ବିଲେଇ କହେ ଆପଣଙ୍କ ଭବିଷ୍ୟତ, ଏହି ଇସାରାକୁ ନିଶ୍ଚୟ ଜାଣନ୍ତୁ

ଭାରତ ବର୍ଷର ଦୁନିଆରେ ସବୁଠାରୁ ଅଧିକ ଧାର୍ମିକ ଦେଶ ପାଇଁ ପରିଚିତ ଅଟେ। ଯେଉଁଠାରେ ଲୋକଙ୍କ ମଧ୍ୟରେ ଅନେକ ପ୍ରକାରର ଭାବନା ପ୍ରଚଳିତ ଅଛି । ଯେଉଁଭଳି ଲୋକମାନଙ୍କର ଭାବନା ଏହା ଯେ ଯଦି ରାସ୍ତାରେ ଗଲାବେଳେ ବିଲେଇ ଆପଣଙ୍କ ଆଗରେ ଚାଲିଯାଏ ତେବେ ଏହା ଅଶୁଭ ବୋଲି ଭାବି ବ୍ୟକ୍ତି ନିଜ ରାସ୍ଥା ବଦଳାଇ ଦିଅନ୍ତି ।

ବିଲେଇ ଦେଇଥାନ୍ତି ଏହି ସଂକେତ

Black cat-ଯଦି ଆପଣଙ୍କ ଘରକୁ ପ୍ରତିଦିନ ବିଲେଇ ଯାଉଥାଏ ତେବେ ଏହା ଭାବନ୍ତୁ ଯେ ଅପଣଙ୍କ ସହିତ କିଛି ଖରାପ ହେବାର ଅଛି।

-ଯଦି ଆପଣଙ୍କ ଘର ପାଖରେ କିମ୍ବା ଘରେ ବିଲେଇ କଳି କରୁଥାନ୍ତି ତେବେ ଏହା ଏହି କଥାର ସଂକେତ ଦେଇଥାଏ ଯେ ଆପଣଙ୍କ ଘରେ କିମ୍ବା କାହା ସହିତ ଝଗଡା ହେବାର ଅଛି।

Street Cats Fighting

-ଦୀପାବଳି ଦିନ ଯଦି ବିଲେଇ ଆପଣଙ୍କ ଘରକୁ ଆସିଥାଏ ତେବେ ଏହା ଶୁଭ ସଂକେତ ଦେଇଥାଏ। ଏହି ଦିନରେ ଆପଣଙ୍କ ଘରକୁ ବିଲେଇ ଆସିବାର ଅର୍ଥ ପୂରା ବର୍ଷ ମାତା ଲକ୍ଷ୍ମୀ ଆପଣଙ୍କ ଘରେ ବାସ କରିଥାନ୍ତି।

ଏହା ସହ ପଢ଼ନ୍ତୁ : ବଦଳାଇ ଦିଅନ୍ତୁ ଏହି ୧୦ ଅଭ୍ୟାସ, ନଚେତ କ୍ରୋଧିତ ହୋଇଯିବେ ଯମରାଜା

-ଯଦି କୌଣସି ଶୋଇଥିବା ବ୍ୟକ୍ତିଙ୍କ ମୁଣ୍ଡକୁ ବିଲେଇ ଚାଟେ ତେବେ ଏହାର ସଂକେତ ହେଉଛି ଆପଣ କୌଣସି ସରକାରୀ ମାମଲାରେ ଫସିବାକୁ ଯାଉଛନ୍ତି।

cat-ବିଲେଇ ଯଦି ଆପଣଙ୍କର ପାଦକୁ ଚାଟେ ତେବେ ଆପଣ ରୋଗରେ ପଡିବାର ସଂକେତ ଦେଇଥାଏ। ବିଲେଇ ଯଦି ଆପଣଙ୍କ ମୁଣ୍ଡକୁ ଡେଇଁ ପଳାଏ ତେବେ ଭାବି ନିଅନ୍ତୁ ଯେ ଆପଣ କୌଣସି ସମସ୍ୟାରେ ପଡିବାକୁ ଯାଉଛନ୍ତି।

-ଆପଣ ରଖିଥିବା କ୍ଷୀରକୁ ଯଦି ବିଲେଇ ଲୁଚି ଲୁଚି ଆସି ପିଇଦିଏ ତେବେ ଏହା ଆପଣଙ୍କ ପାଇଁ ଅଶୁଭ ବୋଲି ଧରାଯାଇଥାଏ। ଏହା ଏହି କଥାର ସଂକେତ ଦିଏ ଯେ ଆପଣଙ୍କର ଧନହାନୀ ହେବାର ସମ୍ଭାବନା ରହିଛି।

You might also like