେ । ଗୋଭର୍ସ ୧୦, ୧୯ ଓ ୩୪ ମିନିଟ୍‌ ଗୋଲ୍‌ ସବୁ ସ୍କୋର କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆରନ ଜାଲେ୍ଵସ୍କି, ଟମ୍‌ କ୍ରେଗ୍‌, ଜେରମୀ ହେଓ୍ଵାର୍ଡ଼, ଜେକ ହେ୍ଵଟନ୍‌ ଗୋଲ୍‌ ଦେବା ଫଳରେ ମଧ୍ୟାନ୍ତର ସୁଦ୍ଧା ଆଷ୍ଟ୍ରେଲିଆ ୬-୦ରେ ଆଗୁଆ ଥିଲା । ବିରତି ପରେ ଟିମ୍‌ ବ୍ରାଣ୍ଡ ୨ଟି, ଗୋଭର ଗୋଟିଏ ଏବଂ ଡାଇଲନ୍‌ ଓ୍ଵଦରସ୍ପୁନ୍‌ ଓ ଫିନ୍‌ ଓଜିଲିଭ୍‌ ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲେ । ବ୍ରାଣ୍ଡ ୫୫ ମିନିଟ୍‌ରେ ଶେଷ ଗୋଲ୍‌ଟି ସ୍କୋର କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.